ପଞ୍ଚମବେଦ ଅନୁଷ୍ଠାନର ୨୩ତମ ବାର୍ଷିକ ଉତ୍ସବ ଓ ସଂସ୍କୃତିମିତ୍ର ସମ୍ମାନ-୨୦୨୪ ଅବସରରେ ନାଟକ “ଓଁ ଶ୍ରୀ ଶ୍ରୀ ପ୍ରଜାପତୟେ ନମଃ” ।
ଭୁବନେଶ୍ୱର:ଆଜି ଆରମ୍ଭ ହୋଇଯାଇଛି ନାଟକ ରବୀନ୍ଦ୍ର ମଣ୍ଡପ ରେ ହୋଇଯାଇଛି। ମଞ୍ଚ ସହଯୋଗୀ : ଜିତୁ ପଟ୍ଟନାୟକ, ସନ୍ତୋଷ ଦାସ ଓ ଅଭିଷେକ ମଞ୍ଚ ପରିଚାଳନା କରିଥିଲେ ସୁରେନ୍ଦ୍ର ନାଥ ଗୌଡ଼, ଅଭିମନ୍ୟୁ ସେଠୀ ଓ ପିନ୍ମୟ ଦାସ କାହାଣୀ କୁହାଯାଏ, ବିବାହ ସ୍ୱର୍ଗରେ ହୁଏ । ଆମ୍ଭେମାନେ ମର୍ତ୍ତ୍ୟରେ କେବଳ ଭଗବାନ ସେହି ଇଚ୍ଛାଟିକୁ ପୁରଣ କରିବାରେ ସହାୟକର ଭୂମିକା ଲିଭାଇଥାଉ । ଏହିପରି କିଛି ଘଟଣା ଦୁର୍ଘଟଣାକୁ ନେଇ ନାଟକଟିର ଆରମ୍ଭ । ବିଧବା କମଳା ଦେବୀ ନିଜ ଝିଅ ପ୍ରିୟାର ବାହାଘର ପାଇଁ ବ୍ୟସ୍ତଥାଆନ୍ତି । ତାଙ୍କୁ ଏଥିରେ ସାହାଯ୍ୟ କରୁଥାନ୍ତି ତାଙ୍କ ଭାଇ ଜଗଦାନନ୍ଦ । ଜଗଦାନନ୍ଦ ତାଙ୍କ ଭାଣିଜୀ ପ୍ରିୟାର ଇଚ୍ଛା ପୁରଣ କରିବା ପାଇଁ, କମଳା ଦେବୀଙ୍କ ଘରକୁ ଆସୁଥିବା ସବୁ ବିବାହକୁ କୌଶଳ କ୍ରମେ ଭାଙ୍ଗି ଦିଅନ୍ତି । ପ୍ରିୟା ମନ କରିଥାଏ କସ୍ତୁରୀରେ କବିତା ଲେଖୁଥିବା କବି ପରାଶର ଶର୍ମାଙ୍କୁ ବିବାହ କରିବା ପାଇଁ । ଜଗଦାନନ୍ଦ କସ୍ତୁରୀ ପତ୍ରିକା ମାଲିକ ପାଖରୁ ପରାଶର ଶର୍ମାଙ୍କ ଠିକଣା ପାଇବା ପାଇଁ ଚେଷ୍ଟା କରନ୍ତି । ସେତିକି ବେଳେ ଜଣାପଡ଼େ ଯେ ପରାଶର ଶର୍ମା ନାମ ହେଉଛି ଏକ ଛଦ୍ମନାମ ।
ହରେନ୍ ସାହୁ
ଆଲୋକ : ସଂଜୟ ପ୍ରଧାନ
ରୂପସଜ୍ଜା ଓ ପୋଷାକ : ମାମା
ନିର୍ଦ୍ଦେଶନା : ପ୍ରକାଶ ମହାରଣା
ସଂଗୀତ : ବିନୟ ଦାଶ
ମଞ୍ଚ ପ୍ରସ୍ତୁତି : ତ୍ରିମୂର୍ତି ଆର୍ଟସ୍
ମୁଖ୍ୟ ବ୍ୟବସ୍ଥାପକ : ଜଗନ୍ନାଥ ପ୍ରଧାନ
ମଞ୍ଚ ସହଯୋଗୀ : ଜିତୁ ପଟ୍ଟନାୟକ, ସନ୍ତୋଷ ଦାସ ଓ ଅଭିଷେକ
ମଞ୍ଚ ପରିଚାଳନା କରିଥିଲେ ସୁରେନ୍ଦ୍ର ନାଥ ଗୌଡ଼, ଅଭିମନ୍ୟୁ ସେଠୀ ଓ ପିନ୍ମୟ ଦାସ
ସିମେଣ୍ଟ ବ୍ୟବସାୟୀ ନରହରିଙ୍କ ପୁତ୍ର ପ୍ରିୟରଂଜନ ବାପାଙ୍କଠାରୁ ଲୁଚି ଲୁଚି କବିତା ଲେଖୁଥାନ୍ତି । ସେ ମନେ ମନେ ସ୍ଥିର କରିଥାଆନ୍ତି ଯେ, ଯେଉଁ ଝିଅ ତାଙ୍କୁ କବିତାକୁ ମନରରି, ହୃଦୟର ସହିତ ଭଲ ପାଉଥବ ତାକୁ ହିଁ କେବଳ ସେ ବିବାହ କରିବେ । ତେଣୁ ବିଭିନ୍ନ ଫନ୍ଦି ଫିକର କରି ନରହରି ବାବୁ ଆଣୁଥିବା ସବୁ ବିବାହ ପ୍ରସ୍ତାବକୁ ପ୍ରିୟ ରଞ୍ଜନ ଭାଙ୍ଗି ଦିଅନ୍ତି ।
ଜଗଦାନନ୍ଦଙ୍କ ପ୍ରରୋଚନାରେ କମଳା ଦେବୀଙ୍କ ଘରକୁ ମିଛରେ ଆଇ.ଏ.ଏସ୍. ପୁଅର ଅଭିନୟ କରିବାକୁ ଆସିଥିବା ଦୁଃଖଶ୍ୟାମ ବାବୁ, ପ୍ରିୟାକୁ ଦେଖୁବା ଅଭିନୟ କରୁ କରୁ ସତକୁ ସତ ଭଲ ପାଇ ବସନ୍ତି ଏବଂ ପ୍ରିୟାକୁ ଯେନତେନ ଉପାୟରେ ପାଇବାକୁ ଚେଷ୍ଟା କରନ୍ତି ।ତେବେ ଶେଷରେ ପ୍ରିୟାର ବାହାଘର କାହା ସହିତ ହେବ-ଛଦ୍ମବେଶୀ ପରାଶର ଶର୍ମା ସହିତ ? ନା ପ୍ରିୟରଞ୍ଜନ ସହିତ ? ନା ଦୁଃଖଶ୍ୟାମ ବାବୁଙ୍କ ସହିତ ଏହିପରି ବିଭିନ୍ନ ହାସ୍ୟରସାତ୍ମକ ପରିସ୍ଥିତି ମଧ୍ୟ ଦେଇ ଗତି କରି ନାଟକଟି ସମାପ୍ତ ହୁଏ । ଏହି ନାଟକରେ ଆପଣ ସୁସ୍ଥ ମନୋରଞ୍ଜନର ସମସ୍ତ ଖୋରାକ ପାଇବା ସହ ଏକ ସାମାଜିକ ନାଟକଟିକୁ ମନଭରି ଉପଭୋଗ କରିବେ ମଧ୍ୟ । ଏହାହିଁ ଆମର ଆଶା ।
ତାହେଲେ ଆସନ୍ତୁ ଦେଖିବା ପଞ୍ଚମବେଦ ଅନୁଷ୍ଠାନର ୨୩ତମ ବାର୍ଷିକ ଉତ୍ସବ ଓ ସଂସ୍କୃତିମିତ୍ର ସମ୍ମାନ-୨୦୨୪ ଅବସରରେ ନାଟକ “ଓଁ ଶ୍ରୀ ଶ୍ରୀ ପ୍ରଜାପତୟେ ନମଃ” ।
ଅଭିନୟ : ମୁକ୍ତିକାନ୍ତ ମହାପାତ୍ର, ରଘୁନାଥ ବେହେରା, ଜ୍ଞାନେନ୍ଦ୍ର ଶତପଥୀ, ଚିତ୍ତରଂଜନ ରାଉତରାୟ, ଶିବ ପାଣିଗ୍ରାହୀ, ଅଭିମନ୍ୟୁ ସେଠୀ, ଶାରଦା ନାୟକ, ମାମା ବିଶ୍ଵାଳ ଓ ଶ୍ଵେତା ରଥ ।