“ହୃଦୟର ମଣିଷ” ପୁସ୍ତକ ଉନ୍ମୋଚିତ
“ହୃଦୟର ମଣିଷ” ପୁସ୍ତକ ଉନ୍ମୋଚିତ
ଡାଃ ଯଦୁନାଥ ପ୍ରସାଦ ଦାସ (ତା ୫ ଅଗଷ୍ଟ ୧୯୩୩ – ତା ୧୯ ନଭେମ୍ବର ୨୦୨୩ )
ଜଣେ ମିଷ୍ଟଭାଷୀ, ସରଳ, ସହନଶୀଳ ଡାକ୍ତର ଯାହାକି ଆଜିର ଦୁନିଆରେ ବିରଳ । ଜଣେ ସୁପ୍ରସିଦ୍ଧ, ସୁପ୍ରତିଷ୍ଟିତ କାର୍ଡିଓଲୋଜିଷ୍ଟି ହୋଇ ଥିଲେ ମଧ୍ୟ ତାଙ୍କୁ ଛୁଇଁ ପାରିନଥିଲା ଗର୍ବ ଓ ଅହଂକାର । କେବଳ ସେତିକି ନୁହେଁ ପେଷାରେ ଜଣେ ଡାକ୍ତର ହୋଇଥିବା ବେଳେ ନିଶା ଥିଲା ଚିତ୍ରକଳା ଓ ପୁସ୍ତକ ଲେଖା । ଏକା ଧାରରେ ସେ ଥିଲେ ଜଣେ ଡାକ୍ତର, ନିଖୁଣ ଚିତ୍ରକର ଓ ଲେଖକ ।
ଏକାଗ୍ର ଚିତ୍ତରେ ଜାତି, ଧର୍ମ ନିର୍ବିଶେଷରେ ରୋଗୀ ସେବାରେ ହିଁ ଜୀବନ ଥିଲା ଉସ୍ଚର୍ଗୀକୃତ । ମାନବ ସେବା ହିଁ ମାଧବ ସେବା ଯାହାଙ୍କ ଜୀବନର ଥିଲା ମୂଳ ମନ୍ତ୍ର । ହୃଦୟର ସ୍ପନ୍ଦନ କୁ ପଢିବା ସହ ତୁଳୀରେ ଆଙ୍କି ପାରନ୍ତି ହୃଦୟର ଭାବନାକୁ ।
ଡକ୍ଟର ଜେ ପି ଦାସଙ୍କ ଜୀବନକୁ ସମ୍ମାନ ଏବଂ ଜୀବନ ଶୈଳୀକୁ ଅପଣାଇବା ପାଇଁ ପାଳିତ ହୋଇ ଯାଇଛି ଶ୍ରଦ୍ଧାଞ୍ଜଳି ସଭା। ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଅଶୋକ ପଣ୍ଡା ମୁଖ୍ୟ ଅତିଥି ଭାବରେ ସ୍ମୃତି ସଭାରେ ଉପସ୍ଥିତ ଥିଲେ । ଏଥି ସହ , ଶ୍ରୀ ଆର ବାଲାକ୍ରିଷ୍ଣନ୍, ଆଇଏଏସ୍, (ଅବସରପ୍ରାପ୍ତ), ମୁଖ୍ୟ ପରାମର୍ଶଦାତା, ସ୍ୱତନ୍ତ୍ର ପଦକ୍ଷେପ (CMO) ଓ ଶ୍ରୀ ଲଲିତ ମାନସିଂହ, ଆଇଏଫଏସ (ଅବସରପ୍ରାପ୍ତ), ପୂର୍ବତନ ଭାରତୀୟ କୂଟନୀତିଜ୍ଞ ତଥା ଭାରତର ବୈଦେଶିକ ସଚିବ ଯୋଗ ଦେଇଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାରେ ଡାକ୍ତର ପ୍ରସନ୍ନ କୁମାର ବରାଳଙ୍କ ଦ୍ଵାରା ଲିଖିତ ଡାଃ ଯଦୁନାଥ ପ୍ରସାଦ ଦାସଙ୍କ ଜୀବନ ପୁସ୍ତକ “ହୃଦୟର ମଣିଷ” ଉନ୍ମୋଚନ ହୋଇଥିଲା।
ଏହି ଅବସରରେ ଡାଃ ଯଦୁନାଥ ପ୍ରସାଦ ଦାସଙ୍କ ଧର୍ମପତ୍ନୀ, ସମାଜସେବୀ ଶ୍ରୀମତୀ ଗାୟତ୍ରୀ ଦାସ, ସୁପୁତ୍ର ଡାଃ. ଦେବବ୍ରତ ଦାସ, ପୁତ୍ରବଧୂ ବିଦ୍ୟା ଦାସ, ନାତୁଣୀ ଈଶାନୀ ଦାସଙ୍କ ସହିତ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ।