Search for:
  • Home/
  • ମହାନଗର/
  • ଆଧ୍ୟାତ୍ମିକ ପୁସ୍ତକ ଜ୍ଞାନ ମଞ୍ଜରୀ ଉନ୍ମୋଚିତ

ଆଧ୍ୟାତ୍ମିକ ପୁସ୍ତକ ଜ୍ଞାନ ମଞ୍ଜରୀ ଉନ୍ମୋଚିତ

Spread the love

Loading

ଆଧ୍ୟାତ୍ମିକ ପୁସ୍ତକ ଜ୍ଞାନ ମଞ୍ଜରୀ ଉନ୍ମୋଚିତ

ଭୁବନେଶ୍ୱର,୩ା୮ : ଭୁବନେଶ୍ୱର ରାଜଭବନ ପରିସରରେ କବୟତ୍ରୀ ସନ୍ଧ୍ୟା ନାୟକଙ୍କ
ରଚିତ ଆଧ୍ୟାତ୍ମିକ ପୁସ୍ତକ ଜ୍ଞାନ ମଞ୍ଜରୀ ଓଡିଶାର ମହାମହିମ ରାଜ୍ୟପାଳ
ଗଣେଶୀ ଲାଲଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି । ବିଶ୍ୱରେ ଯେତେ ହିନ୍ଦୁ
ଧର୍ମାବଲମ୍ବୀ ଅଛନ୍ତି, ସେମାନଙ୍କ ମଧ୍ୟରେ ଭଗବତ ଚେତନା ଅଳ୍ପ ବହୁତ ରହିଛି ।
ପୁରାଣକୁ ଅନୁସରଣ କରି କିଏ ରାମ ଭକ୍ତ, କିଏ କୃଷ୍ଣ ଭକ୍ତ ତ ଆଉ କିଏ
ଜଗନ୍ନାଥ ପ୍ରେମୀ । ହିନ୍ଦୁ ମତରେ ତେତିଶି କୋଟି ଦେବାଦେବୀଙ୍କୁ ପୂଜାର୍ଚ୍ଚନା
କରାଯାଇଥାଏ । ଇଶ୍ୱରଙ୍କ ଶେଷ୍ଠ ସୃଷ୍ଟି ହେଉଛି ମନୁଷ୍ୟ । ମନୁଷ୍ୟର ଆତ୍ମା
ବହିର୍ମ୍ମୁଖ ଅବସ୍ଥରେ ଏ ମାୟାମୟ ଜଗତରେ ଆନିତ୍ୟ ବ୍ୟାପାରରେ ଭୂଲି
ରହିଥାଏ । ଏହି ଭ୍ରମ ଦ୍ୱାରା ଅଶେଷ ଯାତନା ଘଟେ । ଜୀବ ନିଜର ନିଶଦ୍ଦ
ପ୍ରକୃତିରୁ ଭ୍ରଷ୍ଟ ହୋଇ ଆଶାର ସଂସାର ସୁଖ ଦୁଃଖରେ ବିବ୍ରତ ହୋଇପଡେ ।
ଲୋଭ, ମାୟା ମୋହ ବନ୍ଧନରୁ ମୁକୁଳିବା ପାଇଁ ମନୁଷ୍ୟ ଟିକେ ରାହା ଖୋଜେ,
ଇଶ୍ୱରଙ୍କ ଦ୍ୱାରସ୍ଥ ହୁଏ, ସତ୍‌ସଙ୍ଗୀ ହୁଏ । କାରଣ ଇଶ୍ୱର ପ୍ରାପ୍ତି ହିଁ ମୋକ୍ଷର
ଏକମାତ୍ର ମାର୍ଗ ବୋଲି ମଣିଷ ମନରେ ବିଶ୍ୱାସ ରହିଛି । ପୁସ୍ତକଟିରେ ମନୁଷ୍ୟ
କିପରି ମାୟା ବନ୍ଧନରୁ ମୁକ୍ତି ପାଇବ, ଇଶ୍ୱରଙ୍କ ନିକଟରୁ ନିକଟତର ହେବ, ମନରେ
କିପରି ଏକାଗ୍ରତା ଜାଗ୍ରତ ହେବ, ଧ୍ୟାନ, କର୍ମ, ଭକ୍ତି, ଜ୍ଞାନର ମାର୍ଗ ଓ ଇଶ୍ୱର
ପ୍ରାପ୍ତିର ଗୁଡ ରହସ୍ୟ ଉପରେ କବୟତ୍ରୀ ସୁନ୍ଦର ଭାବରେ ଉପସ୍ଥାପନା କରିଛନ୍ତି ।
ଯାହା ସମସ୍ତଙ୍କ ପାଇଁ ଉପାଦେୟ ହେବ ବୋଲି ମହାମହିମ ରାଜ୍ୟପାଳ ମତବ୍ୟକ୍ତ
କରିଥିଲେ ।

Leave A Comment

All fields marked with an asterisk (*) are required