Search for:
  • Home/
  • ରାଜ୍ୟ/
  • ସାମ୍ବାଦିକଙ୍କ କ୍ଷୋଭକୁ ନେଇ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ

ସାମ୍ବାଦିକଙ୍କ କ୍ଷୋଭକୁ ନେଇ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ

Spread the love

Loading

ସାମ୍ବାଦିକଙ୍କ କ୍ଷୋଭକୁ ନେଇ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ

ଭୁବନେଶ୍ୱର/୧୮:୦୭ -ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ସଭାପତି ବିଭୂତି ଭୂଷଣ କରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟର କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ନାନାବିଧ‌ ଦାବି ନେଇ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏ ସମ୍ପର୍କରେ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ସରୋଜ କୁମାର ସାମଲଙ୍କୁ ସାକ୍ଷାତକରି ବିହିତ ପଦକ୍ଷେପ ଗ୍ରହଣ ପାଇଁ ଦାବି କରିଛନ୍ତି । ସାମ୍ବାଦିକଙ୍କୁ ଗୋପବନ୍ଧୁ ସ୍ଵାସ୍ଥ୍ୟ ବୀମା ଯୋଜନାରେ ଯୋଡିବା ପାଇଁ ଏବେ ଅନ୍ ଲାଇନ୍ ଆବେଦନ ପ୍ରକିୟା ଆରମ୍ଭ ହୋଇଛି । ମାତ୍ର ଏଥିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀ ଥିବା ସାମ୍ବାଦିକ ମାନେ ଆବେଦନ କରିନପାରିବା ଭଳି ବ୍ୟବସ୍ଥା ରହିଛି। ଏକ ଆକଳନରୁ ଜଣାପଡିଛି କି,ଏହି ଧାରାରେ ସମଗ୍ର ରାଜ୍ୟର ପ୍ରାୟ ତିରିଶ ଭାଗ ସାମ୍ବାଦିକ ଆବେଦନ ପାଇଁ ଅଯୋଗ୍ୟ ବିବେଚିତ ହେବେ। ଯାହାକି, ପୂର୍ବରୁ ବିମା ତାଲିକାରେ ଥିବା ସାମ୍ବାଦିକ ମାନଙ୍କୁ ବ୍ୟଥିତ କରିଛି । ପ୍ରସ୍ତୁତ ତାଲିକାଟି ସାମ୍ବାଦିକ ମାନଙ୍କର ଚିହ୍ନଟ ସଂପର୍କିତ ଏକ ଡାଟା ବେସ୍ ସଦୃଶ ହୋଇଥିବାରୁ ଯଦି ଏହି ତାଲିକାରୁ ବହୁ ସଖ୍ୟକ ସାମ୍ବାଦିକ ବାଦ ପଡିଲେ ତେବେ ଏତଦ୍ୱାରା ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କର ଏକ ପୂର୍ଣ୍ଣାଙ୍ଗ ତାଲିକା ପାଇବାରୁ ସରକାର ମଧ୍ୟ ବଞ୍ଚିତ ହେବେ। ଏ ପ୍ରସଙ୍ଗକୁ ମଧ୍ୟ ଟୁଇଟ୍ ଯୋଗେ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି।ଏହି ଅବସରରେ ସାମ୍ବାଦିକ ମାନଙ୍କ ସହ ତାଙ୍କ ପିତା ମାତାଙ୍କୁ ବୀମା ଭୃକ୍ତ କରିବା ତଥା ବୀମା ରାଶିକୁ ଅନ୍ୟୁନ ପାଞ୍ଚ ଲକ୍ଷକୁ ବୃଦ୍ଧି କରିବା ଓ ଅବସରକାଳୀନ ଭତ୍ତା ପ୍ରଦାନ ଇତ୍ୟାଦି ବିଷୟ‌ ପ୍ରତି ନିର୍ଦ୍ଦେଶକଙ୍କୁ ଅବଗତ କରାଯାଇଥିଲା। ବିଭାଗୀୟ ନିର୍ଦ୍ଦେଶକ ସଂପୃକ୍ତ ପ୍ରସଙ୍ଗରେ ବିହିତ ପଦକ୍ଷେପ ନେବେ ବୋଲି କହିଥିଲେ। ପ୍ରତିନିଧି ମଣ୍ଡଳରେ ସଂଘର ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା, କୋଷାଧ୍ୟକ୍ଷ ରାଜେନ୍ ଚୌଧୁରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲଲାଟେନ୍ଦୁ ସେନାପତି ପ୍ରମୁଖ ଯୋଗ ଦେଇଥିଲେ।

Leave A Comment

All fields marked with an asterisk (*) are required