Search for:

ଦାଣ୍ଡିଆ ମହୋତ୍ସବ।

Spread the love

Loading

ପ୍ରୟାସ’ ପକ୍ଷରୁ ନବରାତ୍ର
ଓ ଦାଣ୍ଡିଆ ମହୋତ୍ସବ ଅନୁଷ୍ଠିତ
ଭୁବନେଶ୍ୱର ତା ୧୯.୧୦ : ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ପ୍ରୟାସ’
ପକ୍ଷରୁ ପ୍ରତିବର୍ଷ ପରି ଚଳିତବର୍ଷ ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ
ପଡ଼ିଆଠାରେ ମା’ଦୁର୍ଗାଙ୍କୁ ସମର୍ପିତ ନବରାତ୍ର ଓ ଦଶମ ଦାଣ୍ଡିଆ ଉତ୍ସବ
ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି । ଉକ୍ରଳର କଳା, ସଂସ୍କୃତି ଓ
ପରମ୍ପରାକୁ ଆଗେଇ ନେବା ସହିତ ଭ୍ରାତୃଭାବ ରଖି ବିଭିନ୍ନ ସାଂସ୍କୃତିକ
କାର୍ଯ୍ୟକ୍ରମ ସହିତ ପ୍ରତିଯୋଗିତା, ଉନ୍ନତ ଧରଣର ଲାଇଟ, ବ୍ୟାଣ୍ଡ, ଓଡ଼ିଶାର
ସବୁଠାରୁ ବୃହତ୍ତମ ମଞ୍ଚ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତ ସହିତ ସମ୍ବର୍ଦ୍ଧନା ପ୍ରମୁୁଖ
କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ
ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ସମ୍ମାନିତ ଅତିଥି ଭାବେ ଉତ୍ତର
ବିଧାୟକ ସୁଶାନ୍ତ କୁମାର ରାଉତ, ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା, ମେୟର
ସୁଲୋଚନା ଦାସ ଓ ସ୍ଥାନୀୟ କର୍ପୋରେଟର ରଞ୍ଜୁଲତା ରାୟ ପ୍ରମୁଖ ଯୋଗ ଦେଇ
ପ୍ରୟାସର ଏହି ଅଭିନବ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଉତ୍ତରୋତ୍ତର କାମନା
କରିଥିଲେ । ଏହି ଦାଣ୍ଡିଆ କାର୍ଯ୍ୟକ୍ରମ ୧୯ ଅକ୍ଟୋରରୁ ୨୫ ଅକ୍ଟୋବର
ପର୍ଯ୍ୟନ୍ତ ସନ୍ଧ୍ୟା ୬ ଘଟିକାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଜାରି ରହିବ ବୋଲି
ପ୍ରୟାସର ଅଧ୍ୟକ୍ଷ ବନ ମହାନ୍ତି ମତବ୍ୟକ୍ତ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଦସ୍ୟ ଉମାକାନ୍ତ ତାଣ୍ଡି, ଡି.ଏନ୍‌.
ପଣ୍ଡା, କୌସ୍ତୁଭ ଦାସ, ଜୟନ୍ତ କୁମାର ମହାନ୍ତି, ସୁରେଶ କୁମାର ପତ୍ରୀ, କମଳ
ମହାନ୍ତି, ଜସ୍ମ୍‌ିନ ମହାନ୍ତି, ସୋନାଲି ପ୍ରିୟଦର୍ଶିନୀ, ପପୁ, ରିସି, ଦିଲ୍ଲୀପ ପଣ୍ଡା,
ସୂର୍ଯ୍ୟନାରାୟଣ

Leave a reply

  • Default Comments (0)
  • Facebook Comments

Leave A Comment

All fields marked with an asterisk (*) are required