Search for:
  • Home/
  • ରାଜ୍ୟ/
  • ୧୯ରେ ପ୍ରଣବ ପ୍ରଣାମ ଓ ଦେବାଶିଷ ମହାପାତ୍ରଙ୍କୁ ପ୍ରଣବ ପରମ୍ପରା ସମ୍ମାନ

୧୯ରେ ପ୍ରଣବ ପ୍ରଣାମ ଓ ଦେବାଶିଷ ମହାପାତ୍ରଙ୍କୁ ପ୍ରଣବ ପରମ୍ପରା ସମ୍ମାନ

Spread the love

Loading

୧୯ରେ ପ୍ରଣବ ପ୍ରଣାମ ଓ ଦେବାଶିଷ ମହାପାତ୍ରଙ୍କୁ ପ୍ରଣବ ପରମ୍ପରା ସମ୍ମାନ
ଭୁବନେଶ୍ୱର ତା ୧୮/୦୧-ଆସନ୍ତା ଜାନୁୟାରୀ ୧୯ ତାରିଖରେ ଓଡ଼ିଶାର କିମ୍ବଦନ୍ତୀ ଗାୟକ ପ୍ରଣବ କିଶୋର ପଟ୍ଟନାୟକଙ୍କ ଜନ୍ମଦିନର ପୂର୍ବ ସଂଧ୍ୟାରେ ଆୟୋଜିତ ହେବ ପ୍ରଣବ ଜୟନ୍ତୀ ଓ ସଂଗୀତର କାର୍ଯ୍ୟକ୍ରମ, “ପ୍ରଣବ ପ୍ରଣାମ”। ଅଗଣିତ ଭାବ ଗମ୍ଭୀର ଓ ଜୀବନ ଦର୍ଶନ ଆଧାରିତ ସଂଗୀତ ଗାଇ ଓଡ଼ିଆ ସଂଗୀତ ଓ ସଂସ୍କୃତି ଜଗତକୁ ସମୄଦ୍ଧ କରିଥିବା ଏହି ମହାନ ଗାୟକଙ୍କ ସମ୍ମାନ ଓ ଶ୍ରଦ୍ଧାରେ ଗତ ଅଠର ବର୍ଷ ଧରି ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇ ଆସୁଛି। ଏହି ଅବସରରେ ଋଚିପୂଣ୍ଣ ସଂଗୀତ ଗା୍ୟନ କ୍ଷେତ୍ରରେ ପ୍ରଦାନ କରାଯାଉଥିବା ପ୍ରଣବ ପରମ୍ପରା ସମ୍ମାନ ଚଳିତ ବର୍ଷ ବିଶିଷ୍ଟ ସଂଗୀତ ଶିଳ୍ପୀ *ଦେବାଶିଷ ମହାପାତ୍ର* ଙ୍କୁ ପ୍ରଦାନ କରାଯିବ।
ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ସଂଭାବନାର ସଂପାଦକ *ଦେବ ପ୍ରସାଦ ପରିଜା, ଟ୍ରଷ୍ଟି ସ୍ମୃତି ମହାନ୍ତି, କସ୍ତୁରିକା ପଟ୍ଟନାୟକ*, ସଂଭାବନାର ଯୁଗ୍ମ ସଂପାଦିକା *ମୀନାକ୍ଷୀ ପଟ୍ଟନାୟକ* ସୂଚନା ଦେଇ କହିଥିଲେ ଯେ ଚଳିତ ଥରର ବିଶେଷତ୍ବ ହେଉଛି ଯେ ପୂର୍ବରୁ ପ୍ରଣବ ପରମ୍ପରା ସମ୍ମାନ ଗ୍ରହଣ କରିଥିବା ପ୍ରଖ୍ୟାତ ଶିଳ୍ପୀମାନେ ଏହି ଅବସରରେ ଯୋଗ ଦେବେ। ତନ୍ମଧ୍ୟରେ *ତୄପ୍ତି ଦାସ,ଗୀତା ପଟ୍ଟନାୟକ, ଶ୍ୟାମାମଣି ଦେବୀ,ଶେଖର ଘୋଷ,ଡ.ସୁଧା ମିଶ୍ର,ଇନ୍ଦ୍ରାଣୀ ମିଶ୍ର,ଡ.ସଂଗୀତା ଗୋସାଇଁ, ସ୍ବରୂପା ଚକ୍ରବର୍ତ୍ତୀ* ପ୍ରମୁଖ ଅନ୍ତର୍ଭୁକ୍ତ।
ସଂଭାବନା ପକ୍ଷରୁ ଓଡ଼ିଆ ଅସ୍ମିତା, ଭାଷା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ସଂରକ୍ଷଣ ଉଦ୍ଦେଶ୍ୟରେ ଆୟୋଜିତ ଓଡ଼ିଆ ମହୋତ୍ସବର ପ୍ରଥମ କାର୍ଯ୍ୟକ୍ରମ ପ୍ରଣବ ପ୍ରଣାମ ଅବସରରେ ବହୁ ଜନପ୍ରିୟ ପ୍ରଣବ ସଂଗୀତ ପରିବେଷଣ କରାଯିବ। ସଂଭାବନା ପକ୍ଷରୁ ଏ ସଂପର୍କରେ ସୂଚନା ପ୍ରଦାନ କରିବା ସହ ବହୁ ସଂଖ୍ୟାରେ ସଂଗୀତପ୍ରେମୀ ଓ ପ୍ରଣବପ୍ରେମୀ ଉପସ୍ଥିତ ରହିବା ପାଇଁ ଅନୁରୋଧ କରାଯାଇଛି।

Leave A Comment

All fields marked with an asterisk (*) are required