୨୦୨୪ ର ନଦୀ ପ୍ରଦୂଷଣ ଓ ସୁରକ୍ଷା ସମ୍ପର୍କରେ ଜନ ଇସ୍ତହାର
ଭୁବନେଶ୍ବର: ଓଡ଼ିଶା ନଦୀ ସୁରକ୍ଷା ସମିତି ତରଫରୁ ନଦୀ ଇସ୍ତହାର କୁ ନେଇ ସାମ୍ବାଦିକ ସମ୍ମିଳନୀ ଓଡ଼ିଶା ନଦୀ ସୁରକ୍ଷା ସମିତି ର ଅଧ୍ୟକ୍ଷ ନେତୃତ୍ବରେ ଅନୁଷ୍ଟିତ ହୋଇଯାଇଛି । ଓଡ଼ିଶାରେ ପ୍ରବାହିତ ବିଭିନ୍ନ ନଦୀର ସମସ୍ୟାକୁ ନେଇ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ବିଭିନ୍ନ୍ ରାଜନୈତିକ ଦଳକୁ ନଦୀ ଇସ୍ତହାର ପ୍ରଦାନ କରାଯାଇଛି । ବିଲୁପ୍ତ ହୋଇଯାଇଥିବା ଐତିହାସିକ ନଦୀ ଗୁଡିକର ପୁନରୁଦ୍ଧାର, ସହରାଞ୍ଚଳର ବର୍ଜ୍ୟ ଜଳ କୁ ସିଧା ସଳଖ କୌଣସି ନଦୀରେ ପ୍ରବାହୀତା ନ କରି ନଦୀକୁ ନିର୍ମଳ ଓ ସ୍ବଚ୍ଛ ଚିର ପ୍ରବାହିତ କରିବା । ଅନେକ ଅଞ୍ଚଳରେ ଭୂତଳ ଜଳ ଖରିଆ ଓ ଲୁଣିଆ ତେଣୁ ନଦୀ ଜଳ ଏକ ମାତ୍ର ବ୍ୟବସ୍ତା। ସମସ୍ତ ନଦୀକୁ ପ୍ରଦୂଷଣ ମୁକ୍ତ କରାଯାଇ ନିରାପଦ ପାନୀୟ ଜଳର ଉତ୍ସ ସୃଷ୍ଟି କରାଯାଉ । ନଦୀ ପଠା ଜବରଦଖଲ ଉଚ୍ଛେଦ କରାଯାଇ ନଦୀକୁ ପ୍ରାକୃତିକ ପ୍ରବାହ ର ସାହି ନଦୀ ସ୍ବାସ୍ଥ୍ଯ ପାଟି ସରାକାର ଅଙ୍ଗୀକାର କରନ୍ତୁ । ୨୧ ପ୍ରସ୍ତାବ ସମ୍ବଳିତ ନଦୀ ଇସ୍ତହାର ଜାରି କରାଯାଇଛି ଏହି କାର୍ଯ କ୍ରମରେ ଦୟାନଦୀ ସୁରକ୍ଷା ଅଭିଯାନ ର ଆବାହକ ସଚିକାନ୍ତ ପ୍ରଧାନ , ପ୍ରାଚୀ ପ୍ରାଜ୍ଞର ଅଧ୍ୟକ୍ଷ ହଂସନାଥ ସାହୁ , ବିଜଯ କୁମାର ପ୍ରଧାନ , ପରିବେଶବିତ ବ୍ରତୀନ୍ଦ୍ରି ଜେନା, ମହାନଦୀ ବଞ୍ଚାଅ ଅଭିଯାନ ର ଆବାହକ ସୁଦର୍ଶନ ଦାସ , ଇ.ଅକ୍ଷୟ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ ।