ପ୍ରତି ମହିଳାଙ୍କୁ ୫ହଜାର ଟଙ୍କାର ଭାଉଚର,ବରିମୁଣ୍ଡପଞ୍ଚାୟତରେ ବିଜେପିର ମାରାର୍ଥନ ପ୍ରଚାର
ପ୍ରତି ମହିଳାଙ୍କୁ ୫ହଜାର ଟଙ୍କାର ଭାଉଚର,ବରିମୁଣ୍ଡପଞ୍ଚାୟତରେ ବିଜେପିର ମାରାର୍ଥନ ପ୍ରଚାର
ଭୁବନେଶ୍ବର୧୬/୫ ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀର ବରିମୁଣ୍ଡପଞ୍ଚାୟତର ବିଭିନ୍ନ ଗ୍ରାମରେ ବିଜେପିର ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ରୋଡଶୋ ମାଧ୍ୟମରେ ଜନସମର୍ଥନ ହାସଲ ପାଇଁ ପ୍ରଚାର ଜୋରଦାର କରିଛନ୍ତି।ଗୁରୁବାର ଅପରାହ୍ନରେ ବରିମୁଣ୍ଡପଞ୍ଚାୟତ ସନ୍ଧ୍ୟାରେ ବିଏମସି ଓ୍ବାର୍ଡରେ ଭୋଟଭିକ୍ଷା କରିଛନ୍ତି।ବିଜେପି ଦଳକୁ ବିଜୟ କଲେ ଆଉ ମହିଳାଙ୍କର ଆଉ କୈାଣସି ଅଭାବ ରହିବ ନାହିଁ।ସୁଭଦ୍ରା ଯୋଜନାରେ ୫୦ହଜାର ଟଙ୍କାର ନିଃଶୁଳ୍କ ଭାଉଚର ପ୍ରତି ମହିଳାଙ୍କୁ ମିଳିବ ବୋଲି ପ୍ରିୟଦର୍ଶୀ ମିଶ୍ର କହିଛନ୍ତି।୫ପଞ୍ଚାୟତରେ ରୋଡଶୋରେ ବିଶାଳ ରାଲିକରି ବରିମୁଣ୍ଡ ଗ୍ରାମର ଆରଧ୍ୟ ଦେବତା ପ୍ରଭୁ ଲକ୍ଷେଶ୍ବର ମନ୍ଦିରରୁ ବାହାରିଥିଲେ।ରାଲି ଜରିପାଟଣା,ରୋକଟ,କୃଷ୍ଣସରଣପୁର,ସିଙ୍ଗଡା,ଟାଙ୍ଗିବନ୍ତ ଦେଇ ବରିମୁଣ୍ଡରେ ଶେଷ ହୋଇଥିଲା।ରୋଡଶୋ ବେଳେ ବିଭିନ୍ନ ଗ୍ରାମରେ ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀଙ୍କୁ ବିପୁଳ ସମ୍ବର୍ଦ୍ଦନା ଦିଆଯାଇଥିଲା।ସେହିପରି ଓ୍ବାର୍ଡ ନମ୍ବର ୧୨ ପ୍ରେସଛକରୁ ପ୍ରଚାର ଆରମ୍ଭ କରିଥିଲେ।