Search for:
  • Home/
  • ରାଜ୍ୟ/
  • ହତ୍ୟା ର ୫ ମାସ ପରେ ବି ଦୋଷୀଙ୍କୁ କାହିଁକି ଗିରଫ କରୁନି ପୋଲିସ,

ହତ୍ୟା ର ୫ ମାସ ପରେ ବି ଦୋଷୀଙ୍କୁ କାହିଁକି ଗିରଫ କରୁନି ପୋଲିସ,

Spread the love

Loading

୪୦ ଟଙ୍କା ପାଇଁ ଦୋକାନୀଙ୍କୁ ମାରିବା ଘଟଣାରେ ନ୍ୟାୟ ପାଇଁ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପରିବାର ଲୋକଙ୍କ ଧାରଣା

ଭଦ୍ରକ : ହତ୍ୟା ର ୫ ମାସ ପରେ ବି ଦୋଷୀଙ୍କୁ କାହିଁକି ଗିରଫ କରୁନି ପୋଲିସ,ତଦନ୍ତ କୁ ବିଭ୍ରାନ୍ତ କରି ସାକ୍ଷୀ ଙ୍କୁ ଡରାଇବା ସହ ଧମକାଉଛି ପୋଲିସ ବୋଲି ପରିବାର ଲୋକେ କଲେ ଅଭିଯୋଗ। ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ର ଆଦେଶ କୁ ଅବମାନନା କରୁଛି ନିଜେ ଆଇନ ରକ୍ଷାକାରି ପୋଲିସ। ରକ୍ଷକ ହୋଇ ଭକ୍ଷକ ସାଜୁଛି ତେଣୁ ଆମେ ଆଜି ସପପରିବାର ନ୍ୟାୟ ନମିଳିବା ଯାଏ ଏସପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବୁ ବୋଲି କହିଛନ୍ତି ପରିବାର ଲୋକେ |
ସୂଚନା ମୁତାବକ ଗତ ୫ ମାସ ତଳେ ଚରମ୍ପା ବଜାର ରେ ଘଟିଥିବା ଏକ ହତ୍ୟାକାଣ୍ଡ ସାରା ରାଜ୍ୟରେ ଚର୍ଚ୍ଚିତ ହୋଇଥିଲା। ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଧିନ ବଣିଆ ଗାଁ ର ବିଜୟ ପଣ୍ଡା ଭଦ୍ରକ ଟାଉନ ଥାନା ଅଧିନ ଚରମ୍ପା ପଥରଆଡ଼ି ଛକ ରେ ଏକ ତେଜରାତି ଦୋକାନ କରିଥିଲେ । ସେହି ଅଞ୍ଚଳ ର କାମେଶ ପରିଡା ନାମକ ଯୁବକ ବିଜୟଙ୍କ ଦୋକାନ କୁ ଆସି ସଉଦା ନେଇଥିଲେ । ସମସ୍ତ ସାମଗ୍ରୀ ର ମୂଲ୍ୟ ସମୁଦାୟ ୧୮୦ ଟଙ୍କା ହୋଇଥିଲା । କାମେଶ ପରିଡା ଫୋନ ପେ ରେ ୧୪୦ ଟଙ୍କା ଦେଇ ପଳାଇଥିଲେ । ବିଜୟ ଗ୍ରାହକ କାମେଶ ଙ୍କୁ ବଳକା ୪୦ ଟଙ୍କା ମାଗିବାରୁ ଏଥିରେ ଉତକ୍ଷିପ୍ତ ହୋଇ କାମେଶ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା ଏବଂ ସେହି ମାଡ଼ ରେ ବିଜୟ ଦୋକାନ ତଳେ ପଡିଯାଇଥିଲେ । ସ୍ଥାନୀୟ ଦୋକାନୀ ମାନେ ତାଙ୍କୁ ଭଦ୍ରକ ମେଡିକାଲ କୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।ତେବେ ଏହି ଘଟଣା ପରେ କମେଶ ଫେରାର ହୋଇଯାଇଥିଲେ ପରେ ଉଚ୍ଚ ନ୍ୟାୟଳୟରେ ଜାମିନ ଆବେଦନ କରିଥିଲେ ମଧ୍ୟ ଖାରଜ ହୋଇଥିଲା ଶେଷରେ ସର୍ବୋଚ୍ଚ ନ୍ୟାୟଳୟ କାମେଶଙ୍କୁ ଅନ୍ତରୀଣ ଜାମିନ ଦେଇଥିଲେ ଏବଂ ଜାମିନ ର ଅବଧି ସମାପ୍ତ ହୋଇଯାଇଥିଲେ ମଧ୍ୟ ପୂର୍ବରୁ ପୋଲିସ ଅଭିଯୁକ୍ତ କାମେଶ ଙ୍କୁ ଧରିବାରେ ବିଫଳ ହୋଇଥିଲା ଆଉ ଏବେ ସର୍ବୋଚ୍ଚ ନ୍ୟାୟଳୟର ଆନ୍ତରୀଣ ଜାମିନ ଅବଧି ସରିବା ପରେ ମଧ୍ୟ କୋର୍ଟ ବିଜୟଙ୍କ ସପକ୍ଷ ରେ ଆଦେଶ ଥିବା ସତ୍ୱେ କାମେଶ ଖୁଲମ ଖୁଲା ବୁଲୁଥିବା ବେଳେ ମଧ୍ୟ ଗିରଫ କରିବାକୁ ନା ଗନ୍ଧ ଧରୁନାହିଁ ପୋଲିସ |ଦା୍ୱିତ୍ୱରେ ଥିବା ତଦନ୍ତ କାରି ଅଧିକାରୀ ଭଦ୍ରକ ସହରାଞ୍ଚଳ ଥାନାର ଅଧିକାରୀ ମାନେ ତଦନ୍ତକୁ ବିଭ୍ରାନ୍ତ କରି ସାକ୍ଷୀ ମାନଙ୍କୁ ଡରାଇ ଧମକାଇ ଦୋଷୀଙ୍କ ଦଣ୍ଡ କୁ କୋହଳ କରିବା ଦୋଷୀଙ୍କୁ ଗିରଫ ନକରି ଓଲଟା ତାଙ୍କୁ ସାହାଯ୍ୟ କରୁଛନ୍ତି ବୋଲି ଧାରଣା ରେ ବସିଥିବା ମୃତ ବିଜୟ ଙ୍କ ପରିବାର ଲୋକେ କହିଛନ୍ତି। ତେବେ ଆମକୁ ଉଚିତ ନ୍ୟାୟ ନମିଳିଲେ ଆଗାମୀ ଦିନରେ ବିଧାନସଭା ସମ୍ମୁଖରେ ଧାରଣା ରେ ବସିବା ସହ ଆମେ ସମସ୍ତେ ପରିବାର ବର୍ଗ ଆତ୍ମହୁତି ଦେବା ନେଇ ଚେତାବନୀ ଦେଇଛନ୍ତି ଧାରଣା ରେ ବସିଥିବା ମୃତ ବିଜୟଙ୍କ ପରିବାର ଲୋକେ। ତେବେ ଦେଖିବାକୁ ବାକିରହିଲା ସର୍ବୋଚ୍ଚ ନ୍ୟାୟାଳୟ ର ଆଦେଶ କୁ କେବେ ପାଳନ କରୁଛି ଭଦ୍ରକ ପୋଲିସ। କେବେ ଗିରଫ କରୁଛି ଅଭିଯୁକ୍ତକୁ।ଅପେକ୍ଷା।

Leave A Comment

All fields marked with an asterisk (*) are required