Search for:
  • Home/
  • ରାଜ୍ୟ/
  • ଦୋଷୀ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ

ଦୋଷୀ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ

Spread the love

Loading

ଭରତପୁର ଥାନାରେ ସେନା ଅଧିକାରୀ ଏବଂ ମହିଳାଙ୍କୁ ନିର୍ଯ୍ୟାତନା ଘଟଣାର ବିଚାର ବିଭାଗୀୟ ତଦନ୍ତ ସହ ଦୋଷୀ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ
ଭୁବନେଶ୍ୱର (ତା,୨୨.୦୯.୨୦୨୪): ଭରତପୁର ଥାନାରେ ଗତ୧୪ ତାରିଖ ଦିନ ମଧ୍ୟ ରାତ୍ରୀରେ ଘଟିଥିବା କଳଙ୍କିତ ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ ‘ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍‌’ ପକ୍ଷରୁ ପ୍ରକାଶ କରାଯାଇଛି । ୧୪ ତାରିଖ ମଧ୍ୟ ରାତ୍ରୀରେ ଭରତପୁର ଥାନାରେ ଅଭିଯୋଗ କରିବାକୁ ଯାଇଥିବା ଜଣେ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଦବୀଙ୍କୁ ପୁଲିସ ଅଧିକାରୀମାନେ ଯେଭଳି ର୍ଦୁବ୍ୟବହାର ପ୍ରଦର୍ଶନ କଲେ ତାହା ବର୍ବରତାର ସମସ୍ତ ସିମାକୁ ଲଙ୍ଘନ କରିଛି । ଗୋଟିଏ ପଟରେ ରାଜ୍ୟ ସରକାର ଏବଂ ପୁଲିସ ବିଭାଗର ଉଚ୍ଚ ପଦସ୍ତ ଅଧିକାରୀମାନେ ପୋଲିସ ପ୍ରଶାସନକୁ ଲୋକାବିମୁଖୀ କରିବା ସହ ଅପରାଧୀମାନଙ୍କ ପ୍ରତି ଜିରୋ ଟଲେରାନ୍ସ ନୀତି ଆପଣେଇବା ପାଇଁ ଆୱାନ ଦେଉଥିବା ବେଳେ ଥାନାରେ ପୁଲିସ ଅଧିକାରୀମାନଙ୍କ ଏଭଳି ବ୍ୟବହାର ଓଡ଼ିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ ଆଦୈା ଗ୍ରହଣିୟ ନୁହେଁ ବୋଲି ଫରୱାର୍ଡ଼ ବ୍ଲକ୍ ପକ୍ଷରୁ କୁହାଯାଇଛି । ରାଜ୍ୟ ସରକାର ଓ ପୋଲିସ ପ୍ରଶାସନର ଅପାରଗତା କାରଣରୁ ରାଜ୍ୟ ତମାମ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ସ୍ଥଳେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ନିରବଦ୍ରଷ୍ଟ୍ରା ସାଜିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଯାହା ରାଜ୍ୟସରକାରଙ୍କର ଅପାରଗତକୁ ଦର୍ଶାଉଛି ବୋଲି ଏକ ପ୍ରେସ୍ ଇସ୍ତାହାର ମାଧ୍ୟମରେ ଫରୱାର୍ଡ ବ୍ଲକ୍‌ର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରନ ମହାପାତ୍ର ଅଭିଯୋଗ କରିଛନ୍ତି । ତୁରନ୍ତ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେବା ସହ ଘଟଣାରେ ସପୃକ୍ତ ପୁଲିସ ଅଧିକାରୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁ ଷ୍ଠାନ ପାଇଁ ଫରୱାର୍ଡ ବ୍ଲକର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରନ ମହାପାତ୍ର ଏବଂ ଅଗ୍ରଗାମୀ ମହିଳା ସମିତିର ସାଧାରଣ ସମ୍ପାଦିକା ଲକ୍ଷ୍ମୀ ଦୋରା ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ଦାବି କରିଛନ୍ତି । ନଚେତ ଆଗାମୀ ଦିନର ଆନ୍ଦୋଳନ ପାଇଁ ରାଜ୍ୟ ସରକାର ହିଁ ଦାୟୀ ରହିବେ ବୋଲି ଏହି ପ୍ରେସ୍ ଇସ୍ତାହାରରେ କୁହାଯାଇଛି ।

Leave A Comment

All fields marked with an asterisk (*) are required