ସାବାସ କମିଶନରେଟ ପୋଲିସ।
ସାବାସ କମିଶନରେଟ ପୋଲିସ
ଭୁବନେଶ୍ୱର”ଉଇ କେୟାର, ଉଇ ଡେ଼ୟାର” କମିଶନରେଟ ପୋଲିସ ର ଏହି ସ୍ଲୋଗାନ କୁ ସୋମବାର ଦିନ ସନ୍ଧ୍ୟାରେ ମାଷ୍ଟର କ୍ୟାଣ୍ଟିନ ସ୍ଥିତ “ଆରକ୍ଷୀ ସହାୟତା କେନ୍ଦ୍ର”ଅଧିକାରୀ ଓ କର୍ମଚାରି ମାନେ ସତ ରେ ପରିଣତ କରି ଦେଖାଇ ଛନ୍ତି। ମିଳିଥିବା ଖବର ରୁ ଜଣାପଡିଛି ଯେ, ସୁନ୍ଦରଗଡ ରୁ ଜଣେ ବ୍ୟକ୍ତି ସପତ୍ନୀକ ନିଜ ଝିଅର ନାମଲେଖା ପାଇଁ kiss ଆସିଥିଲେ। କାମସାରି “ଯୋଗମାୟା “ନାମକ ଏକ ଘରୋଇ ବସ ଯୋଗେ ଭୁବନେଶ୍ୱର ରେଳ ଷ୍ଟେସନ ଆସି ମାଷ୍ଟର କ୍ୟାଣ୍ଟିନ ଛକରେ ଟ୍ରେନ ସମୟ ହୋଇଯାଇ ଥିବାରୁ ବସ ରୁ ତରତର ହୋଇ ଓଲ୍ହାଇ ପଡିବା ପରେ ବସଟି ଚାଲିଯାଇଥିଲା। ମାତ୍ର ବସରେ ତାଙ୍କର laptop ଟି ରହିଯାଇଥିଲା। ପରେ ମନେ ପଡିବାରୁ ସେ ବସକୁ ଖୋଜି ନପାଇ ବାରୁ ନିରୁପାୟ ହୋଇ କ୍ୟାପିଟାଲ ଥାନା ରେ ଜଣାଇ ଥିଲେ। କ୍ୟାପିଟାଲ ଥାନା ରୁ ନିର୍ଦ୍ଧେଶ ପାଇ ମାଷ୍ଟର କ୍ୟାଣ୍ଟିନ ସ୍ଥିତ ଫାଣ୍ଡି ଅଧିକାରୀ ନିରଞ୍ଜନ ନାୟକ ଓ ଅନ୍ୟ କର୍ମଚାରୀ ମାନେ ସମ୍ପୃକ୍ତ ବସ ର ଚାଳକଙ୍କ ଫୋନ ନମ୍ବର ସଂଗ୍ରହ କରି ତୁରନ୍ତ laptop ସହ ଫାଣ୍ଡି କୁ ଆସିବାକୁ ନିର୍ଦ୍ଧେଶ ଦେଇଥିଲେ। ଫାଣ୍ଡି ଅଧିକାରୀଙ୍କ ନିର୍ଦ୍ଧେଶ ପାଇ ବସଟି ର ଚାଳକ ଓ କଣ୍ଡକ୍ଟର ଫାଣ୍ଡି କୁ ଆସି ବସ ରେ ଥିବା laptop ଟିକୁ ଫାଣ୍ଡି ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲେ।