Search for:
  • Home/
  • ରାଜ୍ୟ/
  • ଆଜି ଶ୍ରାବଣ ପ୍ରଥମ ସୋମବାର କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଆଜି ଶ୍ରାବଣ ପ୍ରଥମ ସୋମବାର କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

Spread the love

Loading

ଆଜି ଶ୍ରାବଣ ପ୍ରଥମ ସୋମବାର: ଜଳଲାଗି କରିବେ ଭକ୍ତ, କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ତା

ଭୁବନେଶ୍ବର : ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର। ଭକ୍ତମାନେ ମହାଦେବଙ୍କୁ ଜଳଲାଗି କରିବେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ବେଶ କଡାକଡି କରିଛି କମିଶନରେଟ ପୁଲିସ। କାଉଡ଼ିଆଙ୍କର ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା,କ୍ରାଉଡ଼ ମ୍ୟାନେଜମେଣ୍ଟ, ଅପ୍ରିତିକର ପରିସ୍ଥିତିକୁ ରୋକିବା ଲାଗି ବ୍ୟାପକ ବନ୍ଦୋବସ୍ତ କରାଯାଇଛି।ଲିଙ୍ଗରାଜ ମନ୍ଦିର ଓ ଅନ୍ୟ ୨୬ ଟି ସ୍ଥାନରେ ୨ ଜଣ ଅତିରିକ୍ତ ଡିସିପି, ୪ ଜଣ ଏସିପି, ୬ ଇନ୍ସପେକ୍ଟର, ୩୦ ସବଇନ୍ସପେକ୍ଟର ଓ ଏଏସଆଇ ଙ୍କ ସହ ମୋଟ ୧୫ ସେକ୍ସନ ଫୋର୍ସ ମୁତୟନ ହେବେ।

ରାଜଧାନୀରେ କାଉଡ଼ିଆ ଯିବା ଆସିବା ବାଟରେ ମୋବାଇଲ ପେଟ୍ରୋଲିଂ ଟିମ, ପିସିଆର ରହିବ। ଦୁର୍ଘଟଣା ରୋକିବା ସହ ଆଶୁ ଚିକିତ୍ସା ପାଇଁ ଛକ ମାନଙ୍କରେ ଫାଷ୍ଟଏଡ଼ ଓ ମୋବାଇଲ ମେଡ଼ିକାଲ ୟୁନିଟ ରହିବ। ଜଳ ଉଠାଇବା ସ୍ଥାନ ବା ବିଭିନ୍ନ ନଦୀ ପଠାରେ ଓଡ୍ରାଫ ଓ Fire fighting unit ନିୟୋଜିତ ରହିବେ। ବିଭିନ୍ନ ସ୍ଥାନରେ ସିସିଟିଭି ରହିଛି। କଣ୍ଟ୍ରୋଲ ରୁମ ମଧ୍ୟରୁ ଏସବୁକୁ ମନିଟର କରାଯିବ।ସେପଟେ ଲିଙ୍ଗରାଜ ମନ୍ଦିରରେ ପ୍ରାୟ ୨ ଲକ୍ଷ କାଉଡ଼ିଆ ଆସିବାର ସମ୍ଭାବନା ରହିଛି। ୫ଟି ସୋମବାରରେ ଲିଙ୍ଗରାଜ ମନ୍ଦିରରେ ସାଢେ ୩ ଟାରେ ମଙ୍ଗଳ ଆଳତି ଅବକାଶ କରାଯିବ ।

୪ ଟାରୁ ସାହାଣ ମେଲା ଦର୍ଶନ ହେବ । ମନ୍ଦିର ଭିତରେ ଏଏସଆଇ ପକ୍ଷରୁ ବ୍ୟାରିକେଡ କରାଯାଇଛି। ମନ୍ଦିର ଭିତରକୁ ବ୍ଲେଡ଼ ଓ ଛୁରୀ ପ୍ରଵେଶରେ କଟକଣା ଲଗାଯାଇଛି । ଭୋର ୪ ଟାରୁ ଦିନ ୧୨ ଟା ପର୍ଯ୍ୟନ୍ତ ଜଳଲାଗି କରାଯିବ । ଏହାପରେ ମନ୍ଦିର ନୀତିକାନ୍ତି ଆରମ୍ଭ କରାଯିବ। ବେଢା ଭିତରେ ଥିବା ଆଡ଼ କାଠ ନିକଟରେ ଥିବା ଏକ ତମ୍ବା ପାତ୍ରରେ ପାଣି ଢାଳିବେ । କୌଣସି ଭକ୍ତ ପାଣି ଆଣିଥିବା କଳସ ଭିତରକୁ ନେଇ ଯାଇପାରିବେ ନାହିଁ। କଳସ ବେଢାରେ ରଖି ଭିତରକୁ ଦର୍ଶନ କରିବାକୁ ଯାଇପାରିବେ ବୋଲି ଡିସିପି କହିଛନ୍ତି।

Leave A Comment

All fields marked with an asterisk (*) are required