ପୁଲିସ ର ଶିଥିଳ ତଦନ୍ତ ନେଇ ଅସନ୍ତୁଷ୍ଟ।
ଭୁବନେଶ୍ୱର:ପୁଅର ଅସମୟ ମୃତ୍ୟୁ ପାଇଁ ଦାୟୀ କିଏ ! ଡାକ୍ତରଖାନା ରିପୋର୍ଟ ରେ ଯାହା ଅଛି , ଗଣମାଧ୍ୟମକୁ ତାହା କହିଲେନି କାହିଁକି ! କାହିଁକି କହିଲେ ବେଡ଼ ରୁ ଉଠି ଶୌଚ ହେବାକୁ ଯାଇଥିଲା , ସେଠାରେ ପଡି ହୃଦଘାତ ରେ ମୃତ୍ୟୁ ହୋଇଛି ! ଏପରି ବିଭିନ୍ନ ଅସମାହିତ ପ୍ରଶ୍ନର ଉତ୍ତର ନପାଇ ପୁଅକୁ ହରାଇଥିବା ପରିବାର ଲୋକେ ଶେଷରେ ମାନବାଧିକାର କମିଶନ ଙ୍କ ଦ୍ୱାରସ୍ଥ ହୋଇଛନ୍ତି ! ଆଗରୁ ଘଟଣାକୁ ନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ ପରେ କେଶ ନମ୍ବର 44 /24 ଏବଂ ଦଫା ୩୦୪ ରେ ମାମଲା ରୁଜୁ ହୋଇଛି ! ହେଲେ ପୁଲିସ ର ଶିଥିଳ ତଦନ୍ତ ନେଇ ଅସନ୍ତୁଷ୍ଟ ଅଛନ୍ତି ସମ୍ପର୍କୀୟ ! ଏସ୍ସିବି ମେଡିକାଲ ରେ ହୋଇଥିଲା ପ୍ରଥମ ହାପଲୋ ବୋନ୍ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ଅପରେସନ ! ବାହାବା ନେବାକୁ ଗଣମାଧ୍ୟମକୁ ସୂଚନା ଦେଇଥିଲେ ବିଭାଗୀୟ ଡାକ୍ତର ! ଏପରିକି ଖୋଦ ମୁଖ୍ୟମନ୍ତ୍ରୀ ମଧ୍ୟ ଟୁଇଟ କରି ଶୁଭେଚ୍ଛା ଜଣାଇଥିଲେ ! ହେଲେ ଅପରେସନ ର ମାତ୍ର ନ ଦିନ ପରେ ଆଖି ବୁଜିଲେ ଶୁଭ୍ରାଂଶୁ ! ଆକସ୍ମିକ ଅଘଟଣ ପରେ ପରିବାର ଲୋକ ଭାଙ୍ଗି ପଡ଼ିଥିଲେ , ହେଲେ ବେଡି ଉପରେ କୋରଡା ସାଜିଲା ମୃତ୍ୟୁର କାରଣ ନେଇ ଡାକ୍ତରଙ୍କ ଗଣମାଧ୍ୟମ କୁ ସୂଚନା ! ତେବେ ଶେଷରେ ଚିକିତ୍ସାରେ ଗୁରୁତର ଅବହେଳା ଜନିତ ମୃତ୍ୟୁ ସହ ଗଣମାଧ୍ୟମକୁ ମିଥ୍ୟା ସୂଚନା ଦେବା ଘଟଣାର ଉପଯୁକ୍ତ ତଦନ୍ତ ଦାବି କରି ମଙ୍ଗଳାବାଗ ଥାନାରେ ଏତଲା ହେବା ପରେ ମାମଲା ରୁଜୁ ହୋଇଛି ! ମୃତ୍ୟୁର ପ୍ରକୃତ କାରଣ ଉନ୍ମୋଚନ ସହିତ ପରିବାର ଲୋକେ !ଦୋଷୀଙ୍କୁ ଦଣ୍ଡ ଦେବା ଉଦ୍ଦେଶ୍ୟରେ ମାନବାଧିକାର କମିଶନ ଙ୍କୁ ଅଭିଯୋଗ