ରାଜଧାନୀ ଭୁବନେଶ୍ୱର ଲୁଟେରାଙ୍କ କବଜା ରେ ପୋଲିସ ଫୋନ କଲେ ପୋଲିସ ଧରୁଛି।
ଚୋର ପୋଲିସ ଏବେ ଏକାଠି ପବ୍ଲିକ କାର୍ପେଟର ଫୋନ କଲେ ପିସିଆର ପୋଲିସ ଯାଉଛି।
ଭୁବନେଶ୍ୱର:୦୮.୦୭ ଇନଫୋଭ୍ୟାଲି ଥାନା ଯାଆଁଳା ଝୁଲଣସାହିରେ ରହୁଥିବା ଅଜୟ ପ୍ରଧାନଙ୍କ ଘରୁ ବଡଧରଣର ଚୋରି ହୋଇଛି । ଶ୍ରୀ ପ୍ରଧାନ ପରିବାର ସହିତ ଏକ ବିବାହ କାର୍ଯ୍ୟକ୍ରମରେ ଗତ ୨୬ ତାରିଖ ଦିନ ଯୋଗ ଦେବାକୁ ଡେଲାଙ୍ଗ ଯାଇଥିଲେ । ଏହି ସମୟରେ ସୁଯୋଗ ଦେଖି ଦୁର୍ବୃତ୍ତମାନେ ତାଙ୍କ ଘରର ତାଲା ଭାଙ୍ଗି ଭିତରେ ପଶିଥିଲେ । ପରେ ଆଲମାରୀ ଭାଙ୍ଗି ସେଥିରେ ଥିବା ନଗଦ ୬୦ ହଜାର ଟଙ୍କା, ୮ଟି ମୁଦି, ଦୁଇଟି ଚେନ୍ ସମେତ ଅନ୍ୟାନ୍ୟ ଜିନିଷ ପତ୍ର ଲୁଟି ନେଇଥିଲେ । ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ କରୁଛି । ମାତ୍ର ତଦନ୍ତର ଫଳ ଶୂନ ।ବୃଦ୍ଧି ଯିବି ଓ ମହିଳା କହୁଚଥି ପୋଲିସ କୁ ନେତା କିମ୍ବା କାର୍ପେଟର ଫୋନ କଲେ ପିସିଆର ଯାଉଛି ବୋଲି ମହିଳା ଓ ବୃଦ୍ଧି ଯିବି କହୁଚଥି ତେବେ ଗତକିଛିଦିନ ହେଲା ସହର ଓ ଉପକଣ୍ଠରେ ଯେଉଁ ପରିମାଣରେ ଲୁଟପାଟ ହେଉଛି, ସେଥିରୁ ଜଣାପଡୁଛି ରାଜଧାନୀ ଭୁବନେଶ୍ୱର ସତେ ଯେମିତି ଲୁଟେରାଙ୍କ କବଜାକୁ ଚାଲିଯାଇଛି । ପୋଲିସ କେବଳ ମାମଲା ରୁଜୁ କରି ହାତବାନ୍ଧି ବସିଛି । ନିୟମିତ ପାଟ୍ରୋଲିଂ ଓ ଦକ୍ଷ ପୋଲିସ ଅଫିସରଙ୍କ ଅଭାବ ଯୋଗୁଁ ଏଭଳି ଲୁଟପାଟ ହେଉଥିବା ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି ।