Search for:
  • Home/
  • ରାଜ୍ୟ/
  • ଅଲିମ୍ପିକ୍ସ୍ ଇନ୍ ରିଲ୍ ଲାଇଫ୍‌’ କାର୍ଯ୍ୟକ୍ରମରେ ଓଡ଼ିଶାରୁ ଦୁଇ ଛାତ୍ରଛାତ୍ରୀଙ୍କ ଯୋଗଦାନ

ଅଲିମ୍ପିକ୍ସ୍ ଇନ୍ ରିଲ୍ ଲାଇଫ୍‌’ କାର୍ଯ୍ୟକ୍ରମରେ ଓଡ଼ିଶାରୁ ଦୁଇ ଛାତ୍ରଛାତ୍ରୀଙ୍କ ଯୋଗଦାନ

Spread the love

Loading

ଅଲିମ୍ପିକ୍ସ୍ ଇନ୍ ରିଲ୍ ଲାଇଫ୍‌’ କାର୍ଯ୍ୟକ୍ରମରେ ଓଡ଼ିଶାରୁ ଦୁଇ ଛାତ୍ରଛାତ୍ରୀଙ୍କ ଯୋଗଦାନ

ରାଜ୍ୟର ‘ଅଲିମ୍ପିକ୍ସ୍ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ’ର ସଫଳ ପ୍ରଦର୍ଶନ

ଭୁବନେଶ୍ୱର, ୨ା୧୦: ଓଡିଶାକୁ ଶିକ୍ଷକ୍ଷେତ୍ରରେ ମିଳିଛି ଆଉ ଏକ ସଫଳତା । ମୁମ୍ବାଇଠାରେ ‘ଅଭିନବ ବିନ୍ଦ୍ରା ଫାଉଣ୍ଡେସନ’, ‘ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍‌’ ଓ ‘ଅଲିମ୍ପିକ୍ ମ୍ୟୁଜିୟମ୍‌’ ପକ୍ଷରୁ ‘ଅଲିମ୍ପିକ୍ସ୍ ଇନ୍ ରିଲ୍ ଲାଇଫ୍‌’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କ ସହ ଦୁଇଜଣ ପିଇଟି ଶିକ୍ଷକ(ଶାରୀରିକ ଶିକ୍ଷା ଶିକ୍ଷକ) ଯୋଗ ଦେଇଥିଲେ । ଭୁବନେଶ୍ୱର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ, ଭଏସ୍‌ଏସ୍‌ନଗରର ଛାତ୍ର ସୌମ୍ୟରଞ୍ଜନ ବାରିକ ଓ ସରକାରୀ ଉଚ୍ଚ ବିଦ୍ୟାଳୟ, ୟୁନିଟ୍‌-୪ର ଛାତ୍ରୀ ପ୍ରତ୍ୟାଶା ସ୍ୱାଇଁ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଥିଲେ । ସେମାନେ ଓଡିଶାର ବିଭିନ୍ନ ସରକାରୀ ବିଦ୍ୟାଳୟଗୁଡ଼କରେ ‘ଅଲିମ୍ପିକ୍ସ୍ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ’ର ସଫଳ କାର୍ଯ୍ୟକାରିତା ଉପରେ ଅଭିଭାଷଣ ରଖିଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିଥିଲା ଓଡିଶା ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ‘ଅଲିମ୍ପିକ୍ସ୍ ପ୍ରଦର୍ଶନୀ’ । ପିଲାମାନେ ନିଜେ ପ୍ରସ୍ତୁତ କରିଥିବା ଅଡିଓ-ଭିଜୁଆଲସ୍ ବା ଦୃଶ୍ୟ-ଶ୍ରାବ୍ୟକୁ ସେଠାରେ ପ୍ରତର୍ଶିତ କରାଯାଇଥିଲା । ସୂଚନା ଯୋଗ୍ୟ ଯେ, ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦେଢ଼ ବର୍ଷ ପୂର୍ବେ ଅଭିନବ ବିନ୍ଦ୍ରା ଫାଉଣ୍ଡେସନ ସହ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏହି ‘ଅଲିମ୍ପିକ୍ସ୍ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ’ କୁ ଉତ୍ଘାଟନ କରିଥିଲେ। ବର୍ତ୍ତମାନ ସୁଦ୍ଧା ‘ଅଲିମ୍ପିକ୍ସ୍ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ’, ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାର ୯୦ଟି ବିଦ୍ୟାଳୟରେ କାର୍ଯ୍ୟ କରିଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୫ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯିବାର ଯୋଜନା ରହିଛି ।ଦୁଇ ଛାତ୍ରଛାତ୍ରୀଙ୍କ ସହ ଭୁବନେଶ୍ୱର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ, ଭିଏସ୍‌ଏସ୍‌ନଗରର ପିଇଟି ଶିକ୍ଷୟିତ୍ରୀ ଶ୍ରୀମତୀ ରଚିତା ନାୟକ ଓ ରାଉରକେଲାସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ, ଉଦିତ୍‌ନଗରର ପିଇଟି ଶିକ୍ଷକ ଶ୍ରୀ ଆଶିଷ୍ କୁମାର ପ୍ରଧାନ ମଧ୍ୟ ଯୋଗ ଦେଇଥିଲେ । ଓଡ଼ିଶା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ, ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା ଓ ପ୍ରଶାସନିକ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସରୋଜ ବେହେରା ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

Leave A Comment

All fields marked with an asterisk (*) are required