ଲାଞ୍ଚ ନେବା ଭିଡିଓ ପ୍ରଘଟ ପରେ ଏଏସଆଇ ନିଲମ୍ବିତ
ଲାଞ୍ଚ ନେବା ଭିଡିଓ ପ୍ରଘଟ ପରେ ଏଏସଆଇ ନିଲମ୍ବିତ
ଭୁବନେଶ୍ୱର:ବାରିପଦା,ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନାର କାର୍ଯ୍ୟରତ ପୁଲିସ ଏଏସଆଇ ଅବଦୁଲ ମତଲବୀ ଖାନ ଜନୈକ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେବା ସମୟର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ଘଟଣାରେ ବିଭାଗ ପକ୍ଷରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗୁରୁବାର ମୟୂରଭଞ୍ଜ ଏସପି ବି ଗଙ୍ଗାଧର ବିବାଦୀୟ ଏଏସଆଇଙ୍କୁ ଚାକିରୀରୁ ନିଲମ୍ବିତ କରିବା ସହିତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।ସୂଚନା ଥାଉକି,ଏକ ମାମଲା ରଫା ଦଫା କରିବା ପାଇଁ ଏଏସଆଇ ଅବଦୁଲ ମତଲବୀ ଖାନ ୫ଜଣଙ୍କ ନାମ ଏତଲାରୁ ବାଦ ଦେବା ମୋଟା ଅଙ୍କର ଟଙ୍କା ନେଉଥିବା ଭିଡିଓ ପ୍ରଘଟ ହୋଇଥିଲା । ତେବେ ଅବଦୁଲ ଘଟଣାକୁ ଖଣ୍ଡନ କରିଥିଲେ ।