Search for:
  • Home/
  • ରାଜ୍ୟ/
  • ଫଟୋ ଜର୍ଣ୍ଣାଲିଷ୍ଟ ଡଟ୍ କମ୍‌ର ଶ୍ରମିକ ଦିବସ ସମାରୋହ

ଫଟୋ ଜର୍ଣ୍ଣାଲିଷ୍ଟ ଡଟ୍ କମ୍‌ର ଶ୍ରମିକ ଦିବସ ସମାରୋହ

Spread the love

Loading

ଫଟୋ ଜର୍ଣ୍ଣାଲିଷ୍ଟ ଡଟ୍ କମ୍‌ର ଶ୍ରମିକ ଦିବସ ସମାରୋହ
ଭୁବନେଶ୍ବର,୩।୫: ପ୍ରତିବର୍ଷ ପରି ଚଳିତ ବର୍ଷ ଭୁବନେଶ୍ବର ଫଟୋ ଜର୍ଣ୍ଣାଲିଷ୍ଟ ଡଟ୍ କମ୍‌ ପକ୍ଷରୁ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ସୁରତରଙ୍ଗ’ ଆନୁକୂଲ୍ୟରେ ଏକ ହୋଟେଲଠାରେ ଶ୍ରମିକ ଦିବସ ତଥା ପାରିବାରିକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଫଟୋ ସାମ୍ବାଦିକ ପୀୟୂଷ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଅଭିନେତା ସବ୍ୟସାଚୀ ମିଶ୍ର, ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ଉତ୍କଳ ସାମ୍ବାଦିକ ସଂଘ ସଭାପତି ବିଭୂ୍ତି ଭୂଷଣ କର, ନେତ୍ରୀ ତଥା ଅଭିନେତ୍ରୀ ପିଙ୍କି ପ୍ରଧାନଙ୍କ ସହିତ ସୁରତରଙ୍ଗ ସଭାପତି ସମୀର ମହାନ୍ତି, ମୁଖ୍ୟ ଉପଦେଷ୍ଟା ଡ. ମୁରଲୀ ମନୋହର ଶର୍ମା, ଉପଦେଷ୍ଟା ଡ. ବଦ୍ରିନାଥ ପଟ୍ଟନାୟକ, ବିଧୁଭଷଣ ନାୟକ, କଣ୍ଠଶିଳ୍ପୀ ବିଭୁକିଶୋର, ଅଭିନେତ୍ରୀ ରାକ୍ଷୀ ଦାଶ ପ୍ରମୁଖ ଯୋଗଦେଇ ପ୍ରଶଂସା କରିବା ସହିତ ବର୍ଷକୁ ଗୋଟିଏ ଦିନ ନିଜ ପରିବାର ସହିତ ଏକାଠି ହେଉଥିବାରୁ ଏଭଳି କାର୍ଯ୍ୟକ୍ରମ ଜାରି ରଖିବାକୁ କହିଥିଲେ।
ଏ‌ହି ଅବସରରେ ସବୁ ଫଟୋ ସାମ୍ବାଦିକ ଓ ତାଙ୍କ ପରିବାର ମଧ୍ୟରେ ନୃତ୍ୟ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏହାସହିତ କାର୍ଯ୍ୟକ୍ରମରେ ସମସ୍ତ ଫଟୋ ସାମ୍ବାଦିକ ସଙ୍ଗୀତ ପରିବେଷଣ କରି ନିଜ ପ୍ରତିଭାର ପରିଚୟ ଦେଇଥିଲେ। କାର୍ଯ୍ୟକ୍ରମରେ ଚଳଚ୍ଚିତ୍ର ଜଗତର ସଫଳ ଯୋଡ଼ି ଭାବେ ସବ୍ୟସାଚୀ ଏବଂ ଅର୍ଚ୍ଚିତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଫଟୋ ସାମ୍ବାଦିକ ଅରବିନ୍ଦ ମହାପାତ୍ର, ନବୀନ ଦାସ, ମନୋଜ ସ୍ବାଇଁ, ସ୍ବଦେଶ ମହାନ୍ତି, ଟିକନ ମିଶ୍ର, ବିଭୂତି ସାହୁ, ଦୀପକ ମହାପାତ୍ର, ବୁଲୁ ସାହୁ, ରାକେଶ ରାଉଳ, ଅଶ୍ବିନୀ ପତି, ବିଶ୍ବନାଥ ସ୍ବାଇଁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Leave A Comment

All fields marked with an asterisk (*) are required