Search for:
  • Home/
  • ରାଜ୍ୟ/
  • ମନ୍ମଥ ପାଣ୍ଡିଆନଙ୍କ ସହ ଫୋଟୋ ଉଠାଇବା ପରେ ପାଣ୍ଡିଆନ ନବୀନ ନିବାସରେ ଏବେ ବି ରହୁଥିବା ପ୍ରମାଣିତ

ମନ୍ମଥ ପାଣ୍ଡିଆନଙ୍କ ସହ ଫୋଟୋ ଉଠାଇବା ପରେ ପାଣ୍ଡିଆନ ନବୀନ ନିବାସରେ ଏବେ ବି ରହୁଥିବା ପ୍ରମାଣିତ

Spread the love

Loading

ଭୁବନେଶ୍ୱର:ଏଇ ଫଟୋଟି ଏବେ ଭାଇରାଲ ହେଉଛି। ମନ୍ମଥ ପାଣ୍ଡିଆନଙ୍କ ସହ ଫୋଟୋ ଉଠାଇବା ପରେ ପାଣ୍ଡିଆନ ନବୀନ ନିବାସରେ ଏବେ ବି ରହୁଥିବା ପ୍ରମାଣିତ ହୋଇଛି। କିନ୍ତୁ ଏଇଟା ବଡ଼ କଥା ନୁହେଁ ଯେ ସେ ଏବେ ବି ନବୀନ ନିବାସରେ ଅଛନ୍ତି, ବଡ଼ କଥା ହେଉଛି ସେ ଏବେ ବି ପାୱାରଫୁଲ ଠିକ୍ ପୂର୍ବ ଭଳି। ତାଙ୍କୁ ନ ଧରିଲେ କିଛି ହେବନି ଏକଥା ପୁରା ଦଳ ଏବେ ବି ଜାଣେ। ନିର୍ବାଚନ ହାରିବା ପରେ ନବୀନ ବାବୁ ସିନା ପାଣ୍ଡିଆନଙ୍କୁ ପରଦାରୁ ହଟେଇ ଦେଇଛନ୍ତି କିନ୍ତୁ ପରଦା ପଛରେ ତାଙ୍କର ସେତିକି ଦବଦବା ରହିଛି ଯେତିକି ଆଗରୁ ଥିଲା। ବିରୋଧି ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ରିମୋଟ କଣ୍ଟ୍ରୋଲ କଣ୍ଢେଇ କହୁଛନ୍ତି ସିନା କିନ୍ତୁ ଅସଲରେ ନବୀନ ବାବୁ ଗତ କିଛି ବର୍ଷ ହେଲା ପାଣ୍ଡିଆନଙ୍କ #ରିମୋଟ୍ କଣ୍ଟ୍ରୋଲ #କଣ୍ଢେଇ ହେଇ ରହିଛନ୍ତି। ଆଉ ଏବେ ବି ଅଛନ୍ତି। ନବୀନ ବାବୁ ଏବେ ଯାହା ଯେତିକି କାର୍ଯ୍ୟକ୍ରମ କରୁଛନ୍ତି ବା ବିରୋଧୀ ଦଳର ନେତା ଭାବେ ଦାୟିତ୍ଵ ତୁଲାଉଛନ୍ତି ତାହା ବି ପାଣ୍ଡିଆନଙ୍କ ଇସାରାରେ ନିଶ୍ଚୟ ହେଉଥିବ। ନହେଲେ ନିର୍ବାଚନ ପରେ ଯାହାଙ୍କୁ ମୁଖିଆ ଚା’ ରୁ ମାଛି କାଢ଼ି ଫୋପାଡ଼ିଲା ଭଳି ଫୋପାଡ଼ି ଦେଇଥିବା ଦେଖିବାକୁ ମିଳୁଥିଲା, ତାଙ୍କୁ ପୁଣି ମନ୍ମଥ ବାବୁ ଦେଖା କରିବା ଆବଶ୍ୟକ ବା କଣ ଥିଲା? ଗୁରୁତ୍ଵବିହୀନ ଲୋକକୁ କଣ କେହି କେବେ ଦେଖା କଲାଣି ନା ତାପାଖରେ କେହି କେବେ ହାତ ବାନ୍ଧି ଛିଡ଼ା ହେଲାଣି !!!

Leave A Comment

All fields marked with an asterisk (*) are required