Search for:
  • Home/
  • ମହାନଗର/
  • ଲିଟର ପିଛା ମନ ଇଚ୍ଛା ୧୫୦ରୁ ୨୦୦ ବିକିଲେ।

ଲିଟର ପିଛା ମନ ଇଚ୍ଛା ୧୫୦ରୁ ୨୦୦ ବିକିଲେ।

Spread the love

Loading

ଭୁବନେଶ୍ୱର:ସ୍ୱାଧୀନତା ଦିବସରେ ପେଟ୍ରୋଲ କଳାବଜାରୀ
ବନ୍ଦ୍ ର ଫାଇଦା ନେଲେ ଅସାଧୁ ବ୍ୟବସାୟୀ
ଲିଟର ପିଛା ମନ ଇଚ୍ଛା ୧୫୦ରୁ ୨୦୦ ବିକିଲେ
ସ୍ୱାଧୀନତା ଦିବସ ଉପଲକ୍ଷେ ଅନେକ ବେସରକାରୀ ଅନୁଷ୍ଠାନ ଓ ସଂସ୍ଥାନ ବନ୍ଦ୍ ରହିଛି । ତା ମଧ୍ୟରେ ଘରୋଇ ପେଟ୍ରୋଲ ପମ୍ପ ମଧ୍ୟ । ବେଳ, କାଳ ଓ ସୁଯୋଗ ଦେଖି ଏହାର ଫାଇଦା ନେଇଛନ୍ତି କିଛି ଅସାଧୁ ବ୍ୟବସାୟୀ । ନିର୍ଦ୍ଧାରିତ ଦାମ୍ ଠାରୁ ଦୁଇ ଗୁଣା, ଆଉ ଚଢା ଦରରେ କଳା ବଜାରୀ କରି ପେଟ୍ରୋଲ ବିକ୍ରି କରିଛନ୍ତି ।ଏଭଳି ଘଟଣା ଜୟଦେବ ବିହାର ଛକ ଠାରେ ଦେଖିବାକୁ ମିଳିଛି । ସ୍ୱାଧୀନତା ଦିବସ ଉପଲକ୍ଷେ ସେଠାରେ ଥିବା ଭାରତ ପେଟ୍ରୋଲିୟମର ପେଟ୍ରୋଲ ପମ୍ପ ବନ୍ଦ ଥିଲା । ବିନା ପେଟ୍ରୋଲରେ କଷ୍ଟରେ ଗାଡ଼ି ଗଡ଼ାଇ ନେଇଥିବା ବ୍ୟକ୍ତି ବାଧ୍ୟ ହୋଇ ୨୦୦ ଟଙ୍କା ଦରରେ ପ୍ରତି ଲିଟର ସେଠାରୁ କିଣୁଥାନ୍ତି । ସୁଚନାନୁଯାୟୀ, ଦୈତ୍ୟନଗରୀ ଠାରୁ ରାଜଧାନୀର ରାସ୍ତା କଡ଼ରେ ଥିବା ଅନେକ ପେଟ୍ରୋଲ ପମ୍ପ ବନ୍ଦ୍ ଥିଲା । ପେଟ୍ରୋଲ ପକାଇବାକୁ ଲୋକମାନେ ବିକଳ ହେଇ କେଉଁଠି ପମ୍ପ ଖୋଲା ଅଛି ବୋଲି ପଚାରି ପଚାରି ବୁଲୁଥାନ୍ତି । ବନ୍ଦ୍ ଥିବାରୁ ଅନେକ ଲୋକ ନାନା ଅସୁବିଧାର ସମ୍ମୁଖୀନ ହେଇଛନ୍ତି । ରାଜଧାନୀ ରାଜ ରାସ୍ତାରେ ଅନେକ ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ି ପେଟ୍ରୋଲ ନଥିବାରୁ ଅଚଳ ହୋଇ ଛିଡା ହୋଇଥିଲା । କିଏ ଦୁଇ ଚକିଆ କୁ ଠେଲି ଠେଲି ନଉଥିଲା ତ ଆଉ କିଏ ବାଟରେ ଲୋକଙ୍କୁ ଅଟକାଇ ସାହାଯ୍ୟ ମାଗୁଥିବା ଦେଖିବାକୁ ମିଳିଛି। ଏଭଳି ଅସାଧୁ ବ୍ୟବସାୟୀମାନଙ୍କ ଚଢା ଦରରେ ବିକୁଥିବାରୁ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ହେଉ ବୋଲି କିଣିଥିବା ବ୍ୟକ୍ତିମାନେ ନିଜ ପ୍ରତିକ୍ରିୟା ରଖିଛନ୍ତି ।

Leave A Comment

All fields marked with an asterisk (*) are required