Search for:
  • Home/
  • ରାଜ୍ୟ/
  • ୮ମ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ସମ୍ମାନ ପାଇଁ ପାଣ୍ଡୁଲିପି ଆହ୍ବାନ

୮ମ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ସମ୍ମାନ ପାଇଁ ପାଣ୍ଡୁଲିପି ଆହ୍ବାନ

Spread the love

Loading

୮ମ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ସମ୍ମାନ ପାଇଁ ପାଣ୍ଡୁଲିପି ଆହ୍ବାନ

ଭୁବନେଶ୍ବର : ଓଡ଼ିଆ ସାହିତ୍ୟ ଜଗତର ଅନ୍ୟତମ ପ୍ରମୁଖ ଓ ପ୍ରତୀକ୍ଷିତ ସମ୍ମାନ ‘ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର ୨୦୨୪’ ପାଇଁ ପାଣ୍ଡୁଲିପି ଆହ୍ବାନ କରାଯାଇଛି। ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ୨୦୧୭ ମସିହା ଠାରୁ ପ୍ରତିବର୍ଷ ୧୦ ଜଣ ଯୁବ ଲେଖକଙ୍କୁ ସେମାନଙ୍କ ଅପ୍ରକାଶିତ ପାଣ୍ଡୁଲିପି ନିମନ୍ତେ ଏହି ସମ୍ମାନ ପ୍ରଦାନ କରାଯାଉଛି।
ଅନୁଷ୍ଠାନର ନିର୍ଦ୍ଦେଶକ ତଥା ବିଶିଷ୍ଟ କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା ଆଜି ଏକ ପ୍ରେସ୍‌ ବାର୍ତ୍ତାରେ ଏ ନେଇ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ୩୧ ଡିସେମ୍ବର ୨୦୨୪ ସୁଦ୍ଧା ୪୦ ବର୍ଷ ବା ତହିଁରୁ କମ ବୟସର ହୋଇଥିବା ଯେ କୌଣସି ଲେଖକ ଏହି ସମ୍ମାନ ପ୍ରତିଯୋଗିତାରେ ଅଂଶଗ୍ରହଶ କରିପାରିବେ। ଓଡ଼ିଆ ଅଥବା ଇଂରାଜୀ ଭାଷାରେ ଲିଖିତ ଗଳ୍ପ, ଉପନ୍ୟାସ, କବିତା ଓ ପ୍ରବନ୍ଧ ପାଣ୍ଡୁଲିପି ଏହି ସମ୍ମାନ ପାଇଁ ବିଚାରକୁ ନିଆଯିବ। ଯୋଗ୍ୟ ବିବେଚିତ ୧୦ ଜଣ ଲେଖକଙ୍କୁ ଆଗାମୀ ଅକ୍ଟୋବର ମାସରେ ଏକ ଭବ୍ୟ ଉତ୍ସବରେ ସମ୍ମାନିତ କରାଯିବା ସହ ୨୦୨୩ରେ ସମ୍ମାନିତ ପାଣ୍ଡୁଲିପିଗୁଡ଼ିକ ଏ ଅବସରରେ ପୁସ୍ତକ ଆକାରରେ ପ୍ରକାଶ ପାଇବ।
ଆଗ୍ରହୀ ଲେଖକମାନେ କାଗଜର ଗୋଟିଏ ପାଖରେ ସ୍ପଷ୍ଟ ଭାବରେ ଟାଇପ୍‌ ହୋଇଥିବା ପାଣ୍ଡୁଲିପି ସହ ନିଜର ବୟସ ପ୍ରମାଶପତ୍ର, ବାସସ୍ଥାନ ପ୍ରମାଣପତ୍ର, ଫଟୋ, ଯୋଗାଯୋଗ ଠିକଣା, ମେଲ୍‌ ଆଇଡି ଓ ଫୋନ୍‌ ନମ୍ବର ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍, ଏମ୍-୬/୫୧, ଆଚାର୍ଯ୍ୟ ବିହାର, ଭୁବନେଶ୍ବର-୭୫୧୦୧୩ ଠିକଣାରେ ପଠାଇବା ପାଇଁ ଶ୍ରୀ ପଣ୍ଡା ଅନୁରୋଧ କରିଛନ୍ତି।

Leave A Comment

All fields marked with an asterisk (*) are required