Search for:
  • Home/
  • ରାଜ୍ୟ/
  • ପାଠକ ମାନେହିଁ ଖବର କାଗଜର ମାଲିକ

ପାଠକ ମାନେହିଁ ଖବର କାଗଜର ମାଲିକ

Spread the love

Loading

ପାଠକ ମାନେହିଁ ଖବର କାଗଜର ମାଲିକ

ଭୁବନେଶ୍ୱର :ଓଡ଼ିଶା ସାମ୍ବାଦିକ ସଂଗଠନ ପକ୍ଷରୁ ରାଜ୍ୟ ସ୍ତରୀୟ ପାଠକ ପର୍ବ -୨୦୨୪ ,ଗୀତଗୋବିନ୍ଦ ସଦନ ,ଭୁବନେଶ୍ୱର ଠାରେ ସମ୍ପାଦକ ପ୍ରସନ୍ନ କୁମାର ଦାଶଙ୍କ ସଭାତିତ୍ବରେ ଅନୁଷ୍ଟିତ ହୋଇଯାଇଛି ।ଆଜିର ଏହି ବର୍ଣ୍ଣାଢ଼୍ୟ ସମାରୋହରେ ପ୍ରଥମ ଅଧିବେଶନରେ ଅବସରପ୍ରାପ୍ତ ଅଧ୍ୟାପିକା ପ୍ରିୟମ୍ବଦା ଦାଶ,ବ୍ରହ୍ମପୁର ଆକାଶବାଣୀ କେନ୍ଦ୍ରର ଉଦ୍ଘୋଷିକା ସୁକାନ୍ତି ମହାନ୍ତି,ବିଶିଷ୍ଟ ଶିକ୍ଷାବିତ୍ ଲକ୍ଷ୍ମୀ ଆମା ନନ୍ଦଡା,ବରିଷ୍ଠ ସାମଦିକ ସୋମନାଥ ମହାନ୍ତି ଓ ପରିବେଶବିତ ସୁରେନ୍ଦ୍ର କୁମାର କହର ସମ୍ମାନିତ ଅତିଥି ଭାବେ ଯୋଗଦେଇ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଦ୍ୱିତୀୟ ଅଧିବେଶନରେ ଉଦ୍ଘାଟକ ଭାବେ ପ୍ରାକ୍ତନ ବିଚାରପତି ରତିକାନ୍ତ ମହାପାତ୍ର ଯୋଗଦେଇ କବିତାମାଧ୍ୟମରେ ହେଉ କି ଗଳ୍ପ ମାଧ୍ୟାମେ ପାଠକ ମାନେ ଅନେକ କିଛି ଶିକ୍ଷା ପାଇ ସରଳ ଜୀବନ ଅତିବାହିତ କରିବା ସହେଗୁଣ ସମ୍ଭବ ହୋଇ ପାରିବ ବୋଲି ଭାଷଣରେ କହିଥିଲେ ।ଓଡ଼ିଆ ପ୍ରାଧ୍ୟାପିକା ବିଦ୍ୟୁତ୍ ପ୍ରଭା ମିଶ୍ର ମୁଖ୍ୟ ବକ୍ତାଭାବେ ଯୋଗଦେଇ ବିଶ୍ଵ ବ୍ରହ୍ମାଣ୍ଡର ପ୍ରକୃତ ସାମ୍ବାଦିକ ହେଉଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ କାହିଁକି ନା ତାଙ୍କ ନୟନରେ ପ୍ରତିଟି ମଣିଷର ସତ୍ୟତାର ଛବି ଆଙ୍କିହୋଇ ରହିଥାଏ ବୋଲି ବ୍ୟକ୍ତବ୍ୟରେ କହିଥିଲେ ।ସିଧଗିରି ମଠ ମହନ୍ତ ବାବାଜୀ ବିଶ୍ଵନାଥ ଦାସ ମହାରାଜ ବରେଣ୍ୟ ଅତିଥି ଭାବେ ଯୋଗଦେଇ ସମାଜ ପରିବର୍ତ୍ତନରେ ସମ୍ବାଦପତ୍ରର ଭୂମକା ସବୁଠାରୁ ଗୁରୁତ୍ୟପୂର୍ଣ୍ଣ ବୋଲି ବକ୍ତବ୍ୟରେ କହିଥିଲେ ।ଭାରତ ମସଲା ର ଅଧ୍ୟକ୍ଷ ସୁରେନ୍ଦ୍ରନାଥ ପଣ୍ଡା,ବିଶିଷ୍ଟ ଶିକ୍ଷାବିତ୍ ଡକ୍ଟର ସ୍ୱର୍ଣଲତା ଲେଙ୍କା,ପ୍ରାଧ୍ୟାପକ ସେକ୍ସ୍ କଳିମୁଲା,ସମାଜସେବୀ ବିଶ୍ୱବସଭ ରାଜୁ,ନିଷ୍ଟ ପବ୍ଲିକ ସ୍କୁଲ ର ନିର୍ଦ୍ଦେଶକ ଡକ୍ଟର ପ୍ରଜ୍ଞାପରୀମିତା ପାଢ଼ୀ ଓ ବରିଷ୍ଠ ସାମ୍ବାଦିକ ଶରତ ଚନ୍ଦ୍ର ବେହେରା ପ୍ରମୁଖ ସମ୍ମାନିତ ଅଥିତି ଭାବେ ଯୋଗଦେଇ ନିଜ ନିଜର ବ୍ୟକ୍ତବ୍ୟ ଦେଇଥିଲେ।ଶେଷରେ ସମ୍ବର୍ଦ୍ଧନା ସଭା କରାଯାଇଥିଲା ।ପ୍ରସନ୍ନ କୁମାର ଦାଶ ଧନ୍ୟବାଡ ଦେଇଥିଲେ ।

Leave A Comment

All fields marked with an asterisk (*) are required