Search for:
  • Home/
  • ରାଜ୍ୟ/
  • ସମାଜ ପରିବର୍ତ୍ତନ ପାଇଁ ସାଥୀ ପ୍ରତାପ ଚିନ୍ନାରା ଅଗ୍ନି ସ୍ଫୁଲିଙ୍ଗ ଭଳି କାମ କରୁଥିଲେ: ସ୍ମୃତି ଚାରଣ ସଭାରେ ମତପ୍ରକାଶ

ସମାଜ ପରିବର୍ତ୍ତନ ପାଇଁ ସାଥୀ ପ୍ରତାପ ଚିନ୍ନାରା ଅଗ୍ନି ସ୍ଫୁଲିଙ୍ଗ ଭଳି କାମ କରୁଥିଲେ: ସ୍ମୃତି ଚାରଣ ସଭାରେ ମତପ୍ରକାଶ

Spread the love

Loading

ସମାଜ ପରିବର୍ତ୍ତନ ପାଇଁ ସାଥୀ ପ୍ରତାପ ଚିନ୍ନାରା ଅଗ୍ନି ସ୍ଫୁଲିଙ୍ଗ ଭଳି କାମ କରୁଥିଲେ: ସ୍ମୃତି ଚାରଣ ସଭାରେ ମତପ୍ରକାଶ

ଭୁବନେଶ୍ୱର, ତା ୨୦/୦୭/୨୪: ବାମପନ୍ଥୀ ଚିନ୍ତାଧାରାର ପ୍ରମୁଖ ବ୍ୟକ୍ତିତ୍ଵ ତଥା ବିଭିନ୍ନ ଚଳମାନ ଜନ ଆନ୍ଦୋଳନର ସହଯୋଦ୍ଧା ସାଥୀ ପ୍ରତାପ ଚିନ୍ନାରାଙ୍କ ସ୍ମୃତି ଚାରଣ ଅବସରରେ ଭୁବନେଶ୍ୱର ଲୋହିଆ ଏକାଡେମୀ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ବିଭିନ୍ନ ବର୍ଗର ଜନସାଧାରଣ ଉପସ୍ଥିତ ରହି ସମାଜ ପରିବର୍ତ୍ତନ ପାଇଁ ସାଥୀ ପ୍ରତାପ ଚିନ୍ନାରା ଅଗ୍ନି ସ୍ଫୁଲିଙ୍ଗ ଭଳି କାମ କରୁଥିଲେ ବୋଲି ମତପୋଷଣ କରିଛନ୍ତି । ଓଡ଼ିଶାର ବିଭିନ୍ନ ଜନବାଦୀ ଆନ୍ଦୋଳନରେ ଏବଂ ଅଣ-ସଂଗଠିତ ଶ୍ରମିକ ସଂଗଠନ ଗଢ଼ିବା କ୍ଷେତ୍ରରେ ସକ୍ରିୟ ଥିବା ପ୍ରତାପ ଚିନ୍ନାରା
ଗତ ୧୧ ଜୁଲାଇରେ ଜ୍ବରରେ ପିଡିତ ହୋଇ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।‌ ତାଙ୍କର ଶୁଭେଚ୍ଛୁ ଓ ସହଯୋଦ୍ଧା ମାନଙ୍କର ଅକ୍ଳାନ୍ତ ଉଦ୍ୟମ, ଭୁବନେଶ୍ୱର ଏମ୍ସ ର ଡାକ୍ତର ମାନଙ୍କ ସମସ୍ତ ଚେଷ୍ଟା ସତ୍ତ୍ବେ ଭେଣ୍ଟିଲିଟର ଥିବା ଆଇ.ସି.ୟୁ ନମିଳିବାରୁ କିମ୍ବା ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ସମ୍ଭବ ନହେବାରୁ ତାଙ୍କୁ ବଞ୍ଚାଇବା ସମ୍ଭବପର ହେଲାନାହିଁ। ପ୍ରତାପ ଚିନ୍ନାରା ସିପିଆଇ (ଏମ୍) ସହିତ ଯୁବକ ବୟସରୁ ଜଡ଼ିତ ଥିବାବେଳେ ସିପିଆଇ (ଏମ୍) ବିଭାଜନ ପରେ ସିପିଆଇ (ଏମ୍) ଲିବରେସନ ସହିତ ସଂଯୁକ୍ତ ହୋଇଥିଲେ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସାହୁକାର ମାନଙ୍କ ଶୋଷଣ ଓ ପ୍ରତିରୋଧ ଜନ ଆନ୍ଦୋଳନ ଗୁଡିକ ଉପରେ ରାଷ୍ଟ୍ର ଦମନ ବିରୋଧରେ ମାଓବାଦ ଦର୍ଶନ ମଧ୍ୟ ତାଙ୍କୁ ଅନୁପ୍ରାଣିତ କରିଥିଲା। ସେ ପୁରୀ ଜିଲ୍ଲାରେ ସିପସରୁବାଲି ଆନ୍ଦୋଳନ ସହିତ ପ୍ରତ୍ୟକ୍ଷ ଭାବରେ ସଂପୃକ୍ତ ଥିବା ବେଳେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଜଳ-ଜମି-ଜଙ୍ଗଲ ଓ ଜୀବନ- ଜୀବିକାର ସୁରକ୍ଷା ପାଇଁ ଚଳମାନ ବିଭିନ୍ନ ଜନ ଆନ୍ଦୋଳନର ଜଣେ ଉତ୍ସର୍ଗୀକୃତ ସାଥୀ ଭାବେ କାର୍ଯ୍ୟରତ ଥିଲେ। ଅଣ-ସଂଗଠିତ ଶ୍ରମିକ ମାନଙ୍କର ଟ୍ରେଡ ୟୁନିୟନ ଗଠନ ପାଇଁ ତାଙ୍କର ଉଦ୍ୟମ ଜାରି ରହିଥିଲା।ତାଙ୍କର ଆକସ୍ମିକ ମୃତ୍ୟୁ ରାଜ୍ୟର ଜନବାଦୀ ଆନ୍ଦୋଳନ ପାଇଁ ଏକ ଶକ୍ତ ଧକ୍କା। ସାଧାରଣ ଜନତାଙ୍କ ସହିତ ତାଙ୍କର ଆତ୍ମୀୟତା ଓ ବିଚାରଗତ ଭାବରେ
ତାଙ୍କର ବାମପନ୍ଥୀ ଆଦର୍ଶ ତଥା ସଂଗ୍ରାମୀ ଜୀବନ ଅବିସ୍ମରଣୀୟ ବୋଲି ସ୍ମୃତି ସଭାରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ।
ଶ୍ରଦ୍ଧାଞ୍ଜଳି ସଭା ସଂପର୍କରେ ନରେନ୍ଦ୍ର ମହାନ୍ତିଙ୍କ ସୂଚନା ପରେ ମାନବାଧିକାର କର୍ମୀ ତଥା ଆଇନଜୀବୀ ବିଶ୍ୱପ୍ରିୟ କାନୁନଗୋଙ୍କ ସଂଯୋଜନାରେ ଏହି ସଭାରେ ବିଭିନ୍ନ ରାଜନୈତିକ ଦଳ, ଗଣ ସଂଗଠନ ଓ ବିଭିନ୍ନ ବ୍ୟକ୍ତି ବିଶେଷ ତାଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ କରି ସେମାନଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ।
ଏହି ପରିପ୍ରେକ୍ଷୀରେ ସର୍ବଶ୍ରୀ ଅଜୟ ମାନଧାତା, ଦଣ୍ଡପାଣି ମହାନ୍ତି, ଚିତ୍ତରଞ୍ଜନ ବାରିକ, ରଞ୍ଜନା ମଣ୍ଡଳ, ପ୍ରଶାନ୍ତ କୁମାର ଜେନା, ଗଙ୍ଗାଧର ସେଠୀ, ମହେନ୍ଦ୍ର ପରିଡ଼ା, ସରୋଜା ସିଂ, ଶଙ୍କର, ରାଧାକାନ୍ତ ସେଠୀ, ଜ୍ଞାନରଞ୍ଜନ, ନିଗମାନନ୍ଦ ଷଡ଼ଙ୍ଗୀ, ଶରତ ପାଳ, ପ୍ରମିଳା, ଲେନିନ୍ କୁମାର, ଶ୍ରୀମନ୍ତ ମହାନ୍ତି, ତପନ ପାଢୀ, ଦେବୀ ପ୍ରସନ୍ନ ରଥ, ଇସ୍ପାତ୍ ମହାରଣା, ତପନ ମିଶ୍ର ଓ ନରେନ୍ଦ୍ର ମହାନ୍ତି ପ୍ରମୁଖ ସେମାନଙ୍କ ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ।

 

Leave A Comment

All fields marked with an asterisk (*) are required