Search for:
  • Home/
  • ରାଜ୍ୟ/
  • ‘ମା’ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଆରମ୍ଭ।

‘ମା’ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଆରମ୍ଭ।

Spread the love

Loading

ପର୍ଯ୍ୟଟନ ବିଭାଗ ପକ୍ଷରୁ ‘ମା’ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଆରମ୍ଭ।

ଭୁବନେଶ୍ବର: ପର୍ଯ୍ୟଟନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ। ଗଛ ଲଗାଇ ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସପ୍ତାହକ ମଧ୍ୟରେ ଅଢ଼େଇ କୋଟି ଗଛ ଲଗାଇବେ ମିଶନ ଶକ୍ତି ମହିଳା। ମୋଟ ଉପରେ ସାଢେ ୪ କୋଟି ଗଛ ଲଗାଯିବ। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ମାଙ୍କ’ ନାରେ ଗଛଟିଏ କାର୍ଯ୍ୟକ୍ରମର ଭୁବନେଶ୍ୱରରେ ଶୁଭାରମ୍ଭ କରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

Oplus_0

ହର୍ଟି କଲଚର, ଏଗ୍ରି କଲଜର, ଜଙ୍ଗଲ ବିଭାଗ ଓ ବିଭିନ୍ନ ନର୍ସରୀରେ ଥିବା ଗଛଗୁଡ଼ିକୁ ମିଶନ ଶକ୍ତି ମହିଳାମାନଙ୍କୁ ଦିଆଯିବ। ସେମାନେ ୭ ଦିନ ମଧ୍ୟରେ ଅଢେଇ କୋଟି ଗଛ ଲଗାଇବେ। ନିଜ ବାଡ଼ି ଅବା ରାସ୍ତାକଡ଼ରେ ଗଛ ଲଗାଯିବ। ଆଉ ଯିଏ ଯେଉଁ ଗଛ ଲଗାଇବ ସେହି ଗଛକୁ ନିଜ ମା ଭାବି ଗଛର ଯତ୍ନ ନେବେ। ଜଳବାୟୁ ପରିବର୍ତ୍ତନ ପ୍ରଭାବରୁ ବଞ୍ଚିବା ଏବଂ ପରିବେଶ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି।

Leave A Comment

All fields marked with an asterisk (*) are required