Search for:
  • Home/
  • Bda/
  • ଟିପିସିଓଡିଏଲ ମୂଖ୍ଯ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ ଗଣଧାରଣା

ଟିପିସିଓଡିଏଲ ମୂଖ୍ଯ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ ଗଣଧାରଣା

Spread the love

Loading

ଗଣତନ୍ତ୍ରର ବଳପୂର୍ବକ କଣ୍ଠରୋଧ, ମୂଳ ନିଯୁକ୍ତି ସର୍ତ୍ତାବଳିରେ ଅଯଥା ହସ୍ତକ୍ଷେପ, ଅବୈଧ ସମାନତା ବିଜ୍ଞପ୍ତି, ପ୍ରକାଶିତ ପଦୋନ୍ନତି ବିଜ୍ଞପ୍ତି ପ୍ରତ୍ୟାହାର, ପାର୍ଶ୍ଵ ନିଯୁକ୍ତି ପରିବର୍ତ୍ତେ ମୂଳ ବର୍ଗରେ ନିଯୁକ୍ତି ଏବଂ ଟିପି ଓଡ଼ିଶା ବିତରଣ କର୍ତ୍ତୃପକ୍ଷଙ୍କର ବୈମାତୃକ ବ୍ୟବହାର ବିରୋଧରେ ଘରୋଇ ବିତରଣ ସଂସ୍ଥାରେ କାର୍ଯ୍ୟରତ ପୂର୍ବତନ ବିଦ୍ୟୁତ୍ ବିଭାଗ ଯନ୍ତ୍ରୀମାନଙ୍କର ଶାନ୍ତିପୂର୍ଣ୍ଣ ପ୍ରତିବାଦ
ସମସ୍ତ ସରକାରୀ ଆଇନ, ନିୟମାବଳୀ ଓ ଓଡିଶା ବିଦ୍ୟୁତ ନିୟାମକ ଆୟୋଗଙ୍କର ମାର୍ଗଦର୍ଶିକାକୁ ଅଣଦେଖା କରି ବିଦ୍ୟୁତ୍ ବିଭାଗର କାର୍ଯ୍ୟରତ ପୂର୍ବତନ ଯନ୍ତ୍ରୀମାନଙ୍କ ପ୍ରତି ଟିପି ଓଡ଼ିଶା ବିତରଣ କର୍ତ୍ତୃପକ୍ଷଙ୍କର ବୈମାତୃକ ବ୍ୟବହାର, କର୍ମଚାରୀ ଭବିଷ୍ୟନିଧି ପଇସାର ହେରଫେର, ଅଭିଜ୍ଞତା ସମ୍ପର୍ଣ୍ଣ ଯନ୍ତ୍ରୀଙ୍କୁ ଅଣଦେଖା କରି ଅନଭିଜ୍ଞଙ୍କୁ ଗୁରୁଦାୟିତ୍ୱ ଅର୍ପଣ ତଥା ମୂଳ ନିଯୁକ୍ତି ସର୍ତ୍ତାବଳିରେ ଅଯଥା ହସ୍ତକ୍ଷେପ, ପ୍ରକାଶିତ ପଦୋନ୍ନତି ବିଜ୍ଞପ୍ତିକୁ ପଛୁୠଆ ଭାବରେ ପ୍ରତ୍ୟାହାର କରୁଥିବା ଟିପି ଓଡ଼ିଶା ବିତରଣ କର୍ତ୍ତୃପକ୍ଷଙ୍କର ଅନୈତିକ କାର୍ଯ୍ୟକୁ ବିରୋଧକରି ନ୍ୟାର୍ଯ୍ୟଦାବି ଉପସ୍ଥାପନ କରୁଥିବା କର୍ମଚାରୀସଙ୍ଘ ପ୍ରତିନିଧିମାନଙ୍କର ବଳପୂର୍ବକ କଣ୍ଠରୋଧ ବିରୋଧରେ ସମସ୍ତ ଘରୋଇ ବିତରଣ ସଂସ୍ଥାର କ୍ଷେତ୍ରିୟ କାର୍ଯ୍ୟାଳୟ ଏବଂ ମୂଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ସେସ୍କୋ ଇଂଜିନିୟରସ ସର୍ଭିସ ଆସୋସିଏସନ, ନେସ୍କୋ ପାଓ୍ଵାର ଇଂଜିନିୟରସ ଆସୋସିଏସନ, ୱେସ୍କୋ ଇଂଜିନିୟରସ ସର୍ଭିସ ଆସୋସିଏସନ, ସାଉଥକୋ ପାଓ୍ଵାର ଇଂଜିନିୟରସ ଆସୋସିଏସନ, ଓଡ଼ିଶା ଷ୍ଟେଟ କର୍ପୋରେସନ ଇଂଜିନିୟରସ ଆସୋସିଏସନ ଏବଂ ଓଡ଼ିଶା ଇଲେକ୍ଟ୍ରିକାଲ ଇଂଜିନିୟରସ ଆସୋସିଏସନର ସଭ୍ଯ/ସଭ୍ଯାମାନେ ମିଳିତ ଭାବରେ ବିଗତ ତା ୧୬/୧୨/୨୦୨୪ ରିଖରୁ ୫୫ଦିନଧରି ଶାନ୍ତିପୂର୍ଣ୍ଣ ଭାବରେ କଳାଫିତା ପିନ୍ଧି ଏବଂ ମହମବତୀ ଜଳାଇ ପ୍ରତିବାଦ ପ୍ରଦର୍ଶନ କରିଆସୁଥିଲେ ମଧ୍ୟ ଟିପି ଓଡ଼ିଶା ବିତରଣ କର୍ତ୍ତୃପକ୍ଷ ଏଥିପ୍ରତି କୌଣସି କର୍ଣ୍ଣପାତ କରୁନଥିବାରୁ ପୂର୍ବ କାର୍ଯ୍ୟସୂଚୀ ଏବଂ ସୂଚନା ଆଧାରେ ସଙ୍ଘର ସଭ୍ୟ/ସଭ୍ୟାମାନେ ନିଜର ଜୀବନ ଜିବିକାର ସୁରକ୍ଷାପାଇଁ ଆଜି ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମିଳିତ ମଞ୍ଚ ଆହ୍ଵାନରେ ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପ୍ରତି ପ୍ରଦାନ କରିବା ପାଇଁ ଏକତ୍ରିତ ହୋଇଛନ୍ତି।
ନ୍ୟାୟୋଚିତ ନ୍ୟାର୍ଯ୍ୟଦାବି ପୁରଣରେ କାଳକ୍ଷପଣ ନିତି ଅବଲମ୍ବନ କରୁଥିବା ଟିପି ଓଡ଼ିଶା ଓଡ଼ିଶା ବିତରଣ କର୍ତ୍ତୃପକ୍ଷଙ୍କର ବିରୋଧରେ ଆଗାମୀ ଦିନରେ ପ୍ରତିବାଦକୁ ବ୍ୟାପକ କରାଯିବା ସହିତ ଆଗାମୀ ତା ୧୭/୦୨/୨୦୨୫ ରିଖରୁ ଟିପିସିଓଡିଏଲ ମୂଖ୍ଯ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ ଗଣଧାରଣା ଏବଂ ୨୦/୦୨/୨୦୨୫ ଠାରୁ ସାମୁହିକ ଛୁଟିରେ ଯିବାପାଇଁ ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମିଳିତ ମଞ୍ଚର ସଭ୍ୟ/ସଭ୍ୟାମାନେ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ମୂଖ୍ୟ ଦାବି ଗୁଡ଼ିକ
୧. ସଭ୍ୟମାନଙ୍କର ନ୍ୟାୟୋଚିତ ନାର୍ଯ୍ୟ ଦାବି ଉପସ୍ଥାପନା ସହିତ ପ୍ରାପ୍ତ ଅଭିଯୋଗ ଗୁଡିକର ଦ୍ଵିପାକ୍ଷୀକ ଆଲୋଚନା ମାଧ୍ୟମରେ ତୁରନ୍ତ ସମାଧାନ ପାଇଁ ଚେଷ୍ଟିତ ସଙ୍ଘର କର୍ମକର୍ତ୍ତା ତଥା ଆଗ ଧାଡ଼ିର ସଭ୍ଯମାନଙ୍କ ପ୍ରତି ନିଆଯାଇଥିବା ଅନୈତିକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ତୁରନ୍ତ ନୀସର୍ତ୍ତ ପ୍ରତ୍ୟାହାର।
୨. ସରକାରୀ ନୀୟମରେ ନିଯୁକ୍ତିପ୍ରାପ୍ତ ଏବଂ ଘରୋଇ ସଂସ୍ଥା ଦ୍ଵାରା ନିଯୁକ୍ତିପ୍ରାପ୍ତ ଯନ୍ତ୍ରୀମାନଙ୍କ ମଧ୍ୟରେ ପ୍ରକାଶିତ ସମାନତା ବିଜ୍ଞପ୍ତିକୁ ତୁରନ୍ତ ପ୍ରତ୍ୟାହାର।
୩. ପ୍ରତ୍ୟାହାର କରାଯାଇଥିବା ସମସ୍ତ ପଦୋନ୍ନତି ବିଜ୍ଞପ୍ତିର ପୁନଃପ୍ରତିଷ୍ଠା।
୪. ପାର୍ଶ୍ଵ ପ୍ରବେଶ / ମଧ୍ୟସ୍ତରୀୟ ନିଯୁକ୍ତି ବଦଳରେ ମୂଳ ସ୍ତରରେ ନିଯୁକ୍ତି।
୫. ତୃତୀୟ ପକ୍ଷ ଦ୍ଵାରା ଅନୈତିକ ଭାବରେ କରାଯାଉଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ତୁରନ୍ତ ପ୍ରତ୍ୟାହାର।
ଏଠାରେ ଉଲ୍ଲେଖଯୋଗ୍ୟ, ମାନ୍ୟବର ଉପମୂଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ, ଓଡ଼ିଶାଙ୍କର ପ୍ରତ୍ୟକ୍ଷ ହସ୍ତକ୍ଷପ ଫଳରେ ଗତ ତିନି ମାସ ତଳେ ଆରମ୍ଭ ହୋଇଥିବା ପ୍ରତୀକାତ୍ମକ ବିକ୍ଷୋଭ ସ୍ଥଗିତ ରଖାଯାଇଥିଲେ ମଧ୍ୟ ଟିପିସିଓଡିଏଲ କର୍ତ୍ତୃପକ୍ଷଙ୍କର ବାରମ୍ବାର ଆକ୍ରୋଶମୂଳକ ପଦକ୍ଷେପ ଏବଂ ସରକାରୀ ନିର୍ଦ୍ଦେଶନାମାକୁ ବେଖାତିର ବିରୋଧରେ ଏହି ପ୍ରତିବାଦ ଯନ୍ତ୍ରୀ ଏବଂ କର୍ମଚାରୀମାନଙ୍କର ପୁଞ୍ଜିଭୂତ ଅସନ୍ତୋଷର ଏକ ପ୍ରତିଫଳନ ବୋଲି ଜଣାପଡିଛି।
ଏହି ଆନ୍ଦୋଳନ ପରିପ୍ରେକ୍ଷୀରେ ମଧ୍ୟ ଉପଭୋକ୍ତାମାନଙ୍କର ସ୍ଵାର୍ଥକୁ ଗୁରୁତ୍ୱ ପ୍ରଦାନ କରାଯିବା ସହିତ ସମସ୍ତ ଆପତ୍ତି ଅଭିଯୋଗର ସମୟାନୁବର୍ତ୍ତି ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ସଂଘପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯିବା ସହିତ ଉପଭୋକ୍ତାମାନଙ୍କର ସହଯୋଗ କାମନା କରାଯାଇଛି।

Leave A Comment

All fields marked with an asterisk (*) are required