Search for:

ଖୋଲିଲା ରତ୍ନଭଣ୍ଡାର.

Spread the love

Loading

 

୧ଟା ୨୮ ମିନିଟରେ ଖୋଲିଲା ରତ୍ନଭଣ୍ଡାର

ଭୁବନେଶ୍ୱର: ଆଉ କିଛି ସମୟ ପରେ ଖୋଲିବାକୁ ଯାଉଛି ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିରର ରତ୍ନଭଣ୍ଡାର । ରତ୍ନଭଣ୍ଡାର ଖୋଲିବା ପାଇଁ ଦିନ ୧ଟା ୨୮ ମିନିଟ୍ ଶୁଭ ମୁହୂର୍ତ୍ତ ଗଣନା କରାଯାଇଛି । ଠିକ୍ ସେହି ସମୟରେ ରତ୍ନଭଣ୍ଡାର ତାଲା ଖୋଲିବା ଖୋଲିବା ପ୍ରକ୍ରିୟା ଆରମ୍ଭ ହେବ । ତେବେ ଆଜି ତାଲା ଖୋଲାଗଲେ ମଧ୍ୟ ଗଣତି ହେବନି । ଖାଲି ଯାଞ୍ଚ ହେବ ।
ଆଜି ସକାଳେ ରତ୍ନଭଣ୍ଡାର ଯାଞ୍ଚ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ । ସେ କହିଛନ୍ତି, ମୁଖ୍ୟ ପ୍ରଶାସକ ଟ୍ରେଜେରୀରୁ ଚାବି ମଗାଇଛନ୍ତି । ରତ୍ନଭଣ୍ଡାର ଭିତରକୁ ମୋଟ ୧୧ ଜଣ ସଦସ୍ୟ ଯିବେ । ଯାଞ୍ଚ କମିଟିର ୨ ଜଣ ସଦସ୍ୟ ଯିବେ । ଏହି ସମୟରେ ମନ୍ଦିର ନ ଆସିବାକୁ ଶ୍ରଦ୍ଧାଳୁଙ୍କୁ ସେ ଅପିଲ କରିଛନ୍ତି ।
ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସୂଚନା ଅନୁଯାୟୀ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏଏସଆଇ ଅଧୀକ୍ଷକ, ରତ୍ନଭଣ୍ଡାର ସବ୍ କମିଟିର ଜଣେ, ହାଇଲେବୁଲ କମିଟିର ୨ ସଦସ୍ୟ ଜଷ୍ଟିସ୍ ବିଶ୍ୱନାଥ ରଥ ଏବଂ ଡ. ସିବିକେ ମହାନ୍ତି, ଗଜପତି ମହାରାଜାଙ୍କ ପ୍ରତିନିଧି, ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ତଢ଼ଉ କରଣ ଓ ଦେଲୁ କରଣ ଭିତରକୁ ଯିବେ । ତେବେ ଆଜି ତାଲା ଖୋଲାଗଲେ ମଧ୍ୟ ଗଣତି ହେବନି, ଖାଲି ଯାଞ୍ଚ ହେବ ବୋଲି ସେ କହିଛନ୍ତି ।

Leave A Comment

All fields marked with an asterisk (*) are required