ଇଞ୍ଜିନିୟରିଂ ଅନ୍ଲାଇନ୍ ପ୍ରବେଶିକା ପରୀକ୍ଷା ସମ୍ପର୍କିତ ପୋଷ୍ଟର ଉନ୍ମୋଚନ ।
ଭୁବନେଶ୍ୱର:କେଏଲ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଡିସେମ୍ବର ୬ତାରିଖରୁ ୫ ଦିନ ଧରି ଜାତୀୟସ୍ତରରେ ଅନୁଷ୍ଠିତ ହେବାକୁ ଥିବା ଇଞ୍ଜିନିୟରିଂ ଅନ୍ଲାଇନ୍ ପ୍ରବେଶିକା ପରୀକ୍ଷା ସମ୍ପର୍କିତ ପୋଷ୍ଟର କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଇଞ୍ଜିନିୟରିଂ ସହ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ହେବାକୁ ଥିବା ବିଭିନ୍ନ ପ୍ରବେଶିକା ପରୀକ୍ଷା ସମ୍ପର୍କିତ ପୋଷ୍ଟର ଉନ୍ମୋଚନ କରିଥିଲେ। ମେଧାବୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଆୟୋଜିତ ପ୍ରବେଶିକା ପରୀକ୍ଷା ବ୍ୟବସ୍ଥାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ ଓଡ଼ିଶା ରାଜ୍ୟରୁ ବିଶ୍ୱବିଦ୍ୟାଳୟରେ ଯୋଗ ଦେଉଥିବା ଛାତ୍ରଛାତ୍ରୀଙ୍କୁ ମେରିଟ୍ ସ୍କଲାରସିପ୍ ଓ ହଷ୍ଟେଲ୍ ଭଳି ପ୍ରସଙ୍ଗରେ ପ୍ରାଥମିକତା ଦିଆଯିବା ଉଚିତ। ଉଚ୍ଚଶିକ୍ଷାକ୍ଷେତ୍ରରେ ଗବେଷଣାରେ ଉନ୍ନତି ଆଣିବାକୁ ସେ ପରାମର୍ଶ ଦେଇଥିଲେ। ଚଳିତ ଶିକ୍ଷାବର୍ଷରେ କ୍ୟାମ୍ପସ ପ୍ଲେସମେଣ୍ଟରେ ଶ୍ରେଷ୍ଠ ବାର୍ଷିକ ପ୍ୟାକେଜ୍ ପାଇଥିବା ଛାତ୍ରଛାତ୍ରୀଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ।
କେଏଲ ବିଶ୍ୱବିଦ୍ୟାଳୟ ନାମଲେଖା ନିର୍ଦ୍ଦେଶକ ଡ. ଜେ. ଶ୍ରୀନିବାସ ରାଓ କହିଛନ୍ତି ଯେ ବିଜୟୱାଡା, ହାଇଦ୍ରାବାଦ କ୍ୟାମ୍ପସରେ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରତିବର୍ଷ ସାରା ଦେଶରେ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ଆୟୋଜନ କରାଯାଏ । ପ୍ରବେଶିକା ପରୀକ୍ଷାରେ କେଏଲ୍ ରାଙ୍କ୍, ୧୦+୨ ମାର୍କ, ଜେଇଇ ପର୍ସେଣ୍ଟାଇଲ୍ ଆଧାରରେ ଛାତ୍ରଛାତ୍ରୀଙ୍କ ପାଇଁ ମେରିଟ୍ ସ୍କଲାରସିପ୍ ଲାଗୁ କରାଯାଏ। ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରତିବର୍ଷ ୧୦୦ କୋଟି ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରାଯାଇଥାଏ।
ସେ କହିଛନ୍ତି ଯେ ଛାତ୍ରଛାତ୍ରୀମାନେ ଯେପରି ଶତ ପ୍ରତିଶତ କ୍ୟାମ୍ପସ ପ୍ଲେସମେଣ୍ଟ ପାଇବେ ସେଥିପାଇଁ ଏକ ଗଠନମୂଳକ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଗତ ଶିକ୍ଷାବର୍ଷରେ ୪ ହଜାର ଛାତ୍ରଛାତ୍ରୀ ପ୍ଲେସମେଣ୍ଟ ପାଇଥିବା ବେଳେ ଚଳିତ ଶିକ୍ଷାବର୍ଷରେ ହଜାର ହଜାର ଛାତ୍ରଛାତ୍ରୀପ୍ଲେସମେଣ୍ଟ ପାଇଛନ୍ତି। ଇଞ୍ଜିନିୟରିଂ ସିଏସ୍ଇ ବିଭାଗର ତୃତୀୟ ବର୍ଷର ଜଣେ ଛାତ୍ରଙ୍କୁ ଏକ ଅଗ୍ରଣୀ କର୍ପୋରେଟ୍ କମ୍ପାନି ପକ୍ଷରୁ ବାର୍ଷିକ ୫୮ ଲକ୍ଷ ଟଙ୍କାର ପ୍ୟାକେଜ୍ ମିଳିଥିଲା।ଶ୍ରୀନିବାସ ରାଓ ନିକଟରେ କେଏଲ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ଜିତିଥିବା ଅନେକ ଜାତୀୟ ଏବଂ ଅନ୍ତର୍ଜାତୀୟ ପୁରସ୍କାର ବିଷୟରେ ଏବଂ ବିଶ୍ୱବିଦ୍ୟାଳୟର ବିଶେଷତା ଏବଂ ହାଇଲାଇଟ୍ ବିଷୟରେ ମଧ୍ୟ ବର୍ଣ୍ଣନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ ଓଡ଼ିଶା ଜୋନାଲ ପ୍ରଭାରୀ ଆର ଶିବକୁମାର, ଆଞ୍ଚଳିକ ପରିଚାଳକ ଶ୍ରୀମତୀ ପ୍ରଗତି ଦାଶ ପ୍ରମୁଖ ଯୋଗ ଦେଇଥିଲେ।