Search for:
  • Home/
  • ରାଜ୍ୟ/
  • ଭୁବନେଶ୍ୱର ଓକିଲ ସଂଘ ନିର୍ବାଚନ, ଅଶୋକ ସଭାପତି, ସତ୍ୟ ସମ୍ପାଦକ

ଭୁବନେଶ୍ୱର ଓକିଲ ସଂଘ ନିର୍ବାଚନ, ଅଶୋକ ସଭାପତି, ସତ୍ୟ ସମ୍ପାଦକ

Spread the love

Loading

ଭୁବନେଶ୍ୱର ଓକିଲ ସଂଘ ନିର୍ବାଚନ, ଅଶୋକ ସଭାପତି, ସତ୍ୟ ସମ୍ପାଦକ

ଭୁବନେଶ୍ୱର,୨୯/୩() : ଭୁବନେଶ୍ୱର ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଭାବେ ଅଶୋକ କୁମାର ପାତ୍ର ବିଜୟ ମୁକୁଟ ପିନ୍ଧିଥିବା ବେଳେ ସତ୍ୟ ରଞ୍ଜନ ସେନାପତି ସମ୍ପାଦକ ଭାବେ ବିଜୟ ହାସଲ କରିଛନ୍ତି। ସେହିପରି ଉପସଭାପତି ଭାବେ କବିନ୍ଦ୍ର ବାରିକ, ଯୁଗ୍ମ ସମ୍ପାଦକ ଭାବେ ରଶ୍ମୀ ରଞ୍ଜନ ମହାନ୍ତି, ସହ ସମ୍ପାଦକ ଭାବେ ରଶ୍ମୀ ଭୂଷଣ ମୁଖି, କୋଷାଧ୍ୟକ୍ଷ ଭାବେ ଦୀପ୍ତି ପ୍ରସାଦ ନନ୍ଦ ବିଜୟ ହୋଇଛନ୍ତି । ସେହିପରି କାର୍ଯ୍ୟକାରୀ କମିଟିକୁ ୮ଜଣ ପୁରୁଷ ବିଜୟ ହୋଇଛନ୍ତି। ସମୁଦାୟ୪୧୦୫ଜଣ ଓକିଲ ଭୋଟ୍‌ ଦେବା ପାଇଁ ତାଲିକା ପ୍ରକାଶ ପାଇଥିବା ବେଳେ ସେଥି ମଧ୍ୟରୁ ଭୋଟରୁ ୨୯୦୧ ଜଣ ଭୋଟ୍‌ ଦେଇଥିଲେ। ସକାଳ ୮ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହୋଇଥିଲା। ଅପରାହ୍ନ ୫ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା ବୋଲି ସଂଘର ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।

Leave A Comment

All fields marked with an asterisk (*) are required