Search for:
  • Home/
  • ରାଜ୍ୟ/
  • ଓଡିଶା ବିକାଶ କନକ୍ଲେଭ ଆରମ୍ଭ ହେଲା ସରକାର ସମାଜ ଓ ବଜାର ମଳିତ ହୋଇ କରନ୍ତୁ ଯୋଜନା

ଓଡିଶା ବିକାଶ କନକ୍ଲେଭ ଆରମ୍ଭ ହେଲା ସରକାର ସମାଜ ଓ ବଜାର ମଳିତ ହୋଇ କରନ୍ତୁ ଯୋଜନା

Spread the love

Loading

ଓଡିଶା ବିକାଶ କନକ୍ଲେଭ ଆରମ୍ଭ ହେଲା
ସରକାର ସମାଜ ଓ ବଜାର ମଳିତ ହୋଇ କରନ୍ତୁ ଯୋଜନା
ଓଡିଶା ବିକାଶ କନକ୍ଲେଭ୍ ୪ର୍ଥ ସଂସ୍କରଣ ଆୟୋଜିତ
ସହନଶୀଳ ଗ୍ରାମ ପଞ୍ଚୟତ ଗଠନ ଉପରେ ଗୁରୁତ୍ୱ
ପଞ୍ଚାୟତ ସୁଦୃଢ ହେଲେ ବ୍ୟାପକ ହେବ ବିକାଶ
ଜନସଂଖାର ଆକାର ଓ ଗଠନକୁ ନେଇ ପ୍ରସ୍ତୁତ ହେଉ କାର୍ଯ୍ୟକ୍ରମ  ନିରନ୍ତର ବିକାଶ ଲକ୍ଷକୁ ଗ୍ରାମପଞ୍ଚାୟତ ଦେଉ ପ୍ରାଥମିିକତା
ଭୁବନେଶ୍ୱର ୬ ଡିସେମ୍ବର,୨୦୨୩ : ରାଜ୍ୟରେ ବଢୁଛି ବୟସ୍କ ଲୋକଙ୍କ ସଂଖ୍ୟା । ହ୍ରାସ ପାଇବାରେ ଲାଗୁଛିି ପ୍ରଜନନ ହାର । ଶିଶୁ ମାନଙ୍କ ସଂଖ୍ୟା କମୁଥିବା ବେଳେ ଯୁବକ ଓ ବରିଷ୍ଠଙ୍କ ସଂଖ୍ୟା ବଢୁଛି ।ରାଜ୍ୟରେ ଜନସଂଖ୍ୟାରେ ହେଉଥିବା ଏଭଳି ପରିବର୍ତ୍ତନ ଶିକ୍ଷା ,ସ୍ୱାସ୍ଥ୍ୟ,ଶ୍ରମନିୟୋଜନ,ସାମ।।ଜିକ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନ ଜନିତ ପ୍ରଭାବକୁ ନେଇ ସଂଙ୍କଟ ଜନକ ସ୍ଥିତି ସୃଷ୍ଠି ହୋଇଛି । ଏଭଳି ପରିସ୍ଥିତିରେ ସହନଶୀଳ ଗ୍ର୍ରାମ ପଞ୍ଚାୟତ ଗଠନ ସହିତ ଲୋକଙ୍କ ପ୍ରକୃତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର-ବଜାର ଓ ସମାଜ ମିଶି ଯୋଜନା ପ୍ରସ୍ତୁତ କରିବା ଉଚିତ୍ ବୋଲି ଏଠାରେ ଆୟୋଜିତ ଓଡିଶା ବିକାଶ କନକ୍ଲେଭ୍‌ରେ ମତ ପ୍ରକଶ ପାଇଛି ।
ସିୱାଇଏସଡି ଏବଂ ମହାଶକ୍ତି ଫାଉଡେସନ ପକ୍ଷରୁ ବୁଧବାର ଅୟୋଜିତ ଓଡିଶା ଡେଭଲପମେଣ୍ଟ କନକ୍ଲେଭରେ ଭାରତୀୟ ଲୋକ ପ୍ରଶାସନ ସଂସ୍ଥାରୁ ଡାଇରେକ୍ଟ ଜେନେରାଲ୍ ସୁରେନନ୍ଦ୍ର ନାଥ ତ୍ରିପାଠୀ ଯୁବକଙ୍କ ଦକ୍ଷକ୍ଷତା ବିକାଶ ,କର୍ମ ନିୟୋଜନ ସହିତ ବରିଷ୍ଠ ନାଗରୀକ ଜ୍ଞାନ ଓ ଦକ୍ଷତା କୁୁ ବ୍ୟବହାର କରାଯାଇ ପାରିଲେ ସେମାନେ ସମାଜ ପାଇଁଁ ସମ୍ବଳ ହୋଇପାରିବେ ବୋଲିି ମତବ୍ୟକ୍ତ କରିଥିଲେ । ସରକାର ବଜାର ଓ ସମାଜ ଏକଠି ହୋଇ ଯୋଜନା କରିପାରିଲେ ବିକାଶର ଚମତ୍କାର ଫଳ ମିଳିିପାରିବ ବୋଲି କହିଥିଲେ ଶ୍ରୀ ତ୍ରିପାଠୀ, ଆଇଆଇପିଏ ର ଅଧକ୍ଷ କରୁୁଣାକର ପଟ୍ଟନାୟକ ବ୍ୟକ୍ତିକେନ୍ଦ୍ରିକ ଯୋଜନା ଅପେକ୍ଷା ସାମୟୀକ କାର୍ଯ୍ୟକ୍ରମ କରାଯିବା ଦିଗରେ ପଞ୍ଚାୟତ ଗୁରୁତ୍ୱ ଦେଉବୋଲି ପରାମର୍ଶ ଦେଇଥିଲେ ।
ପ୍ରିୟାର ଗଭର୍ଣ୍ଣ୍‌ାନ୍ସ ଆଣ୍ଡ କ୍ଲାଇମେଟ୍ ଆକସନର ଲିଡ୍ ଅଂଶୁମାନ କାରୋଲ ଭାରତ ସମେତ ବିଶ୍ୱରର ଅନେକ ଦେଶରେ ପ୍ରଜୋନନ ହାର କମୁଥିବା ସୂଚାଇ ଏହାର ପ୍ରଭାବକୁ ମୁକାବିଲା କରାଯିବା ଦିଗରେ ପୁୁରୁତ୍ୱାରୋପ କରିଥିଲେ ।
ପଞ୍ଚାୟତର ବିକାଶ ନ ହେଲେ କାହାର ବିିକାଶ ହେବନି, ପଞ୍ଚାୟତ-ବିଧାନସଭା ଓ ସଂସଦ ତିନିହେଁ ସମାନ କିଏ ଛୋଟ ନୁହେଁ କିଏ ବଡ ନୁହେଁ । ପଞ୍ଚାୟତରେ ସବୁ ଲୋକଙ୍କ ବିକାଶ ହେବା ଉଚି୍‌ତ । ଏ କ୍ଷେତ୍ରରେ ଗ୍ରାମ ପଞ୍ଚାୟତ ଆଗକୁ ଆସି ନିରନ୍ତର ବିକାଶ ଲକ୍ଷରେ ଯୋଡି ହେଉବୋଲି ପରାମର୍ଶ ଦେଇଥିଲେ ସିୱାଇଏସଡି ର ପ୍ରତିଷ୍ଠାତା ଜଗଦା ନନ୍ଦ । ଗାଁ ରେ ସବୁଠୁ ପଛରେ ଥିବା ଲୋକଙ୍କୁ ଚିହ୍ନଟ କରି ବିକାଶର ମୁଖ୍ୟସ୍ରୋତ ସହିତ ଯୋଡିବାରେ ପଞ୍ଚାୟତର ଭୂମିକା ରହିଥିବା କହିିଥିଲେ ମହଶକ୍ତି ଫାଉଣ୍ଡେସନ୍‌ର ଉପ ସଭାପତି ଇତିଶ୍ରୀ କାନୁନଗୋ ।ପୁର୍ବରୁ ସିୱାଇଏସଡି ପକ୍ଷରରୁ ବସନ୍ତ କୁମାର ନାୟକ ଅତିଥି ମାନଙ୍କୁ ସ୍ୱାଗତ ସହ ଅଭିମୁଖ୍ୟ ସୁଚାଇବା ପରେ ଅନ୍ତିମ ଆଲୋକ ସରାଭ ଜନସଂଖ୍ୟା ପରିବବର୍ତ୍ତନ ବିକାଶ ସଂର୍ମ୍ପକୀତ ବିସ୍ତ୍ରୁତ ତଥ୍ୟ ଉପସ୍ଥାପନା କରିଥିଲେ ।ରାଜ୍ୟରେ ୫ରୁୁ ୧୪ ବର୍ଷର୍ ବୟସର ଶିଶୁଙ୍କ ସଂଂଖ୍ୟା ୨୦୨୧ ରେ ୧୬% ଥିବା ବେଳେ ଆଗାମି ୨୦୩୬ ବେଳକୁ ୩% ହ୍ରାସ ପାଇ ୧୩% ରେ ପହଁଞ୍ôଚବ । ସେହିପରି ୨୫ ରୁ ୫୯ ବର୍ଷ ଲୋକ ସଂଖ୍ୟାରେ ୬% ବୃଦ୍ଧିି ଘଟିବ ବୋଲି ସେ ଦର୍ଶାଇଥିଲେ । ୬୦ ବର୍ଷରୁ ଅଧିକ ବର୍ଷର ଲୋକସଂଖ୍ୟା ବଢୁଥିବାରୁ ସେସାନଙ୍କ ପାଇଁ ସ୍ୱ୍ୟାସ୍ଥ୍ୟ ସୁରକ୍ଷା ଓ ଯତ୍ନ କାଯ୍ୟକ୍ରମ ଅଧିକ ବେଗରୁ ମତ ପ୍ରକାଶ ପାଇଥିଲା ।ପ୍ରତି ଦୁଇ ବର୍ଷରେ ଥରେ ଅୟୋଜିତ ଓଡିଶା ବିକାଶ କନକ୍ଲେଭ୍ ର ଏହି ୪ର୍ଥ ସଂସ୍କରଣରେ ରାଜ୍ୟର ୪୦୦ରୁ ଅଥିକ ନାଗରିକ ସମାଜ, ପଞ୍ଚାୟତି ରାଜ ନିର୍ବାଚିତ ଲୋକପ୍ରତିନିଧି, ସରକାରୀ କର୍ମଚାରୀ ଓ ଶିକ୍ଷାବିତ୍ ଯୋଗଦେଇ ସହଶିଳ ଗ୍ରାମ ପଞ୍ଚାୟତ ଗଠନ ଉପରେ ବିଚାର ବିମୋର୍ଶର୍ କରିଥିଲେ । ସିିୱାଇଏସ୍‌ଡି ର ଅନ୍ୟତମ ସହ ପ୍ରତିଷ୍ଠାତା ପ୍ରଫୁଲ୍ଲ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Comment

All fields marked with an asterisk (*) are required