Search for:
  • Home/
  • ରାଜ୍ୟ/
  • ବେଙ୍ଗାଲୁରୁରେ ଟ୍ରେନ ଦୁର୍ଘଟଣାରେ ମୃତ ଓଡ଼ିଆ ଶ୍ରମିକଙ୍କ ଶବ ଆସିଲା ଜନ୍ମମାଟି

ବେଙ୍ଗାଲୁରୁରେ ଟ୍ରେନ ଦୁର୍ଘଟଣାରେ ମୃତ ଓଡ଼ିଆ ଶ୍ରମିକଙ୍କ ଶବ ଆସିଲା ଜନ୍ମମାଟି

Spread the love

Loading

ବେଙ୍ଗାଲୁରୁରେ ଟ୍ରେନ ଦୁର୍ଘଟଣାରେ ମୃତ ଓଡ଼ିଆ ଶ୍ରମିକଙ୍କ ଶବ ଆସିଲା ଜନ୍ମମାଟି

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ପୁସଙ୍ଗିଆ ଅଞ୍ଚଳର ଜଣେ ୨୧ବର୍ଷିୟ ଯୁବକ ସନ୍ତୋଷ କୁମାର ପାତ୍ର ଗତ ୩ବର୍ଷରୁ ବେଙ୍ଗାଲୁରୁରେ ରହି କାମ କରୁଥିଲେ । ଦୁର୍ଭାଗ୍ୟବଶତଃ, ଗତ ୧୪ତାରିଖରେ ତାଙ୍କର ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ପରିବାରରେ ତାଙ୍କର ବାପା, ମା’ ଓ ସାନ ଭାଇ ଅଛନ୍ତି, ଯେଉଁମାନେ ମୂଲ ଲାଗି ନିଜ ଘର ଚଳାନ୍ତି । ପୁଅର ଅଚାନକ ମୃତ୍ୟୁରେ ପରିବାରବର୍ଗ ଦୁଃଖରେ ଭାଙ୍ଗି ପଡ଼ିଥିଲେ ଓ ଶେଷ ମୁହୂର୍ତ୍ତରେ ପୁଅର ମୁହଁ ଦେଖିବା ପାଇଁ ବ୍ୟାକୁଳ ହେଉଥିଲେ । ଏହି ଦୁଃଖଦ ଖବର ବିଷୟରେ ଓଡ଼ିଶା ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଶ୍ରୀ ବିଜୟ ନାୟକ ଜାଣିବା ପରେ ଓଡ଼ିଶା- ପରିବାରକୁ ଅବଗତ କରାଇଥିଲେ । ଏହାପରେ ଓଡ଼ିଶା- ପରିବାରର ନିର୍ଦ୍ଦେଶକ ଶ୍ରୀ ଦିଲ୍ଲୀପ ରାଉତରାୟଙ୍କ ଓ.ଏସ୍.ଡ଼ି ଶ୍ରୀ ଲକ୍ଷ୍ମୀଧର ବେହେରା ଓଡ଼ିଶା-ମୋ ପରିବାରକୁ ସୂଚନା ଦେଇଥିଲେ ।
ଏହାପରେ ଓଡ଼ିଶା-ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ଆବଶ୍ୟକୀୟ ପ୍ରକ୍ରିୟାରେ ସଂଯୋଜନା କରାଯାଇଥିଲା ଏବଂ ଉଭୟ ଅନୁଷ୍ଠାନର ଟିମ୍ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଉପସ୍ଥିତ ରହି ସନ୍ତୋଷଙ୍କ ମୃତଶରୀରକୁ କନ୍ଧମାଳସ୍ଥିତ ନିଜ ବାସଭବନକୁ ପଠାଇବାର ବ୍ୟବସ୍ଥା କରିଥିଲେ । ଶେଷରେ, ଓଡ଼ିଶା- ପରିବାର ପକ୍ଷରୁ ସମସ୍ତ ଯାତାୟାତ ଖର୍ଚ୍ଚ ବହନ କରାଯିବା ସହିତ ସମଗ୍ର ପ୍ରକ୍ରିୟାକୁ ଓଡ଼ିଶା- ମୋ ପରିବାର ସଂଯୋଜନା କରିଥିଲା । ଏହିପରି ନିରନ୍ତର ଭାବେ, ଅସହାୟ ଲୋକଙ୍କ ସହାୟତା ପାଇଁ ଓଡ଼ିଶା- ପରିବାର ଏବଂ ଓଡ଼ିଶା-ମୋ ପରିବାର ସରକାରଙ୍କ ସହ ସମନ୍ଵୟ ରକ୍ଷା କରି କାର୍ଯ୍ୟ କରୁଛି ।

Leave A Comment

All fields marked with an asterisk (*) are required