ଓଡିଶା ଅଭିଭାବକ ମହାସଂଘର ଗଣଶିକ୍ଷା ମନ୍ତ୍ରୀ, ସଚିବ ଓ ଅଧିକାରୀଙ୍କ ସହିତ ସାତଦଫା ଦାବୀ ନେଇ ଆଲୋଚନା
ଓଡିଶା ଅଭିଭାବକ ମହାସଂଘର ଗଣଶିକ୍ଷା ମନ୍ତ୍ରୀ, ସଚିବ ଓ ଅଧିକାରୀଙ୍କ ସହିତ ସାତଦଫା ଦାବୀ ନେଇ ଆଲୋଚନା l
ଭୁବନେଶ୍ୱର: ଓଡିଶାରେ ଶିକ୍ଷା ବ୍ୟବସ୍ଥାର ସଂସ୍କାର ଓ ସୁଧାର କ୍ଷେତ୍ରରେ ଓଡିଶା ଅଭିଭାବକ ମହାସଂଘ ନିରନ୍ତର ପ୍ରୟାସ ଜାରି ରଖିଛି l ପୂର୍ବରୁ ସାତଟି ପ୍ରମୁଖ ଦାବୀ ଉପରେ ସାତ ଦଫା ଦାବୀ ନେଇ ଓଡିଶା ଅଭିଭାବକ ମହାସଂଘ ପ୍ରତିନିଧି ମଣ୍ଡଳୀ ସହ ଲୋକସେବା ଭବନରେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡିଙ୍କ, ବିଭାଗୀୟ ସଚିବ ଆଶ୍ବଥୀ.ଏସଙ୍କ ସହିତ ସମସ୍ତ ବିଭାଗୀୟ ନିର୍ଦେଶକ ଜ୍ୟୋତି ମିଶ୍ର, ବରିଷ୍ଠ ପଦାଧିକାରୀ ଦୁର୍ଗା ମହାପାତ୍ର, ସୁନିତା ଦାଶ, ଭୈରବ ପଟେଲ, ଏସ. ଇ. ଆର. ଟି ନିର୍ଦେଶକ ମନୋଜ ପାଢୀ, ସି.ବି.ଏସ.ଇ ର ଆଞ୍ଚଳିକ ଅଧିକାରୀ ଶ୍ରୀ କେ ଶ୍ରୀନିବାସ, ଏନ.ସି.ଇ.ଆର.ଟି ପ୍ରତିନିଧି ପ୍ରକାଶ ଅଗ୍ରୱାଲ ଓ ଅନ୍ୟାନ୍ୟ ସରକାରୀ ପ୍ରତିନିଧି ମାନଙ୍କ ଉପସ୍ଥିତିରେ ଓଡିଶା ଅଭିଭାବକ ମହାସଂଘ ଅଧକ୍ଷ ଶ୍ରୀ ବାସୁଦେବ ଭଟ୍ଟ, ସହ-ଅଧକ୍ଷ ପ୍ରସନ୍ନ ବିଷୋୟୀ, ଭୁମୋହନ ପଟ୍ଟନାୟକ, ଅଶୋକ ପଟନାୟକ ବିଭିନ୍ନ ଦାବୀ ଉପରେ ବିସ୍ତୃତ ଆଲୋଚନା କରିଥିଲେ l ପ୍ରଥମ ଦାବୀରେ 23 ସେପ୍ଟେମ୍ବର 1996 ମସିହା ରିଜଲ୍ୟୁସନ ଅନୁସାରେ ପ୍ରାଇଭେଟ ସ୍କୁଲରେ ପ୍ରଦାନ କରୁଥିବା ସୁବିଧା ଅନୁଯାଇ ସ୍କୁଲ ଫିସ ନିର୍ଧାରଣ ଓ ସ୍କୁଲ କୁ ନିୟମ ଅନୁସାରେ ସ୍ୱୀକୃତି ପ୍ରଦାନ ବେଳେ ନିର୍ଦିଷ୍ଟ ଭାବେ ସ୍କୁଲ ଫିସ ସ୍ଥିରୀକୃତ କରିବା ଉପରେ ସରକାର ପୂର୍ବରୁ କରିଥିବା ସ୍କୁଲ ଫିସ ନିର୍ଧାରଣ କମିଟିର ସୁପାରିଶକୁ ତର୍ଜମା କରି କାର୍ଯ୍ୟାନୁଷ୍ଠାନ ପାଇଁ ରାଜି ହୋଇଥିଲେ l ଦ୍ଵିତୀୟ ଦାବୀ ଅନୁଯାଇ କୋଭିଡ ମହାମାରୀ ସମୟରେ ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ରେ ସ୍କୁଲ ଫିସ ଛାଡ଼ ନିର୍ଦେଶର କାର୍ଯ୍ୟକାରୀ ନେଇ ରିପୋର୍ଟକୁ ଖୁବ ଶୀଘ୍ର ଏକ ଶ୍ୱେତପତ୍ର ଜାରି ପାଇଁ ରାଜି ହୋଇଥିଲେ l ତୃତୀୟ ଦାବୀ ଅନୁଯାଇ ପ୍ରାଇଭେଟ ସ୍କୁଲରେ ସବୁ ଶ୍ରେଣୀରେ ଏନସିଇଆରଟି ବହି ବ୍ୟବହାର ଓ ସ୍କୁଲ ବ୍ୟାଗ ଓଜନ ନିୟମର କଡାକଡି ଲାଗୁ ପାଇଁ ଥିବା ଆଲୋଚନା ରେ ସିବିଏସଇ ଆଞ୍ଚଳିକ ଅଧିକାରୀ କେ. ଶ୍ରୀନିବାସଙ୍କ ସିବିଏସଇ ନିୟମ ସହ ସ୍କୁଲ ବ୍ୟାଗ ଓଜନ ମିଶାଇ ଏକ ସୁପାରିଶ ପାଇଁ ଆଲୋଚନା କରାଯାଇଥିଲା, ପରବର୍ତୀ ସମୟରେ ବିଶେଷ ତର୍ଜମା ହୋଇ ପଦକ୍ଷେପ ନେବାକୁ ସହମତି ହୋଇଥିଲା l ଚତୁର୍ଥ ଦlବୀରେ ଶିଖା ଅଧିକାର ଆଇନରେ 25% ସିଟରେ ମାଗଣାରେ ପଢ଼ୁଥିବା ସବୁ ପିଲାଙ୍କୁ ନିୟମ ଅନୁଯାଇ ମାଗଣାରେ ସ୍କୁଲ ଡ୍ରେସ, ବହି, ଜୋତା ଆଦି ଜିନିଷ ପ୍ରଦାନ ପାଇଁ ତୁରନ୍ତ ସବୁ ସ୍କୁଲକୁ ନିର୍ଦେଶ ଦେବା ପାଇଁ ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କୁ ଆଦେଶ ଦିଆଯାଇଥିଲା l ଶିକ୍ଷା ଅଧିକାର ଆଇନରେ ମାଗଣାରେ ଅଷ୍ଟମ ଶ୍ରେଣୀ ପଯ୍ୟନ୍ତ ପଢ଼ା ଯାଉଛି ହେଲେ ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ସେହି ପିଲାମାନଙ୍କୁ ଦିଲ୍ଲୀ, ରାଜସ୍ତାନ, ଛତିଶଗଡ ରାଜ୍ୟ ଭଳି ମାଗଣା ପଢାଇବାକୁ ବ୍ୟବସ୍ଥା କରିବାକୁ ଦାବୀ ଉପରେ ସରକାରଙ୍କ ସହିତ ଆର୍ଥିକ କମିଟିର ପରାମର୍ଶ ନେଇ ପଦକ୍ଷେପ ନେବାକୁ ରାଜି ହୋଇଥିଲେ l ଏଥିରେ ବହୁତ ପିଲା ଉପକୃତ ହେବେ l ପଞ୍ଚମ ଦାବୀ ଅନୁଯାଇ ବିନା ସ୍ୱୀକୃତିରେ ଚାଲୁଥିବା ସ୍କୁଲ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀ ତତ୍ପର ହେବାକୁ କୁହାଯାଇଥିଲା l ଷଷ୍ଠ ଦାବୀ ଅନୁଯାଇ ଯେଉଁ ପ୍ରାଇଭେଟ ସ୍କୁଲରେ ଆର୍ଥିକ ଅନିୟମିତତାର ଅଭିଯୋଗ ଆସିବ ସେହି ସ୍କୁଲର ସ୍ପେଶାଲ ଅଡିଟ କରାଯାଇ ସ୍କୁଲ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ମନ୍ତ୍ରୀ ନିର୍ଦେଶ ଦେଇଥିଲେ l ସପ୍ତମ ଦାବୀ ଅନୁଯାଇ ଦଶମରୁ ଏକାଦଶ ଶ୍ରେଣୀକୁ ଉତୀର୍ଣ୍ଣ ହେଉଥିବା ସବୁ ଛାତ୍ର ଛାତ୍ରୀଙ୍କୁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦେଶରେ କେ.ପି ମହାପାତ୍ର କମିଟିର ସୁପାରିଶ ଆଧାରରେ କ୍ଲାସ ପ୍ରମୋସନ ନିୟମ ଅନୁସlରେ ସେହି ସ୍କୁଲ ରେ ଆଡ଼ମିସନ କରି ପାଠ ପଢାଇବାକୁ ସବୁ ପ୍ରାଇଭେଟ ସ୍କୁଲ ଅନୁପାଳନ କରିବାକୁ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଗଲା l ବର୍ତମାନ ପରିପ୍ରେକ୍ଷୀରେ କୋଚିଂ ସେଣ୍ଟର ମାନଙ୍କର ଦୌରାତ୍ମ୍ୟ ବହୁ ପରିମାଣରେ ବଢ଼ି ଯାଇଛି ଓ ଅଭିଭାବକ ଏବଂ ଛାତ୍ର ଛାତ୍ରୀ ବହୁ ଅସୁବିଧାରେ ପଡ଼ୁଛନ୍ତି l ଅନେକ ପିଲା ଡମୀ ସ୍କୁଲ lରେ ପଢୁଛନ୍ତି l ବର୍ତମାନ ଏମାନେ ପ୍ରାଇଭେଟ ଶିକ୍ଷା lକୁ ଏକ ଚିଟ ଫଣ୍ଡରେ ପରିଣତ କରିଦେଇଛନ୍ତି l ତେଣୁ କୋଚିଂ ସେଣ୍ଟର ଗୁଡିକ ନିୟନ୍ତ୍ରଣକୁ ଆଣିବାକୁ ପଦକ୍ଷେପ ନେବାକୁ ସହମତି ହୋଇଥିଲା l ଓଡିଶା ଅଭିଭାବକ ମହାସଙ୍ଗର ଶିକ୍ଷା ସଂକ୍ରାନ୍ତୀୟ ଦୈନନ୍ଦିନ ତ୍ୱରିତ ପଦକ୍ଷେପକୁ ମନ୍ତୀ, ସଚିବ ଓ ସମସ୍ତ ଅଧିକାରୀ ସାଧୁବାଦ ଜଣାଇଥିଲେ l