Search for:
  • Home/
  • ରାଜ୍ୟ/
  • ଓଡ଼ିଆ ଅସ୍ମିତାକୁ ଆପଣ ଯେଉଁ ଅବସ୍ଥାରେ ଛାଡି ଯାଇଛନ୍ତି, ଓଡ଼ିଶାର ଜନତା ତା’କୁ ବୁଝି ଠିକଣା ଜବାବ୍ ଦେଇଛନ୍ତି,

ଓଡ଼ିଆ ଅସ୍ମିତାକୁ ଆପଣ ଯେଉଁ ଅବସ୍ଥାରେ ଛାଡି ଯାଇଛନ୍ତି, ଓଡ଼ିଶାର ଜନତା ତା’କୁ ବୁଝି ଠିକଣା ଜବାବ୍ ଦେଇଛନ୍ତି,

Spread the love

Loading

@Naveen_Odisha ବାବୁ, ଓଡ଼ିଆ ଅସ୍ମିତାର ମର୍ମ ବୁଝିବା ପାଇଁ ଆପଣଙ୍କୁ ଆହୁରି ଗୋଟିଏ ଜନ୍ମ ଲାଗିବ । 25 ବର୍ଷରେ ଓଡ଼ିଆ ଅସ୍ମିତାକୁ ଆପଣ ଯେଉଁ ଅବସ୍ଥାରେ ଛାଡି ଯାଇଛନ୍ତି, ଓଡ଼ିଶାର ଜନତା ତା’କୁ ବୁଝି ଠିକଣା ଜବାବ୍ ଦେଇଛନ୍ତି, ସେଥିପାଇଁ ଆପଣଙ୍କ ନେତୃତ୍ୱାଧୀନ ସରକାରକୁ ବିଦା କରିଛନ୍ତି ।

ପୁରୀର ମଠ, ମନ୍ଦିର, ରଘୁନନ୍ଦନ ଲାଇବ୍ରେରୀ ସହ ଓଡ଼ିଆ ଅସ୍ମିତାର ଚିହ୍ନ ଥିବା ଐତିହ୍ୟ ପ୍ରମାଣକୁ ଧୂଳିସାତ୍ କଲା ବେଳେ ଆପଣଙ୍କ ଐତିହ୍ୟ ଥିଲା କେଉଁଠି ? ରାଜଧାନୀରେ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ନାମରେ ନାମିତ ରାସ୍ତାର ନାମକରଣ ପରିବର୍ତ୍ତନ କରିବା ଆପଣଙ୍କ ଭାଷା ପ୍ରୀତିକୁ ପ୍ରମାଣିତ କରୁଛି ।

ଆପଣ ଓ ଆପଣଙ୍କ ଦଳର ନେତୃବୃନ୍ଦମାନେ ଇତିହାସକୁ ବିକୃତ କରିବାର ଅପଚେଷ୍ଟା କରୁଛନ୍ତି, ଯେଉଁଥି ପାଇଁ ଚଳିତ ନିର୍ବାଚନରେ ଓଡ଼ିଶାବାସୀ ଠିକ୍ ଭାବେ ଜବାବ୍ ଦେଇଛନ୍ତି । କଥାରେ କୋଣାର୍କ ଆପଣ ହିଁ କରୁଥିଲେ । ନରହନ୍ତା ଇଂରେଜ ଅଫିସର ଟି.ଇ ରେଭେନ୍ସାଙ୍କ ପାଇଁ ଦରଦ କାହିଁକି ? ଏହି ଇଂରେଜ ଅଫିସରଙ୍କ ଚରିତ୍ର କଣ, ତାହାର ମୁକସାକ୍ଷୀ ହେଉଛି ଉତ୍କଳ ଦୀପିକା ।

ଇତିହାସକୁ ଠିକ୍ କରିବା କାମରେ ନରେନ୍ଦ୍ର ମୋଦୀଙ୍କ ଡବଲ ଇଞ୍ଜିନ ସରକାର ସଂକଳ୍ପବଦ୍ଧ । ଆଜି ଯେଉଁ ମହାପୁରୁଷମାନଙ୍କର ଉଦାହରଣ ନେଇ ଆପଣ କଥାଟି ଲେଖିଛନ୍ତି, ସେ ମହାପୁରୁଷମାନଙ୍କ ପ୍ରତି ଆପଣଙ୍କ ସରକାର କେତେ ଯଥୋଚିତ ସମ୍ମାନ ଦେଇଥିଲା, ଆପଣ ଥରେ ନିଜକୁ ପଚାରନ୍ତୁ ।

ଆମ ମହାପୁରୁଷମାନଙ୍କ ଠାରୁ ଆପଣ କ’ଣ ଅନୁପ୍ରାଣିତ ହୋଇଛନ୍ତି, ପୂର୍ବ ଦିନ ମାନଙ୍କରେ ସମଗ୍ର ରାଜ୍ୟବାସୀ ଦେଖିସାରିଛନ୍ତି । ଓଡ଼ିଶାର ମହାପୁରୁଷମାନଙ୍କ ପ୍ରତି ତ୍ୟାଗ, ସାଧନା ଓ ଆଦର୍ଶରେ ଭାରତୀୟ ଜନତା ପାର୍ଟିର ନେତୃବୃନ୍ଦ ସର୍ବୋପରି ଅନୁପ୍ରାଣିତ ହୋଇଛନ୍ତି ।

@Naveen_Odisha ବାବୁ, ସାମୟିକ ସଫଳତାରେ ଉଲ୍ଲାସ ଆପଣ ହିଁ ନେଉଥିଲେ । ବିଜେପି କହିବା ଆଉ କରିବାରେ ବିଶ୍ୱାସ ରଖେ, ସେଥିପାଇଁ ରାଜ୍ୟବାସୀ ଭୋଟ୍ ଦେଇ ସରକାର ଗଠନରେ ସହାୟକ ହୋଇଛନ୍ତି । ଆପଣ ରିଲ୍ କୁ ଭାଇରାଲ୍ କରାଇବାରେ ବିଶ୍ୱାସ କରନ୍ତି ଆମେ ଆଉ ଆମ ଦଳ ବ୍ରାଣ୍ଡକୁ ପ୍ରତିଷ୍ଠିତ କରାଇବାରେ ଦୃଢ ବିଶ୍ୱାସ ରଖେ ।

Leave A Comment

All fields marked with an asterisk (*) are required