Search for:
  • Home/
  • ରାଜ୍ୟ/
  • ଓବିସି ଛାତ୍ରଛାତ୍ରୀଙ୍କ ପାଇଁ ୨୭ ପ୍ରତିଶତ ସାରକ୍ଷଣ ଦାବିରେ ମୁଖ୍ୟମନ୍ତ୍ରୀ ଆବାସ ସମ୍ମୁଖରେ ଛାତ୍ର କଂଗ୍ରେସର ମଶାଲ ଶୋଭାଯାତ୍ରା

ଓବିସି ଛାତ୍ରଛାତ୍ରୀଙ୍କ ପାଇଁ ୨୭ ପ୍ରତିଶତ ସାରକ୍ଷଣ ଦାବିରେ ମୁଖ୍ୟମନ୍ତ୍ରୀ ଆବାସ ସମ୍ମୁଖରେ ଛାତ୍ର କଂଗ୍ରେସର ମଶାଲ ଶୋଭାଯାତ୍ରା

Spread the love

Loading

ଓବିସି ଛାତ୍ରଛାତ୍ରୀଙ୍କ ପାଇଁ ୨୭ ପ୍ରତିଶତ ସାରକ୍ଷଣ ଦାବିରେ ମୁଖ୍ୟମନ୍ତ୍ରୀ ଆବାସ ସମ୍ମୁଖରେ ଛାତ୍ର କଂଗ୍ରେସର ମଶାଲ ଶୋଭାଯାତ୍ରା

ଭୁବନେଶ୍ଵର ତା. ୨୦.୦୫ ରିଖ : ଆଜି ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଉଦିତ ପ୍ରଧାନଙ୍କ ନେତୃତ୍ୱରେ ପଛୁଆ ବର୍ଗ (ଓବିସି) ଛାତ୍ର ଛାତ୍ରୀମାନଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଦାବିରେ ବିଶାଳ ମଶାଲ ଶୋଭାଯାତ୍ରା ମାଷ୍ଟର କ୍ୟାଣ୍ଟିନ ଠାରୁ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ଆବାସ ପର୍ଯ୍ୟନ୍ତ ଆୟୋଜିତ କରାଯାଇଥିଲା। ଏହି ଆନ୍ଦୋଳନରେ ଓଡ଼ିଶାର କୋଣ ଅନୁକୋଣରୁ ବହୁ ପରିମାଣରେ ଛାତ୍ରଛାତ୍ରୀମାନେ ଯୋଗ ଦେଇ ରାଜ୍ୟରେ ଛାତ୍ରଛାତ୍ରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଉଦିତ ପ୍ରଧାନ କହିଥିଲେ ଯେ, ଓବିସି ଓ ଏସ୍.ସି.ବି.ସି. ବର୍ଗର ଛାତ୍ରଛାତ୍ରୀମାନଙ୍କୁ ବ୍ୟବସ୍ଥିତ ସଂରକ୍ଷଣ ଏବଂ ସାମାଜିକ ନ୍ୟାୟ ନୀତିଗୁଡ଼ିକର ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଆମେ ଦାବି କରୁଛୁ। ମୁଖ୍ୟତଃ ଓବିସି ଓ ଏସ୍.ସି.ବି.ସି ସଂପ୍ରଦାୟଙ୍କୁ ତାଙ୍କର ନ୍ୟାର୍ଯ୍ୟ ସୁଯୋଗରୁ ବଂଚିତ କରାଯାଉଛି। ବୈଷୟିକ ଶିକ୍ଷାରେ ଆଇନ ପ୍ରଦତ୍ତ ସଂରକ୍ଷଣ ଉଲଙ୍ଘନ କରାଯାଉଛି। ଆର୍ଥକ ସୁଯୋଗ ପ୍ରଦାନକାରୀ ଅନୁଷ୍ଠାନ ଗୁଡ଼ିକରେ ଏସ୍.ସି.ଏ.ଷ୍ଟି, ଓବିସି ଏବଂ ମାଇନରୋଟି ମାନଙ୍କୁ ସୁଯୋଗ ଦେବାରେ ଚରମ ଅବହେଳା ପ୍ରଦର୍ଶନ କରାଯାଉଛି । ଓଡ଼ିଶାରେ ଓବିସି ଓ ଏସ୍.ସି.ବି.ସି. ସମୁଦାୟ ଜନସଂଖ୍ୟାର ୫୪ ପ୍ରତିଶତ ହୋଇଥିଲେ ବି ସେମାନଙ୍କୁ ଶିକ୍ଷା କ୍ଷେତ୍ରରେ ଆଦୌ ସଂରକ୍ଷଣ ଦିଆଯାଉନାହିଁ। କେବଳ ଚାକିରୀ କ୍ଷେତ୍ରରେ ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି। ମାତ୍ର ଏହି ସବୁଥରେ ୨୭ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ଆଇନରେ ବ୍ୟବସ୍ଥା ରହିଛି। ଯାହା ଫଳରେ ଏହି ବର୍ଗର ହଜାର ହଜାର ଛାତ୍ର ସେମାନଙ୍କୁ ମିଳିଥିବା ୨୭ ପ୍ରତିଶତ ସଂରକ୍ଷଣ ସୁଯୋଗ ପାଇବାରୁ ବଂଚିତ ହେଉଛନ୍ତି। ଏହି ବର୍ଗର ପ୍ରାୟ ୫୦ ହଜାର ନିଯୁକ୍ତି ଅନୁସନ୍ଧାନକାରୀ ସେମାନଙ୍କର ନ୍ୟାୟଗତ ଅଧିକାର ପାଇପାରୁନାହାନ୍ତି। ଯାହାଫଳରେ ଏହି ବର୍ଗଙ୍କର ଉଦ୍ୟୋଗ କ୍ଷେତ୍ରରେ ପ୍ରଗତି ହେଉପାରୁନାହିଁ। ତେଣୁ ତୁରନ୍ତ ସରକାର ଓବିସି ଓ ଏସ୍.ସି.ବି.ସି ଛାତ୍ରଛାତ୍ରୀମାନଙ୍କ ପାଇଁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ଚଳିତ ବର୍ଷରୁ ଘୋଷଣା ନ କଲେ ରାଜ୍ୟବ୍ୟାପି ତିବ୍ର ଛାତ୍ର ଆନ୍ଦୋଳନ କରାଯିବ ବୋଲି ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଚେତାଇ ଦେଇଛନନ୍ତି।

ଓଡ଼ିଶାର ବିଭିନ୍ନ ଛାତ୍ର ନେତାମାନେ ଯୋଗ ଦେଇ କହିଥିଲେ ଯେ ପଛୁଆବର୍ଗ, ଆଦିବାସୀ ଓ ଦଳିତ ଛାତ୍ରଛାତ୍ରୀ ମାନଙ୍କର ସ୍ଵାର୍ଥପ୍ରତି ରାଜ୍ୟ ଛାତ୍ର କଂଗ୍ରେସ ସବୁବେଳେ ସଚେତନ ଓ ସଂଗ୍ରାମ କରି ଆସୁଛି। ଜନନାୟକ ରାହୁଲ ଗାନ୍ଧୀ ଏହିବର୍ଗର ଲୋକମାନଙ୍କୁ ପାଇଁ ଲଢ଼େଇ କରୁଛନ୍ତି। ସେମାନେ ସେମାନଙ୍କର ନ୍ୟାର୍ଯ୍ୟ ଅଧିକାର ଓ ଆବଶ୍ୟକ ସଂରକ୍ଷଣ ନ ପାଇବା ପର୍ଯ୍ୟନ୍ତ ରାଜ୍ୟ ଛାତ୍ର କଂଗ୍ରେସ ଏହାର ସଂଗ୍ରାମ ଜାରି ରଖିବ। ରାଜ୍ୟ ଛାତ୍ର କଂଗ୍ରେସ ତରଫରୁ ସରକାରଙ୍କ ନିକଟରେ ନିକଟରେ ନିମ୍ନ ଆବେଦନ ଉପସ୍ଥାପନ କରାଯାଇଥିଲା।

୧. ନିଯୁକ୍ତି ଏବଂ ଶିକ୍ଷା କ୍ଷେତ୍ରରେ ଓବିସି ଓ ଏସ୍.ସି.ବି.ସି ମାନଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ତୁରନ୍ତ ଲାଗୁ କରାଯାଉ।

୨. ଓବିସି ଓ ଏସ୍.ସି.ବି.ସି ବର୍ଗ ଯେଉଁ ସୁଯୋଗ ସବୁ ହରାଇଛନ୍ତି ତାହାର ଭରଣା କରିବା ପାଇଁ ଏକ ସ୍ଵତନ୍ତ୍ର ନିଯୁକ୍ତି ଅଭିଯାନ କରାଯାଉ।

୩. ୨୦୧୫ ମସିହା ସରକାରୀ ନିର୍ଦ୍ଦେଶାନାମା ଅନୁଯାୟୀ ବୈଷୟିକ ଏବଂ ବ୍ୟବହାରିକ ଶିକ୍ଷା କ୍ଷେତ୍ରରେ ଏସ୍.ସି.ଓ ଏସ୍.ଟି ଛାତ୍ରଛାତ୍ରୀମାନଙ୍କ ପାଇଁ ୩୮.୭୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ସଂପୂର୍ଣରୂପେ ବ୍ୟବସ୍ଥା କରାଯାଉ।

୪. ସଂବିଧାନର ଧାରା-୧୫(୫) ଅନୁଯାୟୀ ସଂରକ୍ଷଣ ନୀତିକୁ ଘରୋଇ ଶିକ୍ଷାନୁଷ୍ଠାନରେ ମଧ୍ୟ ବ୍ୟବସ୍ଥିତ କରାଯାଉ।

ଆଜିର ଏହି ଆନ୍ଦୋଳନରେ ଭୁବନେଶ୍ଵର ଜିଲ୍ଲା ସଭାପତି ବିଶ୍ଵଜିତ ଦାସ, ସୂର୍ଯ୍ୟକାନ୍ତ ଜେନା, ପ୍ରଶାନ୍ତ ଚମ୍ପତି, ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର, ପ୍ରକାଶ ମିଶ୍ର, ଅଜୟ ସାହୁ, ଯୁବ ନେତା ସୁକୁମାର ଗୌରବ, ଦେବବ୍ରତ ମହାନ୍ତି, ସୁଦୀପ ସାମଲଙ୍କ ସହ ଛାତ୍ର ନେତା ଶିବରଞ୍ଜନ ସାହୁ, ଆଶୁତୋଷ ରାଉତ, ସାହାରୁଖ୍ ଖାନ୍, ସନ୍ଦିପ ରାଉତରାୟ, ଅନୁପମ ମଲ୍ଲିକ ଓ ରୁଦ୍ର ସାହୁ ପ୍ରମୁଖ ନେତୃତ୍ବ ନେଇଥିଲେ

Leave A Comment

All fields marked with an asterisk (*) are required