Search for:
  • Home/
  • ରାଜ୍ୟ/
  • ଓବିସି ବିଭାଗକୁ ଏସ୍‌ସି, ଏସ୍‌ଟି ଠାରୁ ପୃଥକ କରିବା ପାଇଁ ରାଜ୍ୟପାଳଙ୍କୁ ଦାବିପତ୍ର

ଓବିସି ବିଭାଗକୁ ଏସ୍‌ସି, ଏସ୍‌ଟି ଠାରୁ ପୃଥକ କରିବା ପାଇଁ ରାଜ୍ୟପାଳଙ୍କୁ ଦାବିପତ୍ର

Spread the love

Loading

ଓବିସି ବିଭାଗକୁ ଏସ୍‌ସି, ଏସ୍‌ଟି ଠାରୁ ପୃଥକ
କରିବା ପାଇଁ ରାଜ୍ୟପାଳଙ୍କୁ ଦାବିପତ୍ର
ଭୁବନେଶ୍ୱର, ୨୧.୭ : ଓଡ଼ିଶାରେ ବସବାସ କରୁଥିବା ଅନ୍ୟାନ୍ୟ ପଛୁଆବର୍ଗ (ଓବିସି) ବିଭାଗକୁ ଏସ୍‌ସି, ଏସ୍‌ଟି ଠାରୁ ପୃଥକ କରି ଓବିସି ସମାଜରୁ ପ୍ରତିନିଧିତ୍ୱ କରୁଥିବା ଜଣେ ମନ୍ତ୍ରୀଙ୍କ ତ୍ୱାବଧାନରେ ଦେବା ପାଇଁ ଅଲ୍ ଓଡ଼ିଶା ଓବିସି ଫେଡେରେସନ ତରଫରୁ ରାଜ୍ୟପାଳ ଶ୍ରୀ ରଘୁବର ଦାସଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ଓବିସି ଫେଡ଼େରେସନର ସଭାପତି ଅନାଦି ଚରଣ ସାହୁଙ୍କ ନେତୃତ୍ୱରେ ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ବାରିକ, ପରାମର୍ଶଦାତା ତଥା ସମଜାବାଦୀ ପାର୍ଟିର ରାଜ୍ୟ ସଭାପତି ଶିବ ହାତୀ ଯାଦବ, ଯୁବ ଓବିସି ନେତା ପ୍ରକାଶ ଦାସଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଦାବିପତ୍ରରେ ଦର୍ଶାଯାଇଛି ଯେ, ଓବିସିମାନଙ୍କର ସାମାଜିକ, ସାମ୍ବିଧାନିକ ତଥା ଆର୍ଥିକ ବିକାଶ ସମ୍ବନ୍ଧରେ ସରକାରଙ୍କୁ ପରାମର୍ଶ ଦେବା ସହିତ ଓବିସି ସମାଜରୁ ପ୍ରତିନିଧିତ୍ୱ କରୁଥିବା ଜଣେ ମନ୍ତ୍ରୀଙ୍କ ତ୍ୱାବଧାନରେ ଦିଅନ୍ତୁ । ସମ୍ବିଧାନର ବିଧି ବ୍ୟବସ୍ଥା ଅନୁଯାୟୀ ଏସ୍‌ସି, ଏସ୍‌ଟି ବିଭାଗର ମନ୍ତ୍ରୀ ଜଣେ ଏସ୍‌ସି, ଏସ୍‌ଟି ହେଉଥିବା ବେଳେ, ଓବିସି କଲ୍ୟାଣ ବିଭାଗକୁ ଏସ୍‌ସି, ଏସ୍‌ଟି, ମାଇନରିଟି ବିଭାଗ ସହିତ ରଖାଯାଇଥିବାରୁ କୌଣସି ଏସ୍‌ସି, ଏସ୍‌ଟି ବିଭାଗୀୟ ମନ୍ତ୍ରୀ ଓବିସି ଲୋକଙ୍କ ପାଇଁ ଚିନ୍ତା କରୁନାହାଁନ୍ତି । ଫଳରେ ସାରା ରାଜ୍ୟରେ ଓବିସିମାନେ ବହୁ ଅବହେଳିତ ହେବା ସହିତ ଓବିସି ସମାଜ ଶିକ୍ଷା, ସରକାରୀ ଚାକିରି ଆଦି ପ୍ରତ୍ୟେକ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନିକଟ ଅତୀତରେ ତ୍ରିସ୍ତରୀୟ ପାୟତିରାଜ ସହିତ ସହରାଳରେ ନିର୍ବାଚନରେ ମଧ୍ୟ ଓବିସି ନିଜର ସଂରକ୍ଷିତ ପ୍ରତିନିଧିତ୍ୱ ହରାଇଛି । ତେଣୁ ଓବିସି ସମାଜରୁ ପ୍ରତିନିଧିତ୍ୱ କରୁଥିବା ଜଣେ ମନ୍ତ୍ରୀଙ୍କ ତ୍ୱାବଧାନରେ ଦେଲେ ଓବିସି ସମାଜର ବିଭିନ୍ନ ସମସ୍ୟର ସମାଧାନ କରାଯାଇ ପାରିବ । ତ୍ରିସ୍ତରୀୟ ପାୟତିରାଜ ସହିତ ସହରାଳ ବିଧାନସଭା ଏବଂ ଲୋକସଭାରେ ମଧ୍ୟ ଓବିସିକୁ ସଂଖ୍ୟାନୁପାତରେ ସ୍ଥାନ ସଂରକ୍ଷଣ ପାଇଁ ପେଡ଼େରେସନ ତରଫରୁ ଦାବି କରାଯାଇଛି । ମଣ୍ଡଳ କମିଶନଙ୍କ ସୁପାରିଶକୁ ଓଡ଼ିଶା ସରକାର ଠିକ୍ ଭାବରେ ଲାଗୁ କରିନଥିବାରୁ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ପଛୁଆବର୍ଗର ଯୁବକ ଯୁବତୀମାନେ ନିଜର ମୌଳିକ ସୁବିଧା ସୁଯୋଗରୁ ôବତ ହେଉଛନ୍ତି । ଏଣୁ ତୁରନ୍ତ ଜାତିଭିିକ ଜନଗଣନା କରି ଓବିସି ସମାଜକୁ ପ୍ରତ୍ୟେକ କ୍ଷେତ୍ରରେ ସଂଖ୍ୟାନୁପାତରେ ସଂରକ୍ଷଣ ଦେବା ସହିତ ମଣ୍ଡଳ ସୁପାରିଶକୁ ତୁରନ୍ତ ଲାଗୁ କରିବାକୁ ଫେଡ଼େରେସନ ତରଫୁ ଦାବି କରାଯାଇଛି ।

Leave A Comment

All fields marked with an asterisk (*) are required