Search for:
  • Home/
  • ରାଜ୍ୟ/
  • ଓଡ଼ିଶା ଡ୍ୟାନ୍ସ ଏକାଡ଼େମୀର ୩୭ତମ ବାର୍ଷିକ ନୃତ୍ୟୋତ୍ସବ “ନୃତ୍ୟମ୍ବଦା”ର ଉଦଯାପନୀ ସନ୍ଧ୍ୟା

ଓଡ଼ିଶା ଡ୍ୟାନ୍ସ ଏକାଡ଼େମୀର ୩୭ତମ ବାର୍ଷିକ ନୃତ୍ୟୋତ୍ସବ “ନୃତ୍ୟମ୍ବଦା”ର ଉଦଯାପନୀ ସନ୍ଧ୍ୟା

Spread the love

Loading

*ଓଡିଶୀ, ସମ୍ବଲପୁରୀ ଓ ପଲ୍ଲୀନୃତ୍ୟ ସହିତ ଓଡିଶୀ ନୃତ୍ୟ ନାଟିକାରେ ଦର୍ଶକ ବିଭୋର*
ଓଡ଼ିଶା ଡ୍ୟାନ୍ସ ଏକାଡ଼େମୀର ୩୭ତମ ବାର୍ଷିକ ନୃତ୍ୟୋତ୍ସବ “ନୃତ୍ୟମ୍ବଦା”ର ଉଦଯାପନୀ ସନ୍ଧ୍ୟା

ଭୁବନେଶ୍ଵର: ୧୮.୦୫.୨୦୨୪ : ଓଡ଼ିଶାର ପ୍ରମୁଖ ସାଂସ୍କୃତିକ ଅନୁଷ୍ଠାନ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ୩୭ତମ ବାର୍ଷିକ ନୃତ୍ୟୋତ୍ସବ “ନୃତ୍ୟମ୍ବଦା” ଆଜି ରବୀନ୍ଦ୍ର ମଣ୍ଡପ ଠାରେ ଉଦଯାପିତ ହୋଇଯାଇଅଛି । ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ସମ୍ପାଦିକା ତଥା ବିଶିଷ୍ଟ ନୃତ୍ୟାଙ୍ଗନା ଗୁରୁ ଡ. ଅରୁଣା ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠାନର ବରିଷ୍ଠ ଗୁରୁ, ନୃତ୍ୟଶିଳ୍ପୀ ଓ କର୍ମକର୍ତ୍ତାମାନଙ୍କ ଦ୍ୱାରା ଉକ୍ତ କାର୍ଯ୍ୟକ୍ରମଟିକୁ ସୁଚାରୁରୂପେ ପରିଚାଳିତ କରଯାଇଥିଲା । ଉଦଯାପନୀ ଉତ୍ସବରେ ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଓଡିଶୀ, ସମ୍ବଲପୁରୀ ଓ ପଲ୍ଲୀନୃତ୍ୟ ସହିତ ଓଡିଶୀ ନୃତ୍ୟ ନାଟିକା ମଧ୍ୟ ପରିବେଷିତ ହୋଇଥିଲା ।
ଉଦଯାପନୀ ସନ୍ଧ୍ୟାରେ ଅତିଥି ଭାବରେ ବିଶିଷ୍ଟ ମର୍ଦ୍ଦଳ ବାଦକ ଗୁରୁ ଧନେଶ୍ଵର ସ୍ଵାଇଁ, ବିଶିଷ୍ଟ ଓଡିଶୀ ନୃତ୍ୟାଙ୍ଗନା ପ୍ରଭାତି କର, ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ସଦସ୍ୟ ଡକ୍ଟର ସିଦ୍ଧାର୍ଥ ମହାନ୍ତି, ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ସଚିବ ଗୁରୁ ଡ. ଅରୁଣା ମହାନ୍ତି ଓ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ଯୁଗ୍ମ ସଚିବ ମଧୁସ୍ମିତା ମହାନ୍ତି ଉପସ୍ଥିତ ଥିଲେ ।
ଚଳିତ ବର୍ଷ ଓଡିଶୀ ନୃତ୍ୟ କ୍ଷେତ୍ରରେ ଗୁରୁ ବିଜୟ କୁମାର ଦାଶଙ୍କୁ ଓଡିଏ ଉତ୍କର୍ଷ ସମ୍ମାନ ୨୦୨୪, ମଧୁସ୍ମିତା ନାଏକଙ୍କୁ ଆରାଧନା ପାଢୀ ସ୍ମୃତି ସମ୍ମାନ ୨୦୨୪ ଓ ଚିନ୍ମୟ ବେହେରାଙ୍କୁ ଓଡିଏ ନବରଙ୍ଗ ସମ୍ମାନ ୨୦୨୪ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ତରଫରୁ ପ୍ରଦାନ କରଯାଇଥିଲା ।

ସନ୍ଧ୍ୟାର ପ୍ରଥମ ପ୍ରସ୍ତୁତିରେ ଥିଲା ଶୁଭମ କୁମାର ଓଝା ଓ ସାୟନୀ ଚକ୍ରବର୍ତ୍ତୀଙ୍କ ଦ୍ୱାରା ଓଡିଶୀ ନୃତ୍ୟରେ ଶିବମ୍ ଧିମହୀ । ମହାକାଳ ମହାଦେବ ମହେଶ୍ୱର ସଂହାର କର୍ତ୍ତା ଶିବଙ୍କ ଉଦ୍ଦେଶ୍ୟରେ ଏହା ଏକ ଶ୍ରଦ୍ଧାଞ୍ଜଳୀ ସ୍ଵରୂପ ଥିଲା । ଉକ୍ତ ପ୍ରସ୍ତୁତିଟିର ନୃତ୍ୟ ସଂରଚନା ଗୁରୁ ଅରୁଣା ମହାନ୍ତି, ସଙ୍ଗୀତ ସଂଯୋଜନା ଗୁରୁ ସୁକାନ୍ତ କୁମାର କୁଂଡୁ, ବାଦ୍ୟ ସଂଯୋଜନା ଗୁରୁ ଧନେଶ୍ଵର ସ୍ଵାଇଁ, ଆଲେଖ୍ୟ ପଣ୍ଡିତ ନିତ୍ୟାନନ୍ଦ ମିଶ୍ର କରିଥିଲେ । ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା ବାଦ୍ୟ ମାଧୁରୀ ଯାହାକୁ ପରିବେଷଣ କରିଥିଲେ ଭୀମସେନ, ବିଶ୍ଵଜିତ, ଶ୍ରୁତିଲେଖା, ସିତଲ, ତନିଶା, ନିବେଦିତା, ଜୟଶ୍ରୀ, ଲୋପାମୁଦ୍ରା, ପୂଜା, ସୀମାରାଣୀ, ମୋନାଲି, ପ୍ରଜ୍ଞା, ଅନନ୍ୟା, ସତ୍ୟଭାମା, ବିଦୁସ୍ମିତା, ସଂଗୀତା, ଅଙ୍କିତା ଓ ପ୍ରୀତି । ଏହି ସୁନ୍ଦର ନୃତ୍ୟଟି ଓଡ଼ିଶାର ପ୍ରାଚୀନ ମନ୍ଦିର ଗାତ୍ରରେ ଖୋଦିତ ନର୍ତ୍ତକୀ ମାନଙ୍କର ଭଙ୍ଗୀ ଏବଂ ତାଳରେ ବିବିଦ୍ଧତା ଉପରେ ପର୍ଯବେଶିତ ଥିଲା ଯାହାର ନୃତ୍ୟ ସଂରଚନା ଓ ନିର୍ଦ୍ଦେଶନା ଗୁରୁ ପବିତ୍ର କୁମାର ପ୍ରଧାନ ଓ ବାଦ୍ୟ ସଂଯୋଜନା ଗୁରୁ ଧନେଶ୍ଵର ସ୍ଵାଇଁ କରିଥିଲେ । ପରେ ପରେ ପରିବେଷିତ ହୋଇଥିଲା ସ୍ଵାଗତମ (ପଲ୍ଲୀନୃତ୍ୟ), ବିଭିନ୍ନ ପର୍ବ ପର୍ବାଣି ଓ ସାମାଜିକ ଅନୁଷ୍ଠାନ ମାନଙ୍କରେ ଦର୍ଶକ ମାନଙ୍କ ମନୋରଂଜନ ନିମନ୍ତେ ପଲ୍ଲୀ ନୃତ୍ୟ ପରିବେଷଣ କରାଯାଇଥାଏ । ଏହି ପଲ୍ଲୀ ନୃତ୍ୟଟିକୁ ପରିବେଷଣ କରିଥିଲେ ଓଡ଼ିଶା ଡ୍ୟାନ୍ସ ଏକାଡ଼େମୀର କୁନି କୁନି କଳାକାର ମାନେ ଯାହାର ନୃତ୍ୟ ସଂରଚନା ଏବଂ ନିର୍ଦ୍ଦେଶନା ଦେଇଥିଲେ ଚିନ୍ମୟ ବେହେରା, ଭୀମସେନ ବରାଳ, ସନ୍ଧ୍ୟାରାଣୀ ସାହୁ ଓ ଶ୍ରୁତି ବେହେରା । ତାପରେ ପ୍ରସ୍ତୁତ ହୋଇଥିଲା ମଇରା ଦାଦା (ସମ୍ବଲପୁରୀ) ନୃତ୍ୟ । ଆଦିବାସୀ ନୃତ୍ୟ ପରମ୍ପରା କେଉଁ ଆଦିମ କାଳରୁ ଆଜି ଯାଏ ରହିଆସିଛି । ସେମାନଙ୍କର ବ୍ୟସ୍ତମୟ ଜୀବନ ଭିତରେ ଦିନସାରା କଠିନ ପରିଶ୍ରମକରି ସନ୍ଧ୍ୟାରେ ସେମାଙ୍କର ଆମୋଦ ପ୍ରମୋଦ ଲାଗି କିଏ ଧାଙ୍ଗଡା ଧାଙ୍ଗଡୀତ କିଏ ଝୁମର ଆଉ କିଏ ମାନ୍ଦଲର ତାଳେ ତାଳେ ପାଦରେ ପାଦ ମିଶାଇ ନୃତ୍ୟ କରିଥାନ୍ତି । ସେଇ ଜନଜାତି ମାନଙ୍କର ଚଳ ଚଞ୍ଚଳ ଜୀବନକୁ ନେଇ ନୃତ୍ୟରେ ପ୍ରସ୍ତୁତ ହୋଇଛି ଢେମସା ନୃତ୍ୟ “ଫୁକି ଦିଆ ମଇରା ଦାଦା ରେ” ଯାହାକୁ ପରିବେଷଣ କରିଥିଲେ ଜୁନିଅର ବ୍ୟାଚର ଛାତ୍ରୀମାନେ । ଏହାର ନୃତ୍ୟ ସଂରଚନା ଓ ନିର୍ଦ୍ଦେଶନା ନୀଳାଦ୍ରି ସାମଲ, ସୂଚୀସ୍ମିତା ସାହୁ, ଶ୍ରୀପୁଣ୍ୟା ମହାନ୍ତି ଓ ଅନନ୍ୟା ପରିଡା କରିଥିଲେ । ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା ଶ୍ରୀରାଧାଙ୍କ ପାଖରେ ତାଙ୍କ ପ୍ରିୟ ସଖୀର ଏଇ ପରିପ୍ରକାଶକୁ ନେଇ ଏକ ଭାବରସ ପୂର୍ଣ୍ଣ ସୁନ୍ଦର ଅଭିନୟ ବାଜୁଛି ସହି ବାଜା ରେ ଯାହାର ନୃତ୍ୟ ସଂରଚନା ଗୁରୁ ଗଙ୍ଗାଧର ପ୍ରଧାନ ଓ ଗୁରୁ ଅରୁଣା ମହାନ୍ତି ଓ ସଙ୍ଗୀତ ସଂଯୋଜନା ଗୁରୁ ଡ. ବିଜୟ କୁମାର ଜେନା କରିଥିଲେ । ପରେ ପରେ ପରିବେଷିତ ହୋଇଥିଲା ରସର ଜାମୁଡାଲେ (ସମ୍ବଲପୁରୀ) ନୃତ୍ୟ ଯାହାର ନୃତ୍ୟ ସଂରଚନା ଓ ନିର୍ଦ୍ଦେଶନା ବିଜନ କୁମାର ପଲାଇ ଓ ବିନାୟକ ସାମଲ କରିଥିଲେ । ପରବର୍ତ୍ତୀ କାର୍ଯ୍ୟକ୍ରମଟି ଥିଲା ନମାମି, ଏହି ନୃତ୍ୟଟି ଓଡିଶୀ ନୃତ୍ୟର ପ୍ରଥମ ବିଭାଗ ମଙ୍ଗଳାଚରଣ ପର୍ୟାୟଭୁକ୍ତ । ଏହା ବିଘ୍ନ ବିନାଶକ ଗଣେଶଙ୍କ ଉଦ୍ଦେଶ୍ୟରେ ପରିବେଷଣ କରଯାଇଥିଲା । ଉକ୍ତ ପ୍ରସ୍ତୁତିଟିର ନୃତ୍ୟ ସଂରଚନା ପଦ୍ମବିଭୂଷଣ ଗୁରୁ କେଳୁଚରଣ ମହାପାତ୍ର, ସଙ୍ଗୀତ ସଂଯୋଜନା ପଣ୍ଡିତ ଭୁବନେଶ୍ଵର ମିଶ୍ର ଏବଂ ନିର୍ଦ୍ଦେଶନା ବିନାୟକ ଜେନା ଓ ବିଶ୍ଵଜିତ ପ୍ରଧାନ ଦେଇଥିଲେ । ପରେ ପରେ ପରିବେଷିତ ହୋଇଥିଲା ପାଷାଣି ଯାହା ରାଗ ଶଙ୍କରାଭରଣ ଓ ତାଳ ଏକତାଳି ଓ ଖେମଟା ଉପରେ ନିବଦ୍ଧ ଥିଲା । ପାଷାଣୀ ଯାହା ମନ୍ଦିର ଗୁଡିକର ମୂର୍ତ୍ତିମାନେ କିପରି ଜୀବନ୍ତ ହୋଇ ସେମାନଙ୍କର ମନର ଅଭିଳାଷଗୁଡିକୁ ପୂର୍ଣ୍ଣ କରି ନନ୍ଦନତ୍ଵ ଉପଭୋଗ କରୁଛନ୍ତି ତାହାକୁ ଓଡିଶୀ ନୃତ୍ୟ ମାଧ୍ୟମରେ ପରିବେଷଣ କରିଥିଲେ ଓଡିଶା ଡ୍ୟାନ୍ସ ଏକାଡେମିର ୨ୟ ବର୍ଷର ଛାତ୍ରୀମାନେ । ପ୍ରସ୍ତୁତିଟିର ନୃତ୍ୟ ସଂରଚନା କରିଥିଲେ ଆଦିଗୁରୁ ପଙ୍କଜ ଚରଣ ଦାସ, ପଦ୍ମବିଭୂଷଣ ଗୁରୁ କେଲୁଚରଣ ମହାପାତ୍ର ଓ ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନ ଏବଂ ବାଦ୍ୟ ସଂଯୋଜନା କରିଥିଲେ ଗୁରୁ କେଳୁଚରଣ ମହାପାତ୍ର ଓ ଗୁରୁ ବିଜୟ କୁମାର ବାରିକ । ପରେ ପରେ ପରିବେଷିତ ହୋଇଥିଲା ଶଙ୍କରାଭରଣ ପଲ୍ଲବୀ ଯାହା ରାଗ ଶଙ୍କରାଭରଣ ଏବଂ ତାଳ ଏକତାଳି ଉପରେ ନିବଦ୍ଧ ଥିଲା ଯାହାର ନୃତ୍ୟ ସଂରଚନା ପଦ୍ମବିଭୂଷଣ ଗୁରୁ କେଳୁଚରଣ ମହାପାତ୍ର ଓ ସଙ୍ଗୀତ ସଂଯୋଜନା ପଣ୍ଡିତ ଭୁବନେଶ୍ଵର ମିଶ୍ର କରିଥିଲେ । ପରବର୍ତ୍ତୀ ପ୍ରସ୍ତୁତିରେ ଥିଲା ଯମୁନାକୁ ଆଉ ଯାଆନା । ଯେଉଁଥିରେ ସଖୀ ରାଧାଙ୍କୁ ମନା କରୁଛି ‘ତୁ ଯମୁନାକୁ ଆଉ ଜାଆନା’ କାରଣ ସେଇ ନନ୍ଦସୁତ କୃଷ୍ଣ ବାଟ ଜଗି ବସିଥିବ ଓ ନିଶ୍ଚୟ ସେ ବାଟ ଓଗାଳିବ । ଯାହାର ନୃତ୍ୟ ସଂରଚନା ପଦ୍ମବିଭୂଷଣ ଗୁରୁ କେଳୁଚରଣ ମହାପାତ୍ର ଓ ସଙ୍ଗୀତ ସଂଯୋଜନା ପଣ୍ଡିତ ଭୁବନେଶ୍ଵର ମିଶ୍ର କରିଥିଲେ । ପରେ ପରେ ପ୍ରସ୍ତୁତିରେ ଥିଲା ସାବେରି ପଲ୍ଲବୀ ଯାହା ରାଗ ସାବେରି ଏବଂ ତାଳ ଏକତାଳି ଉପରେ ନିବଦ୍ଧ ଥିଲା ଯାହାର ନୃତ୍ୟ ସଂରଚନା ପଦ୍ମବିଭୂଷଣ ଗୁରୁ କେଳୁଚରଣ ମହାପାତ୍ର ଓ ସଙ୍ଗୀତ ସଂଯୋଜନା ପଣ୍ଡିତ ଭୁବନେଶ୍ଵର ମିଶ୍ର କରିଥିଲେ । ସନ୍ଧ୍ୟାର ଶେଷ ପ୍ରସ୍ତୁତିଟି ଥିଲା ଦଶାବତାର ମହାପ୍ରଭୁ ବିଷ୍ଣୁଙ୍କର ଦଶାବତାର ତଥ୍ୟକୁ ଭିତ୍ତିକରି ଦଳଗତ ଓଡିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ ଦିବ୍ୟଙ୍କା, ଅର୍ପିତା, ସ୍ଵାଗତିକା, ଦେବାନ୍ସୀ, ମଧୁସ୍ମିତା, ତେଜସ୍ଵିନୀ, ସୁଲଗ୍ନା, ରଶ୍ମୀ, ସିମ୍ରନ, ଇପ୍ସିତା, ଉପାସନା, ଶ୍ରୀବଲି, ପ୍ରଜ୍ଞା, ମୋନାଲି, ସତ୍ୟଭାମା, ଅନନ୍ୟା ଓ ଅଙ୍କିତା । ନୃତ୍ୟାଙ୍ଗନା ମାନଙ୍କୁ ମର୍ଦ୍ଦଳରେ ଗୁରୁ ବିଜୟ କୁମାର ବାରିକ, କଣ୍ଠରେ ହରପ୍ରିୟା ସ୍ଵାଇଁ, ବଂଶୀରେ ଶ୍ରୀନିବାସ ସତପଥୀ, ବେହେଲାରେ ଅଗ୍ନିମିତ୍ର ବେହେରା ଏବଂ ସିତାରରେ ସତ୍ୟବାନ ସେଠୀ ସହଯୋଗ କରିଥିଲେ । କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ପ୍ରମୋଦ କୁମାର ରାଉତ ଓ ସଂଚାଳନା କରିଥିଲେ ଡକ୍ଟର ଶ୍ରୀନିବାସ ଘଟୁଆରୀ ।

Leave A Comment

All fields marked with an asterisk (*) are required