ସଂପ୍ରଦା ର ବାର୍ଷିକ ନୃତ୍ୟ ଉତ୍ସବ
ସଂପ୍ରଦା ର ବାର୍ଷିକ ନୃତ୍ୟ ଉତ୍ସବ
ଗୁରୁ ସୁହାଗ ନଳିନୀ ଦାସ ଙ୍କ ଦ୍ଵାରା ପ୍ରତିଷ୍ଠିତ ନୃତ୍ୟ ଅନୁଷ୍ଠାନ ସଂପ୍ରଦା ର ବାର୍ଷିକ ଉତ୍ସଵ ‘ନୃତ୍ୟ ସଂପ୍ରଦା’ ଭୁବନେଶ୍ୱର ର ଭଞ୍ଜ କଳା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ସନ୍ଧ୍ୟାର ଅତିଥି ଭାବରେ ରାଜ୍ୟସଭା ସଂାସଦ ଶ୍ରୀମତୀ ସୁଲତା ଦେଓ ଏବଂ ବିଶିଷ୍ଠ ନୃତ୍ୟ ଶିଳ୍ପୀ ତଥା କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ପୁରସ୍କୃତ ଡ୍ର. ସ୍ନେହପ୍ରଭା ସାମନ୍ତରାୟ ଓ ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ ନୃତ୍ୟ ଶିଳ୍ପୀ ଶ୍ରୀମତି ଜ୍ୟୋତି ରାଉତ ଯୋଗ ଦେଇଥିଲେ। ପ୍ରଥମେ ଗୁରୁ ସୁହାଗ ନଳିନୀ ଦାସ ଅତିଥି ମାନଙ୍କୁ ସ୍ଵାଗତ କରିବା ସହ ଅନୁଷ୍ଠାନ ର ଆଭିମୁଖ୍ୟ ସମ୍ପର୍କ ରେ ଅବଗତ କରାଇଥିଲେ। ଅତିଥି ମାନେ ଅନୁଷ୍ଠାନ ର ଉଦ୍ୟମ କୁ ବହୁଳ ଭାବରେ ପ୍ରଶଂସା କରିଥିଲେ ଏଵଂ ପରେ ପରେ ନୃତ୍ୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ପ୍ରଥମେ କୁନି କୁନି ପିଲାଙ୍କ ଦ୍ଵାରା ଗଣେଶ ବନ୍ଦନା ଓ ଗାୟତ୍ରୀ ମନ୍ତ୍ର ରେ ନୃତ୍ୟ ପରିବେଷଣ ବୋହୁତ ମନଲୋଭା ହୋଇଥିଲା ଏବଂ ପରେ ପରେ ଓଡ଼ିଶୀ ନୃତ୍ୟ ରେ ପତାକ ହସ୍ତ ର ବିନିଯୋଗ ପରିବେଷଣ କରିଥିଲେ ଏବଂ ପରେ ମଙ୍ଗଳା ଚରଣ ଓ କୁନି କୁନି ପିଲାଙ୍କ ଦ୍ଵାରା ପଲ୍ଲୀ ନୃତ୍ୟ ଅତ୍ୟନ୍ତ ସୁନ୍ଦର ହୋଇଥିଲା ଏବଂ ପରେ ପରେ ଓଡ଼ିଶି ନୃତ୍ୟ ରେ ସ୍ଥାଇଏ ର ପରିବେଷଣ ମନ ମୁଗ୍ଧ କର ହୋଇଥିଲା ପରେ ପରେ ଆରବୀ ପଲ୍ଲବୀ ନୃତ୍ୟ ପରିବେଷଣ ହୋଇଥିଲା ଏବଂ ତା ପରେ ଛୋଟ ଛୋଟ ପିଲା ଙ୍କ ଦ୍ଵାରା ଶ୍ରୀ ଜଗନ୍ନାଥଙ୍କ ଉପାର ଆଧାରିତ ଶୋଲୋ ଶାସ୍ତ୍ର ନାମ ପରିବେଷଣ ହେଲା ଯେଉଁଟା ଦର୍ଶକ ମନକ ମନ ସ୍ୱାଇଁ ହୋଇ ଥାଇ ତା ପରେ ପରେ ବସନ୍ତ ପଲ୍ଲବୀ ଓ ଝୁଲଣ ଉପରେ ଆଧାରିତ ଝୁଲଣ କୁଞ୍ଜ ନୃତ୍ୟ ଖୁବ୍ ମନ ଲୋଭ ହୋଇ ଥାଏ ଏବଂ ଏହା ପରେ ସମ୍ବଲପୁରୀ ନୃତ୍ୟ ହୋଇଥିଲା ଓ ଶେଷ ରେ ଶ୍ରୀକ୍ଷେତ୍ର ଜାଣି ଯାତ୍ରା ଉପୋରେ ନୃତ୍ୟ ଦର୍ଶକ ମାନଙ୍କର ମନକୁ ଚୂୟୀ ଥିଲା ଓ ସମସ୍ତଙ୍କ ନୃତ୍ୟର ନିର୍ଦ୍ଦେଶନା ଗୁରୁ ସୁହାଗ ନଳିନୀ ଦାସ ଦେଇ ଥିଲେ ଶେଷର ଅତିଥି ମାନେ ପିଲା ମାନଙ୍କୁ ମାନ ପ୍ରତର ଓ ପୁରସ୍କାର ଦେଇଥିଲେ । ସଙ୍ଗୀତରେ ରାଜେଶ କୁମାର ଲେଙ୍କା, ସୂର୍ ସୁରମନି ରମେଶ ଚନ୍ଦ୍ର ଦାସ, ଗୁରୁ ଦେବାକର ପରିଡ଼ା, ଗୁରୁ ସୌମ୍ୟ ରଞ୍ଜନ ଯୋଶୀ ,ସୁନୀତା ରାଣୀ ବିଶ୍ଵାଳ ଇତ୍ୟାଦି ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ସହଯୋଗିତା କରି ଥିଲେ ବିଶ୍ୱଜିତ୍ ବଳିୟାରସିଂହ ଏବଂ ପରିଚାଳିତ କରି ଥିଲେ ଗୁରୁ ଶରତ ଦାସ ।