Search for:
  • Home/
  • ରାଜ୍ୟ/
  • ବିତର୍କ ବନ୍ଦ ହେଉ, ରେଭେନ୍ସାର ନାମ ଅପରିବତ୍ତିତ ରହୁ

ବିତର୍କ ବନ୍ଦ ହେଉ, ରେଭେନ୍ସାର ନାମ ଅପରିବତ୍ତିତ ରହୁ

Spread the love

Loading

ରେଭେନ୍ସା ହେରିଟେଜ୍ ଫୋରମର ସାମ୍ବାଦିକ ସମ୍ମିଳନୀ

• ବିତର୍କ ବନ୍ଦ ହେଉ, ରେଭେନ୍ସାର ନାମ ଅପରିବତ୍ତିତ ରହୁ

• ବିଶିଷ୍ଟ ବ୍ୟକ୍ତି ବିଶେଷ ଚିଠି ଲେଖିବେ ରଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟ ମନ୍ତ୍ରୀଙ୍କୁ

• ଦେଶ ବିଦେଶରେ ଥିବା ରେଭେନ୍ସିୟ ମାନଙ୍କୁ ଏକାଠି କରାଯିବ

• ସାଧାରଣ ଜନତାଙ୍କ ପାଖକୁ ଯିବ ଫୋରମ୍

 

ଏ ମଧ୍ୟରେ ରେଭେନ୍ସାର ନାମ ପରିବର୍ତ୍ତନ ପ୍ରସ୍ତାବକୁ ନେଇ ବହୁ ବିତର୍କ ହୋଇଗଲାଣି । ବିଭିନ୍ନ ଲୋକେ ନିଜର ମତକୁ ଜାହିର୍ କରିବା ପାଇଁ ଇତିହାସକୁ ନିଜ ନିଜ ଢ଼ଙ୍ଗରେ ପ୍ରକାଶ କରିବାରେ ଲାଗିଛନ୍ତି । ଆମେ ରେଭେନ୍ସାର ପୁରାତନ ଓ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ନ’ ଅଙ୍କ ଦୁର୍ଭିକ୍ଷ କିମ୍ବା ଅନ୍ୟକିଛି ଘଟଣା ଭିତ୍ତିରେ ଆମ ଶିକ୍ଷା ମାତୃକାର ନାମ ପରିବର୍ତ୍ତନକୁ ବିରୋଧ କରୁଛୁ । ନ ଅଙ୍କ ଦୁର୍ଭିକ୍ଷର ପରବର୍ତ୍ତୀ ସମୟରେ ଯେଉଁ ତଦନ୍ତ କମିଶନ ବସିଥିଲା ତାହା ଦୁର୍ଭିକ୍ଷ , ମହାମାରୀ ଓ ଜୀବନ ହାନି ପାଇଁ ରେଭେନ୍ସା ସାହେବ କେବଳ ଦାୟୀ ବୋଲି ଦୋଷାରୋପ କରିନଥିଲା | ରେଭେନ୍ସା ସାହେବ ଓଡ଼ିଶାରୁ ବିଦାୟ ନେଲା ପରେ ଯେଉଁମାନେ ତାଙ୍କ ନାମରେ କଟକ ମହାବିଦ୍ୟାଳୟକୁ ନାମିତ କରିବାକୁ ଚାହିଁଥିଲେ ସେମାନଙ୍କର ଦୁର୍ଭିକ୍ଷ ଓ ରେଭେନ୍ସାଙ୍କର କାର୍ଯ୍ୟ ବିଷୟରେ ପ୍ରତ୍ୟକ୍ଷ ଅନୁଭୂତି ଥିଲା। ସେତେବେଳର ନେତୃମଣ୍ଡଳୀ ଏହାକୁ ବିରୋଧ କରିନଥିଲେ ।ସେତେବେଳେ କେହି ବିତର୍କର ଆହ୍ବାନ ଦେଇନଥିଲେ । ରେଭେନ୍ସାଙ୍କୁ ନରହନ୍ତା କୁହାଯାଉନଥିଲା । ସ୍ୱାଧିନତା ସମୟରେ ମଧ୍ୟ ନାମ ପରିବର୍ତ୍ତନ କଥା ଉଠୁଥିଲା କିନ୍ତୁ ସେତେବେଳକାର ସରକାର ତାହା କରିନଥିଲେ । ୨୦୦୦ରୁ ୨୦୦୯ ମସିହା ପର୍ଯ୍ୟନ୍ତ ରାଜ୍ୟରେ ବିଜେପି ଦଳ କ୍ଷମତାରେ ଥିଲା ଏବଂ ଉଚ୍ଚଶିକ୍ଷା ବିଭାଗ ତାଙ୍କ ଦଳର ମନ୍ତ୍ରୀଙ୍କ ଅଧିନରେ ଥିଲା । ୨୦୦୫ ମସିହାରେ ରେଭେନ୍ସା ବିଶ୍ଵବିଦ୍ୟାଳୟ ଆଇନ୍ ବିଧାନ ସଭାରେ ପାରିତ ହୋଇ ୨୦୦୬ ନଭେମ୍ବର ମାସରେ ରେଭେନ୍ସା ବିଶ୍ଵବିଦ୍ୟାଳୟ ସ୍ଥାପନ ହେଲା । ସେତେବେଳେ ମଧ୍ୟ ନାମ ପରିବର୍ତ୍ତନର ସ୍ଵର ଶୁଭି ନ ଥିଲା । ହଠାତ୍ କ’ଣ ହେଲା, ଯେଉଁଥିପାଇଁ କି କେନ୍ଦ୍ରମନ୍ତ୍ରୀ ଏହି ପ୍ରସଙ୍ଗ ଉପସ୍ଥାପନ କଲେ ଯାହା ଅସଂଖ୍ୟ ରେଭେନ୍ସା ପ୍ରେମୀଙ୍କ ମନକୁ ଆନ୍ଦୋଳିତ କରୁଛି ।

ଆଜି ପ୍ରାୟ ଦେଢଶହ ବର୍ଷ ପରେ ନାମ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଆସି ବିଦାଦ ସୃଷ୍ଟି ହୋଇଛି । ଯାହାକୁ ଯାହା ସୁହାଉଛି ସେ ତାହା କହୁଛି । ଏହି ବାଦ ବିସମ୍ବାଦ ମଧ୍ୟରେ ଓଡ଼ିଆ ଜାତିର କର୍ଣ୍ଣଧାର କିଛି ମହାନ ବ୍ୟକ୍ତିଙ୍କର କୁତ୍ସାରଟନା ହେଉଛି

Leave A Comment

All fields marked with an asterisk (*) are required