Search for:
  • Home/
  • ରାଜ୍ୟ/
  • ନୀଳଶୈଳର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦ୍ଘାଟିତ।

ନୀଳଶୈଳର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦ୍ଘାଟିତ।

Spread the love

Loading

ନୀଳଶୈଳର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦ୍ଘାଟିତ।
———————+++++—————-
ଭୁବନେଶ୍ୱର:ଆଜି ତା୨୦.୭.୨୪ରିଖ ନୀଳଶୈଳର ସୁବର୍ଣ୍ଣ ଜୟନ୍ତୀ ଉଦଘାଟନ ସମାରୋହ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ମହା ସମାରୋହରେ ଉଦ୍ଘାଟିତ ହୋଇ ଯାଇଛି । ଏଥିରେ ଉଦ୍ଘାଟକ ଭାବରେ ଯୋଗ ଦେଇ ଓଡ଼ିଶା ବିଧାନ ସଭାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଓଡିଶାର ସାଂସ୍କ୍ରୁତିକ ଜାଗରଣରେ ନୀଳଶୈଳର ବହୁ ଅବଦାନ ରହିଛି ବୋଲି କହିଥିଲେ। ଏହି ସମାରୋହରେ ଓଡିଶୀ ସଙ୍ଗୀତର ଶାସ୍ତ୍ରୀୟ ମାନ୍ୟତା ବିଷୟରେ ବକ୍ତାମାନେ ଆଲୋଚନା କରିଥିଲେ। ମୁଖ୍ୟ ବକ୍ତା ଭାବରେ ଡଃ
ବୈଷ୍ଣବ ଚରଣ ସାମଲ, ଓଡିଶୀ ସଙ୍ଗୀତର ଐତିହାସିକ ପୃଷ୍ଠଭୂମି ବିଷୟରେ ଏବଂ ବାଚସ୍ପତି ମହୋଦୟା ଓଡିଆ ଅସ୍ମିତା ବିଷୟରେ ଆଲୋଚନା କରିଥିଲେ । ଓଡିଶୀ ସଂଗୀତର ଶାସ୍ତ୍ରୀୟ ମାନ୍ୟତା ନିମନ୍ତେ ବିଶେଷ ଉଦ୍ୟମ କରାଯିବ ବୋଲି ସ୍ଥିର ହେଲା । ଓଡିଶା ସଂସ୍କୃତି ବିଶ୍ବ ବିଦ୍ୟାଳୟର କୁଳପତି ପ୍ରଫେସର ଡ ପ୍ରସନ୍ନ କୁମାର ସ୍ବାଇଁ, ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ,ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଶ୍ରୀ ପ୍ରଦୋଷ ପଟ୍ଟନାୟକ ଅତିଥି ରୂପେ ଯୋଗ ଦେଇ ଓଡିଶୀ ସଂଗୀତର ଶାସ୍ତ୍ରୀୟ ମାନ୍ଯତା ଉପରେ ଗୁରୁତ୍ବ ଦେଇଥିଲେ। ଅନୁଷ୍ଠାନର ଉପଦେଷ୍ଟା ଶ୍ରୀ ସହଦେବ ଜୟସିଂହ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟକ୍ଷତା କରୁଥିଲେ ଅନୁଷ୍ଠାନର କାର୍ଯ୍ଯକାରୀ ଅଧ୍ଯକ୍ଷ ଶ୍ରୀ ଲଳିତ ମୋହନ ପଟ୍ଟନାୟକ, ମୁଖ୍ୟ କାର୍ଯ୍ୟ ନିର୍ବାହୀ ସୁଧନ୍ୟା ପତ୍ରିକା। ସଂଯୋଜନାରେ ଥିଲେ ଅଧ୍ଯାପକ ଡଃ ଦେବାଶୀଷ ମହାପାତ୍ର । ସାଧାରଣ ସମ୍ପାଦକ ଶ୍ରୀ ରଜନୀକାନ୍ତ ପଣ୍ଡା ଅନୁଷ୍ଠାନର ବିବରଣୀ ପାଠ କରିଥିଲେ। ଏଥିରେ ନୀଳଶୈଳ ର ସୁବର୍ଣ୍ଣ ଜୟନ୍ତୀ ଲୋଗୋ ଉନ୍ମୋଚିତ ହେବା ସହ ସୁଧନ୍ୟାର ସାପ୍ତାହିକୀର ଏକ ବିଶେଷ ସଂଖ୍ଯା ମଧ୍ଯ ଉନ୍ମୋଚିତ ହେଲା । ନୀଳଶୈଳ ସମ୍ମାନରେ ସମ୍ମାନିତ ହୋଇଥିଲେ କବି ଓ ବରିଷ୍ଠ ରେଳ ଲୋକସମ୍ପର୍କ ଅଧିକାରୀ ଶ୍ରୀ ନିରାକାର ଦାସ ଏବଂ ବିଦୂଷୀ କଣ୍ଠଶିଳ୍ପୀ ଶ୍ରୀମତୀ ସଙ୍ଗୀତା ପଣ୍ଡା । ଏଥିରେ ସହଯୋଗ କରିଥିଲେ ଅନୁଷ୍ଠାନର ବରିଷ୍ଠ ସଦସ୍ଯା ଶ୍ରୀମତୀ ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକ, ବରିଷ୍ଠ ସାହିତ୍ୟିକା ଶ୍ରୀମତୀ ଅନୁପମା ମହାପାତ୍ର, ଶ୍ରୀମତୀ ମିନତୀ ମିଶ୍ର , ଶ୍ରୀମତୀ ତରୁଣବାଳା ମହାପାତ୍ର, ଅନୁଷ୍ଠାନର ପୂର୍ବତନ ସଂପାଦକ ଶ୍ରୀ ରବି ମହାପାତ୍ର ଏବଂ ନୀଳଶୈଳର ସମସ୍ତ ସଦସ୍ୟ ସଦସ୍ଯା। ଦୁଇଜଣ ବରିଷ୍ଠ ନାଗକିକ ଶ୍ରୀ ଅମୂଲ୍ୟ କୁମାର ଦାଶ ଏବଂ ଅତୁଲ ବାବୁଙ୍କୁ ସମ୍ମାନିତ କରାଯାଇ ଥିଲା ।ଏଥିରେ ଡ ଶକୁନ୍ତଳା ବଳିଆର ସିଂ, ଡ ମିହିର ସାହୁ, ଡ ଶୁଭେନ୍ଦୁ ଦାଶ , ଶ୍ରୀ ଅମରେନ୍ଦ୍ର ମହାପାତ୍ର, ଗୁରୁ ଶ୍ରୀ ଗୋପାଳ ଚନ୍ଦ୍ର ପଣ୍ଡାଙ୍କ ସମେତ ବହୁ ବରିଷ୍ଠ ବୁଦ୍ଧିଜୀବୀ, ଯୁବ, ଛାତ୍ର ଯୋଗଦେଇଥିଲେ। ପରିଶେଷରେ ଓଡିଶୀ ସଂଗୀତ ପରିବେଷଣ କରିଥିଲେ ଶ୍ରୀମତୀ ସଂଗୀତା ପଣ୍ଡା, ଶ୍ରୀମତୀ ମଞ୍ଜୁଶ୍ରୀ ମିଶ୍ର ଓ ସାଥି ଗଣ।

Leave A Comment

All fields marked with an asterisk (*) are required