ନୀଳଗିରି ପ୍ରଜାଆନ୍ଦୋଳନର ମହାନ ସଂଗ୍ରାମୀ ବନମାଳୀ ଦାସଙ୍କ ୧୦୬ତମ ଜନ୍ମ ଦିବସ
ନୀଳଗିରି ପ୍ରଜାଆନ୍ଦୋଳନର ମହାନ ସଂଗ୍ରାମୀ ବନମାଳୀ ଦାସଙ୍କ 106ତମ ଜନ୍ମ ଦିବସ ରେ ଭୁବନେଶ୍ୱର ରେ “ରାଜ୍ୟ ସ୍ତରୀୟ ସ୍ମାରକୀ ବକ୍ତୃତା” କାର୍ଯ୍ୟକ୍ରମ:
ଭୁବନେଶ୍ବର, ତା 30.08.2023:ବନମାଳୀ ଦାସ ରାଜ୍ୟ ସ୍ତରୀୟ ସ୍ମୃତି କମିଟି ପକ୍ଷରୁ ଭୁବନେଶ୍ଵର ସ୍ଥିତ ଲୋହିଆ ଏକାଡେମୀ ଠାରେ ନୀଳଗିରି ପ୍ରଜା ଆନ୍ଦୋଳନର ମହାନ ସଂଗ୍ରାମୀ,ପୂର୍ବତନ ବିଧାୟକ,ସିପିଆଇ(ଏମ) ର ପ୍ରଥମ ଓଡିଶା ରାଜ୍ୟ ସଂପାଦକ ତଥା ପ୍ରୟାତ ଜନନେତା ବନମାଳୀ ଦାସ ଙ୍କ ୧୦୬ ତମ ଜନ୍ମ ବାର୍ଷିକୀ ଉପଲକ୍ଷେ “ନୀଳଗିରି ପ୍ରଜା ଆନ୍ଦୋଳନର ଐତିହ୍ୟ ଓ ବର୍ତ୍ତମାନ ର କୃଷି ସଂକଟ ” ସଂପର୍କିତ ଏକ ଆଲୋଚନା ସଭା ସିପିଆଇ(ଏମ) ରାଜ୍ୟ ସଂପାଦକ ଅଳିକିଶୋର ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।ଏହି ଆଲୋଚନା ସଭାରେ ମୁଖ୍ୟ ବକ୍ତା ଭାବରେ ସିପିଆଇ(ଏମ) ପଲିଟବ୍ଯୁରୋ ସଭ୍ୟ ତଥା ଅଖିଳ ଭାରତ କୃଷକ ସଭା ର ସର୍ବଭାରତୀୟ ସଭାପତି ଅଶୋକ ଧାୱଲେ ଯୋଗଦେଇ ବନମାଳୀ ଦାସ ଙ୍କ ତ୍ୟାଗ ଏବଂ ସଂଘର୍ଷମୟ ରାଜନୈତିକ ଓ ସାମାଜିକ ଜୀବନ, ଶ୍ରମଜୀବୀ ଏବଂ କୃଷିଜିବୀ ମଣିଷ ଙ୍କ ପାଇଁ ତାଙ୍କର ଯଶ୍ୱସୀ ସଂଗ୍ରାମ ସଂପର୍କରେ ଆଲୋଚନା କରିଥିଲେ l ମୋଦି ଙ୍କ ଶାସନରେ ଆମ ଦେଶର କୃଷକ, ଭାଗଚାଷୀ ଓ କ୍ଷେତ ମୂଲିଆ ମାନେ କିପରି ସଂକଟ ଭିତରେ ଗତି କରୁଛନ୍ତି,ସେ ସଂପର୍କରେ ଆଲୋଚନା କରିଥିଲେ । ବିଶେଷ କରି ଏହି ୯ ବର୍ଷ ଭିତରେ ଲକ୍ଷାଧିକ ଚାଷୀ ଆତ୍ମହତ୍ୟା କରିଛନ୍ତି ଓ ଚାଷ ଜମିକୁ କର୍ପୋରେଟ ମାନଙ୍କୁ ଦେବା ପାଇଁ କଳା କୃଷି ଆଇନ ଆଣିଥିଲେ lବାମପନ୍ଥୀ ମାନଙ୍କ ଚାପରେ ପ୍ରଣୟନ ହୋଇଥିବା ଜଙ୍ଗଲ ଜମି ଅଧିକାର ଆଇନ-୨୦୦୬ କୁ ଅକାମୀ କରିବା ପାଇଁ ମୋଦି ସରକାର ସଂସଦ ର ଗତ ଅଧିବେଶନରେ ଜଙ୍ଗଲ ସଂରକ୍ଷଣ ବିଧେୟକ- 2023 ଆଣି ଆଦିବାସୀ ମାନଙ୍କୁ ଦଖଲ ଜମି ରୁ ଉଛେଦ କରିବା ପାଇଁ ସମସ୍ତ ଯୋଜନା କରିଛନ୍ତି ବୋଲି କହିଥିଲେ । ଚାଷୀ ର କୌଣସି ଫସଲ ରେ ଆମ ଦେଶର କୃଷକ ସର୍ବନିମ୍ନ ସହାୟକ ମୂଲ୍ୟ ପାଉନାହିଁ l ପ୍ରାକୃତିକ ବିପର୍ଯ୍ୟୟ ଜନିତ ଫସଲ ର ଉପଯୁକ୍ତ କ୍ଷତି ପୂରଣ, ଫସଲ ବୀମା ରାଶି, 60ବର୍ଷ ପରେ କୃଷକ ପେନସନ ଇତ୍ୟାଦି କୌଣସି ସୁବିଧା ଗରୀବ କୃଷକ ଏବଂ କୃଷି ଶ୍ରମିକ ପାଉ ନାହିଁ l
ଋଣ ଭାର ରେ କୃଷକ ହନ୍ତସନ୍ତ ହେଉଛି l ଜମି ଉପରେ ପ୍ରକୃତ କୃଷକ ର କୌଣସି ଅଧିକାର ନାହିଁ lକୃଷକ ଏବଂ କୃଷି ର ଜ୍ୱଳନ୍ତ ପ୍ରସଙ୍ଗ କୁ ଆଧାର କରି ସଂଯୁକ୍ତ କିଷାନ ମୋର୍ଚ୍ଚା ନେତୃତ୍ୱ ରେ ଐତିହାସିକ ଦିଲ୍ଲୀ ଚାଷୀ ଆନ୍ଦୋଳନ ଓ ମହାରାଷ୍ଟ୍ର ର କିଷାନ ଲଙ୍ଗ ମାର୍ଚ୍ଚ ପରି ଓଡିଶାରେ ” ଚାଷୀ- ଭାଗଚାଷୀ- କ୍ଷେତ ତମଜଦୂର” ମାନଙ୍କ ମିଳିତ ଆନ୍ଦୋଳନ ଗଢି ତୋଳିଲେ କମ୍ରେଡ ବନମାଳୀ ଦାସଙ୍କ ପ୍ରତି ଯଥାର୍ଥ ସମ୍ମାନ ହେବ ବୋଲି ସେ ଆହ୍ୱାନ ଦେଇଥିଲେ ।ଏହି ଆଲୋଚନା ସଭା ରେ ଅନ୍ୟତମ ବକ୍ତା ଭାବେ ସି ପି ଆଇ ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ଆଶିଷ କାନୁନଗୋ ଯୋଗ ଦେଇ ଥିବା ବେଳେ ସିପିଆଇ(ଏମ) ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ସୁରେଶ ପାଣିଗ୍ରାହୀ ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମ ର ଅତିଥି ପରିଚୟ ଦେଇ ପ୍ରାଥମିକ ସୂଚନା ପ୍ରଦାନ କରିଥିଲେ । ସାମାଜିକ କର୍ମୀ ସୁବାଷ ମଙ୍ଗରାଜ ଧନ୍ୟବାଦ ଅର୍ପଣ କରିଥିଲେ l ଅନ୍ୟମାନଙ୍କ ମାନଙ୍କ ମଧ୍ୟରେ ସିପିଆଇ(ଏମ) ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ସର୍ବଶ୍ରୀ ଜଗନ୍ନାଥ ମିଶ୍ର,ସନ୍ତୋଷ ଦାସ,ଦୁଷ୍ମନ୍ତ ଦାସ ଓ ପୁଷ୍ପା ଦାସ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଆଲୋଚନା ସଭାରେ ବାମପନ୍ଥୀ କର୍ମୀ,ବୁଦ୍ଧିଜୀବି, ଯୁବ, ଛାତ୍ର,ମହିଳା ଓ ସାଧାରଣ ଜନତା ବହୁ ସଂଖ୍ୟା ରେ ଯୋଗଦେଇଥିଲେ ।