Search for:
  • Home/
  • ରାଜ୍ୟ/
  • ଯୌନ ନିର୍ଯାତନା ପୀଡିତାଙ୍କୁ ଶୀଘ୍ର ନ୍ୟାୟ ଦେବା ପାଇଁ ଅଧିକ ଫାର୍ଷ୍ଟ ଟ୍ରାର୍କ କୋର୍ଟ ପାଇଁ ଆବେଦନ l

ଯୌନ ନିର୍ଯାତନା ପୀଡିତାଙ୍କୁ ଶୀଘ୍ର ନ୍ୟାୟ ଦେବା ପାଇଁ ଅଧିକ ଫାର୍ଷ୍ଟ ଟ୍ରାର୍କ କୋର୍ଟ ପାଇଁ ଆବେଦନ l

Spread the love

Loading

ଯୌନ ନିର୍ଯାତନା ପୀଡିତାଙ୍କୁ ଶୀଘ୍ର ନ୍ୟାୟ ଦେବା ପାଇଁ ଅଧିକ ଫାର୍ଷ୍ଟ ଟ୍ରାର୍କ କୋର୍ଟ ପାଇଁ ଆବେଦନ l

ଭୁବନେଶ୍ୱର:ନିକଟରେ ନୂଆଦିଲ୍ଲୀରେ ଏକ ତିନି ଦିନିଆ କର୍ମଶାଳାରେ “ଫାର୍ଷ୍ଟ ଟ୍ରାକିଙ୍ଗ ଜଷ୍ଟିସ ” ରିପୋର୍ଟ ଉନ୍ନ୍ମୋଚିତ ହୋଇଯାଇଛି l ଏହି ରିପୋର୍ଟର ଅନୁସନ୍ଧାନ ପରେ ଫାର୍ଷ୍ଟ ଟ୍ରାର୍କ ସ୍ପେସିଆଲ କୋର୍ଟ ହେଉଛି ଏକମାତ୍ର ଉପାୟ ଯାହା ଦ୍ୱାରା ଯୌନ ଶୋଷଣର ଶିକାର ହୋଇଥିବା ପୀଡିତା ନ୍ୟାୟ ପାଇପାରିବେ ବୋଲି ରୁଚିକା ସମାଜ ମଙ୍ଗଳ ସଂଗଠନ ଅଧିକ ଫାର୍ଷ୍ଟ ଟ୍ରାର୍କ କୋର୍ଟ ଗଠନ ପାଇଁ ଏବଂ ମାମଲାର ଶୀଘ୍ର ଟ୍ରାଏଲ ସହିତ ପୀଡିତାକୁ ଶୀଘ୍ର ନ୍ୟାୟ ଦେବା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି l
“ଫାର୍ଷ୍ଟ ଟ୍ରାକିଙ୍ଗ ଜଷ୍ଟିସ ” ରିପୋଟରେ ବାକି ପଡ଼ିଥିବା ମାମାଲା ର ନ୍ୟାୟ ପ୍ରଦାନ କରିବାରେ ଫାର୍ଷ୍ଟ ଟ୍ରାର୍କ ସ୍ପେସିଆଲ କୋର୍ଟର ଭୂମିକା ଦର୍ଶାଯାଇଛି ଯେ 2022 ମସିହାରେ ଦେଶର ସମସ୍ତ କୋର୍ଟରେ ବଳାତ୍କାର ଏଵଂ POCSO ମାମାଲାର ବିସର୍ଜନ ହାର ମାତ୍ର 10 ପ୍ରତିଶତ ଥିଲା ଏଵଂ 2023 ମସିହାରେ ଫାର୍ଷ୍ଟ ଟ୍ରାର୍କ କୋର୍ଟ ଅଧିକ ଉଚ୍ଚ ଦକ୍ଷତା ପ୍ରଦର୍ଶନ କରି 94% ପ୍ରତିଶତ ମାମଲାକୁ ନ୍ୟାୟ ପ୍ରଦାନ କରିବାରେ ସକ୍ଷମ ହୋଇଥିଲେ l ଅଧିକ ଫାର୍ଷ୍ଟ ଟ୍ରାର୍କ କୋର୍ଟ ଗଠନ କରି ବାକିଥିବା ମାମଲାର ନ୍ୟାୟ ପ୍ରଦାନ ପାଇଁ ଏଵଂ ପରବର୍ତ୍ତୀ ଦୁଇ ବର୍ଷ ପାଇଁ ଏହି ଅତିରିକ୍ତ କୋର୍ଟର କାର୍ଯ୍ୟ ପାଇଁ ନିର୍ଭୟା ପାଣ୍ଠିରେ ଅବ୍ୟବହୃତ ପରିମାଣ ପର୍ଯ୍ୟାପ୍ତ ହେବ ବୋଲି ରିପୋର୍ଟରେ ଦର୍ଶାଯାଇଛି l ଏହି ରିପୋର୍ଟରେ ଚେତାବନି ଦିଆଯାଇଛି ଯେ ଏହି ଅତିରିକ୍ତ ଫାର୍ଷ୍ଟ ଟ୍ରାର୍କ କୋର୍ଟର ବିନା, ଦେଶ ବାକି ପଡ଼ିଥିବା POSCO ମାମଲାକୁ ସାରିବା ପାଇଁ ସକ୍ଷମ ହୋଇପାରିବ ନାହିଁ l

POSCO ମାମଲାର ପୀଡିତାଙ୍କ ନ୍ୟାୟ ପାଇଁ ଫାର୍ଷ୍ଟ ଟ୍ରାର୍କ କୋର୍ଟ ଗୁଡିକୁ କେନ୍ଦ୍ରିୟ କରିବା ଜରୁରୀ ବୋଲି ଜୋର ଦେଇ ଶିଶୁ ସୁରକ୍ଷା ଅଧିକାର କର୍ମୀ ତଥା ବାଲ୍ୟ ବିବାହ ମୁକ୍ତ ଭାରତର ପ୍ରତିଷ୍ଠାତା ଭୁବନ ରିବୁ କହିଛନ୍ତି ଯେ ବଳାତ୍କାର ତଥା ଶିଶୁ ଯୌନ ନିର୍ଯ୍ୟାତନା ମାମଲାରେ ଭାରତ ଦୀର୍ଘ ଦିନର ନ୍ୟାୟକୁ ସମାଧାନ କରିବାରେ ଭାରତ ଟପିଛି l

ଏହା ଏକ ଗୁରୁତ୍ୱପୂର୍ଣ୍ଣ ମୁହୂତ୍ତ ଯେତେବେଳେ କି ଆମେ ଆମ ଦେଶର ମହିଳା ଓ ଶିଶୁଙ୍କ ସୁରକ୍ଷା ଏବଂ ନିରାପତ୍ତା ପାଇଁ ଅଧିକ ଗୁରୁତ୍ୱ ଦେବା ଏବଂ ଅଧିକ ନୂଆ ଫାଷ୍ଟ ଟ୍ରାକ କୋର୍ଟ ଗଠନ କରି, କିଭଳି ସମସ୍ତ ମାମଲାକୁ ବିଚାରଧୀନ କରି ନ୍ୟାୟ ପ୍ରଦାନ କରି ସେମାନଙ୍କର ଅଧିକାର ନିଶ୍ଚିନ୍ତ କରିବା l ବର୍ତମାନ ପୀଡ଼ିତାଙ୍କର ପୁନଃ ଥଇଥାନ ଏବଂ କ୍ଷତି ପୂରଣ ପ୍ରଦାନ କରିବାର ମଧ୍ୟ ସମୟ ଆସିଛି l ଏଥିପାଇଁ “ବାଲ୍ୟବିବାହ ମୁକ୍ତ ଭାରତ”ହେଉଛି ଏକ ଦେଶବ୍ୟାପି ଅଭିଯାନ, ଯେଉଁଥିରେ ୪୦୦ ରୁ ଅଧିକ ଜିଲାରେ ୨୦୦ ରୁ ଅଧିକ NGO ବାଲ୍ୟ ବିବାହ ବିରୁଦ୍ଧରେ ଏବଂ ଭାରତରେ ଶିଶୁ ସୁରକ୍ଷା ଉପରେ କାମ କରିଆସୁଛନ୍ତି, ଏବଂ ତତମଧ୍ୟରୁ ରୁଚିକା ସମାଜ ମଙ୍ଗଳ ସଂଗଠନ ଏହି ବାଲ୍ୟ ବିବାହ ଭାରତ ଅଭିଯାନର ଏକ ଅଂଶୀଦାର ଅଟେ l

ରିପୋର୍ଟ ଏବଂ ଏହାର ଅନୁସନ୍ଧାନକୁ ଦର୍ଶାଇ ରୁଚିକା ସମାଜ ମଙ୍ଗଳ ସଂଗଠନ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡା. ବେଣୁଧର ସେନାପତି କହିଛନ୍ତି ଯେ, ଆମ୍ଭେ ନିରନ୍ତର ଭାବରେ ପୀଡିତା ଏବଂ ସେମାନଙ୍କ ପରିବାର କିଭଳି ନ୍ୟାୟ ପାଇବ ସେଥପାଇଁ ଆମେ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ କାର୍ଯ୍ୟ କରୁଅଛୁ l ଆମେ ନୂତନ ଫାଷ୍ଟ ଟ୍ରାକ କୋର୍ଟ ଗଠନ କରି, ପୀଡିତାଙ୍କୁ ଶୀଘ୍ର ନ୍ୟାୟ କିପରି ଦିଆଯାଇପାରିବ ସେଥିପାଇଁ ସରକାରଙ୍କୁ ନିବେଦନ କରୁଅଛୁlଫାଷ୍ଟ ଟ୍ରାକ କୋର୍ଟ ଗଠନ ହେବା ପରଠାରୁ ୪୧୬୬୩୮ ମାମଲା ମଧ୍ୟରୁ ମୋଟ ୨୧୪୪୬୩ ଟି ମାମଲା ସମାଧାନ ହୋଇଛି l ଦେଶର ବଳାତ୍କାର ଏବଂ POCSO ମାମଲାର ଶୁଣାଣି ପାଇଁ କ୍ରିମିନାଲ ଆଇନ (ସଂଶୋଧନ )ଅଧନିୟମ ୨୦୧୮ ରେ କାର୍ଯ୍ୟକାରୀ କରିବାକୁ ଏବଂ ଏହାର ମାମଲାର ଶୀଘ୍ର ସମାଧାନ ପାଇଁ ଫାଷ୍ଟ ଟ୍ରାକ କୋର୍ଟ scheme ଅଗଷ୍ଟ ୨୦୧୯ ମସିହା ରେ ଯୋଜନା ଆରମ୍ଭ ହୋଇଥିଲାl

Leave A Comment

All fields marked with an asterisk (*) are required