Search for:
  • Home/
  • ରାଜ୍ୟ/
  • ମାଲକାନଗିରି ବିମାନ ବନ୍ଦରକୁ ଆଜି ଉଦଘାଟନ କରିଲେ ମୁଖ୍ୟମନ୍ତ୍ର

ମାଲକାନଗିରି ବିମାନ ବନ୍ଦରକୁ ଆଜି ଉଦଘାଟନ କରିଲେ ମୁଖ୍ୟମନ୍ତ୍ର

Spread the love

Loading

ମାଲକାନଗିରି ବିମାନ ବନ୍ଦରକୁ ଆଜି ଉଦଘାଟନ କରିଲେ ମୁଖ୍ୟମନ୍ତ୍ର

ମାଲକାନଗିରି, ୧୦।୧: ଆଜି ପୂର୍ବାହ୍ନରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଠାରେ ପହଞ୍ଚି ବିମାନବନ୍ଦରକୁ ଉଦଘାଟନ କରିଛନ୍ତି । ଏହି ବିମାନ ବନ୍ଦରକୁ ବର୍ଷ ବର୍ଷ ଧରି ଅପେକ୍ଷା କରିଥିବା ମାଲକାନଗିରି ଜିଲ୍ଲାବାସୀଙ୍କ ସ୍ବପ୍ନ ପୂରଣ ହୋଇଥିବା ବେଳେ ଜିଲ୍ଲା ବାସୀଙ୍କ ମଧ୍ୟରେ ଖେଳିଛି ଖୁସିର ଲହରୀ । ମୁଖ୍ୟମନ୍ତ୍ରୀ ଙ୍କ ଏହି ଗସ୍ତ ରେ ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ରହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ହଜାର ହଜାର ଲୋକ ସମାଗମ ମଧ୍ୟରେ ଉଦଘାଟନ କାର୍ଯ୍ୟକ୍ରମ ହୋଇଛି । ସୁରକ୍ଷା ଦୃଷ୍ଟିରୁ ପୁଲିସ ପକ୍ଷରୁ ବିମାନବନ୍ଦର ଚାରିପଟେ ପୁଲିସ ମୁତୟନ କରାଯାଇଛି। ବିମାନବନ୍ଦରୁ ଯାଉଥିବା ସମସ୍ତ ଗାଡିକୁ ଯାଞ୍ଚ କରାଯାଉଛି। ଏଥିସହ ସୁରକ୍ଷା ବ୍ୟବସ୍ଥା ପାଇଁ ବ୍ୟପକ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ଦେଖିବାକୁ ମିଳିଛି । ଏହି ବିମାନ ବନ୍ଦର ର ଉଦଘାଟନ କରିବା ସହ ବିଭିନ୍ନ ପ୍ରକଳ୍ପ ର ଉଦଘାଟନ କରିଛନ୍ତି। ଜିଲ୍ଲାର ଗୋବିନ୍ଦପାଲି ଇରୀଗେସନ ପ୍ରକଳ୍ପ କୁ ଉଦଘାଟନ କରି ଜିଲ୍ଲାରେ ଚାଷୀଙ୍କୁ ବଡ଼ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Comment

All fields marked with an asterisk (*) are required