Search for:
  • Home/
  • ରାଜ୍ୟ/
  • ନିଟ୍ ପରୀକ୍ଷା ବିବାଦ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ

ନିଟ୍ ପରୀକ୍ଷା ବିବାଦ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ

Spread the love

Loading

ନିଟ୍ ପରୀକ୍ଷା ବିବାଦ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ

ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ, ନିଟ୍ ମାମଲାରେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ -ଧର୍ମେନ୍ଦ୍ର ପ୍ରଧାନ

• ତ୍ରୁଟିଶୂନ୍ୟ ପରୀକ୍ଷା କରାଇବା ହେଉଛି ଆମର ପ୍ରତିବଦ୍ଧତା
• ଏନଟିଏରେ ସଂସ୍କାର ନେଇ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ଯାଉଛନ୍ତି
• ଏନଟିଏ, ଏହାର ଢାଞ୍ଚା, କାର୍ଯ୍ୟକାରିତା, ପରୀକ୍ଷା ପ୍ରକ୍ରିୟା, ପାରଦର୍ଶୀତା ଏବଂ ଡାଟା ସୁରକ୍ଷା ପ୍ରୋଟୋକଲରେ ଆହୁରି ଉନ୍ନତି ଆଣିବା ପାଇଁ ଏହି ଉଚ୍ଚସ୍ତରୀୟ କମିଟି ସୁପାରିସ କରିବ
• ବିଦ୍ୟାର୍ଥୀ ଆମ ଦେଶର ଭବିଷ୍ୟତ,ପ୍ରଶ୍ନପତ୍ର ଲିକ୍ ସମ୍ପର୍କିତ ଗୁଜବ ପ୍ରଚାର କରାଯିବା ଉଚିତ ନୁହେଁ
• ଏହି ସମ୍ବେଦନଶୀଳ ପ୍ରସଙ୍ଗରେ କୌଣସି ଗୁଜବ କିମ୍ବା ସବୁ ବିଷୟକୁ ରାଜନୀତି ଦୃଷ୍ଟିରୁ ଦେଖିବା ଅନୁଚିତ୍

ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁନ ୨୦ – ନିଟ୍ ପରୀକ୍ଷା ପରିପ୍ରେକ୍ଷୀରେ ମୁଁ ସମସ୍ତଙ୍କୁ ଆଶ୍ୱାସନା ଦେବାକୁ ଚାହୁଁଛି ଯେ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଆମର ସର୍ବୋଚ୍ଚ ପ୍ରାଥମିକତା ଏବଂ ଏଥିରେ କୌଣସି ସ୍ଥିତିରେ ବି ଆପୋଷ ବୁଝାମଣା କରାଯିବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ନିଟ୍ ପରୀକ୍ଷା ବିବାଦ ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି ଯେ ଆମ ସମସ୍ତଙ୍କ ସାମ୍ନାରେ ଏକ ଚିନ୍ତାଜନକ ପ୍ରସଙ୍ଗ ଆସିଛି । ଆମେ ବିହାର ସରକାରଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛୁ । ପାଟନା ପୁଲିସ ଏହି ଘଟଣାର ତଦନ୍ତ ଚଳାଇଛି ।  ପାଟନା ପୋଲିସ ଖୁବଶୀଘ୍ର ଭାରତ ସରକାରଙ୍କୁ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବେ । ଯଦି କେହି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏନଟିଏ ହେଉ କିମ୍ବା ଏନଟିଏର କୌଣସି ବଡ ବ୍ୟକ୍ତି, ନିଟ୍ ମାମଲାରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନଟିଏରେ ସଂସ୍କାର ନେଇ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ଯାଉଛନ୍ତି । ଏନଟିଏ, ଏହାର ଢାଞ୍ଚା, କାର୍ଯ୍ୟକାରିତା, ପରୀକ୍ଷା ପ୍ରକ୍ରିୟା, ପାରଦର୍ଶୀତା ଏବଂ ଡାଟା ସୁରକ୍ଷା ପ୍ରୋଟୋକଲରେ ଆହୁରି ଉନ୍ନତି ଆଣିବା ପାଇଁ ଏହି ଉଚ୍ଚସ୍ତରୀୟ କମିଟି ସୁପାରିସ କରିବ । ତ୍ରୁଟିଶୂନ୍ୟ ପରୀକ୍ଷା ହେଉଛି ଆମର ପ୍ରତିବଦ୍ଧତା । ବିଦ୍ୟାର୍ଥୀ ଆମ ଦେଶର ଭବିଷ୍ୟତ । ଆମେ ଯେକୌଣସି ପ୍ରକାର ସଂସ୍କାର ପାଇଁ ପ୍ରସ୍ତୁତ। ପ୍ରଶ୍ନପତ୍ର ଲିକ୍ ସମ୍ପର୍କିତ ଗୁଜବ ପ୍ରଚାର କରାଯିବା ଉଚିତ ନୁହେଁ । ଏହି ସମ୍ବେଦନଶୀଳ ପ୍ରସଙ୍ଗରେ କୌଣସି ଗୁଜବ କିମ୍ବା ସବୁ ବିଷୟକୁ ରାଜନୀତି ଦୃଷ୍ଟିରୁ ଦେଖିବା ଅନୁଚିତ୍ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Leave A Comment

All fields marked with an asterisk (*) are required