Search for:
  • Home/
  • ରାଜ୍ୟ/
  • ଡ୍ରିଙ୍କ ଫ୍ରର୍ମ ଟ୍ୟାପ କାର୍ଯ୍ୟକ୍ରମକୁ ଲୋକାର୍ପଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ,

ଡ୍ରିଙ୍କ ଫ୍ରର୍ମ ଟ୍ୟାପ କାର୍ଯ୍ୟକ୍ରମକୁ ଲୋକାର୍ପଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ,

Spread the love

Loading

ଡ୍ରିଙ୍କ ଫ୍ରର୍ମ ଟ୍ୟାପ କାର୍ଯ୍ୟକ୍ରମକୁ ଲୋକାର୍ପଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ,

କେନ୍ଦୁଝର,-କେନ୍ଦୁଝର ଜିଲ୍ଲାର ,ଚମ୍ପୁଆ,ଯୋଡା, ବଡ଼ବିଲ,ଆନନ୍ଦପୁର ଏବଂ କେନ୍ଦୁଝର ସହର ର ପ୍ରତି ଘରକୁ 24 ଘଣ୍ଟିଆ ପାନିୟ ଜଳ ଯୋଗାଣ କାର୍ଯ୍ୟକ୍ରମ ଡ୍ରିଙ୍କ ଫ୍ରମ ଟ୍ୟାପ କାର୍ଯ୍ୟକ୍ରମକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭାସି ମାଧ୍ୟମରେ ଶୁଭ ଉଦ୍ଘାଟନ କରିଛନ୍ତି।ଏଥି ଯୋଗୁଁ କେନ୍ଦୁଝର ଜିଲ୍ଲାର 4 ପୌରପାଳିକ ଏବଂ ଗୋଟିଏ ଏନ ଏ ସିର ଲକ୍ଷଲକ୍ଷ ଲୋକ ଉପକୃତ ହେବେ। ସୂଚନା ଅନୁସାରେ ଚମ୍ପୁଆ ଏନ ଏ ସି ର ସମଗ୍ର ସହରର 13 ଟି ୱାର୍ଡ ରେ ରହୁଥିବା 15 ହଜାର 500 ଲୋକ ଉପକୃତ ହେବେ। ସେହିପରି କେନ୍ଦୁଝରଗଡ଼ ପୌରପାଳିକାର 4 ଟି ୱାର୍ଡର 10 ହଜାର, ଆନନ୍ଦପୁର ପୌରପାଳିକା 4 ଟି ୱାର୍ଡର 9 ହଜାର 500 ଲୋକ,ଯୋଡ଼ା ପୌରପାଳିକା 1 ଟି ୱାର୍ଡର 4 ହଜାର ଲୋକ, ବଡ଼ବିଲ ପୌରପାଳିକା 2 ଟି ୱାର୍ଡ ର 7 ହଜାର 500 ଲୋକଙ୍କ ସମେତ 50 ହଜାରରୁ ଅଧିକ ଲୋକ ଉପକୃତ ହେବେ।ଉକ୍ତ ଲୋକ ମାନେ 24 ଘଣ୍ଟିଆ ବିଶୁଦ୍ଧ ପାନୀୟଜଳ ପାଇପାରିବେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଅଭାସି ଉଦ୍ଘାଟନ କାର୍ଯ୍ୟକ୍ରମରେ ଚମ୍ପୁଆରେ ବିଧାୟିକା,କେନ୍ଦୁଝର ଜିଲ୍ଲାପାଳ, କେନ୍ଦୁଝରରେ ସଦର ବିଧାୟକ ଏବଂ ପୋୖରାଧକ୍ଷା ଉପସ୍ଥିତ ଥିବାବେଳେ ଜଳସାଥୀ ମନେ ଉପସ୍ଥିତ ଥିଲେ।

Leave A Comment

All fields marked with an asterisk (*) are required