Search for:
  • Home/
  • ରାଜ୍ୟ/
  • ନୂଆପଡା ଜିଲ୍ଲାର ସାଂଗଠନିକ କର୍ମକର୍ତ୍ତା ସମ୍ମଳିନୀ ବିଜେପିର ଭ୍ରଷ୍ଟାଚାର ବିରୋଧରେ ଏକାଠି ହୋଇ ଲଢେଇ ଜାରି ରଖନ୍ତୁ: ବିଜେଡି

ନୂଆପଡା ଜିଲ୍ଲାର ସାଂଗଠନିକ କର୍ମକର୍ତ୍ତା ସମ୍ମଳିନୀ ବିଜେପିର ଭ୍ରଷ୍ଟାଚାର ବିରୋଧରେ ଏକାଠି ହୋଇ ଲଢେଇ ଜାରି ରଖନ୍ତୁ: ବିଜେଡି

Spread the love

Loading

ନୂଆପଡା ଜିଲ୍ଲାର ସାଂଗଠନିକ କର୍ମକର୍ତ୍ତା ସମ୍ମଳିନୀ
ବିଜେପିର ଭ୍ରଷ୍ଟାଚାର ବିରୋଧରେ ଏକାଠି ହୋଇ ଲଢେଇ ଜାରି ରଖନ୍ତୁ: ନବୀନ
ଭୁୁବନେଶ୍ୱର, ୨୫/୦୯/୨୦୨୪: ଶଙ୍ଖ ଭବନରେ ଆୟୋଜିତ ନୂଆପଡା ଜିଲ୍ଲା ସାଙ୍ଗଠନିକ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯୋଗ ଦେଇ ଜିଲ୍ଲାର କାର୍ଯ୍ୟକର୍ତ୍ତା, କର୍ମୀ ଓ ନିର୍ବାଚିତ ପ୍ରତିନିଧିମାନଙ୍କ ସହସଂଗଠନ ବିଷୟରେ ସିଧାସଳଖ ଆଲୋଚନା କରିଛନ୍ତି । ଏହି ସଭାରେ ଜିଲ୍ଲା ସଭାପତି ନରହରି ମିଶ୍ର, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ରାଜେନ୍ଦ୍ର ଢୋଲକିଆ, ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ, ସାଂସଦ ପ୍ରାର୍ଥୀ ଲମ୍ବୋଦର ନିହାଲ, ଜିଲ୍ଲା ପରିଷଦ ସଭାପତି ଡଲି ମାଝୀ ପ୍ରମୁଖ ଯୋଗ ଦେଇ ଦଳୀୟ ସଂଗଠନ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ ।
ନୂଆପଡା ନେତୃମଣ୍ଡଳୀ ତାଙ୍କ ଅଭିଭାଷଣରେ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରି କହିଥିଲେ, ସାର୍ ଆମ ଜିଲ୍ଲାର ସମସ୍ତ ବିକାଶ ମୂଳକ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ଆମ ଜିଲ୍ଲାର ବିକାଶ ପାଇଁ ଆମେ ଯାହା ମାଗିଛୁ, ଆପଣ ଅଜାଡି ଦେଇଛନ୍ତି । ଏବେ ସମୟ ଆସିଛି ଆପଣଙ୍କୁ ଫେରାଇବାର । ଆମେ ସମସ୍ତ ନେତୃବୃନ୍ଦ ପ୍ରତିଶ୍ରୁତି ଦେଉଛୁ, ଆପଣଙ୍କୁ ୧୪ରୁ ୧୪ ଜିଲ୍ଲା ପରିଷଦ ଓ ୫ଟି ବ୍ଲକର ଚେୟାରମ୍ୟାନ ଜିତାଇ ଆପଣଙ୍କ ପାଖରେ ପହଞ୍ଚାଇବୁ ।
ଏହି ସଭାରେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଲେ, ଆପଣମାନେ ବହୁ ପରିଶ୍ରମ କରି ଦୁଇ ଜଣ ବିଧାୟକ ଜିତାଇଥିବାରୁ ଆପଣଙ୍କୁ ବହୁତ ଧନ୍ୟବାଦ । ଆଗାମୀ ପଞ୍ଚାୟତ ନିର୍ବାଚନରେ ଏଭଳି ପରିଶ୍ରମ କରି ଦଳକୁ ଜିତାଇବାକୁ ପାଇଁ ଅନୁରୋଧ କରୁଛି । ଆମ ସରକାର ସମୟରେ ନୂଆପଡା ଜିଲ୍ଲାରେ ବହୁତ ଉନ୍ନତିମୂଳକ କାର୍ଯ୍ୟ କରାଯାଇଛି । ଜଗନ୍ନାଥ ସୁଯୋଗ ଦେଲେ ବାକି ରହିଥିବା କାମ ପୁଣି କରିବା । ଏ ସରକାରରେ ଭ୍ରଷ୍ଟାଚାର ଦିନକୁ ଦିନ ବଢିବାରେ ଲାଗିଛି । ରାଜ୍ୟପାଳଙ୍କ ପୁଅ ଓଡିଆ ଏଏସ୍‌ଓକୁ ମାଡ ଦେବା ଘଟଣା ହେଉ କି ଭରତପୁର ଥାନାରେ ମହିଳାଙ୍କୁ ଦୁର୍ବ୍ୟବହାର ଘଟଣା ହେଉ କିମ୍ବା ରାଉରକେଲାର ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା ହେଉ । ଏଭଳି ଅକଥନୀୟ ଘଟଣାରେ ବିଜେପି ଶାସିତ ଆମ ରାଜ୍ୟରେ ବଢି ବଢି ଚାଲିଛି । ଏହା ଦୁର୍ଭାଗ୍ୟଜନକ । ସୁଭଦ୍ରା ଯୋଜନାରେ ମିଛ କହି ଲୋକଙ୍କଠାରୁ ଭୋଟ ନେଲେ । ଆପଣମାନେ ଏକତ୍ରୀତ ହୋଇ ଏ ସରକାର ବିରୋଧରେ ଲଢେଇ ଜାରି ରଖନ୍ତୁ । ମୁଁ ଆପଣମାନଙ୍କ ପାଖରେ ସଦସର୍ବଦା ରହିଛି । ବର୍ଷା ଛାଡିଲା ପରେ ମୁଁ ନୂଆପଡା ଜିଲ୍ଲା ଗସ୍ତ ଯାଇ ଆପଣଙ୍କ ସହ ପୁନର୍ବାର ଭେଟ ହେବି ।
ଏହିସଭାରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ, ଆପଣମାନଙ୍କ ପରିଶ୍ରମ ଯୋଗୁ ଆମେ ଆଜି ଦୁଇଟି ବିଧାୟକ ପାଇଛୁ । ସେଥିପାଇଁ ଦଳ ପକ୍ଷରୁ ମୁଁ ଆପଣମାନଙ୍କୁ କୃତଜ୍ଞତା ଜଣାଉଛି । ଏ ଜିଲ୍ଲା ସେଭଳି ବିଜେଡିର ଦୁର୍ଗ ହୋଇ ରହିଛି ଆଗାମୀ ଦିନରେ ରହିବ ବୋଲି ଆଶା ପ୍ରକାଶ କରୁଛି ।

Leave A Comment

All fields marked with an asterisk (*) are required