Search for:
  • Home/
  • ରାଜ୍ୟ/
  • ବିଜେପି ର ମିଛ କୁ expose କରିବାକୁ ନବୀନ ପଟନାୟକ ଙ୍କ ଆହ୍ୱାନ.

ବିଜେପି ର ମିଛ କୁ expose କରିବାକୁ ନବୀନ ପଟନାୟକ ଙ୍କ ଆହ୍ୱାନ.

Spread the love

Loading

ଶଙ୍ଖ ଭବନ ରେ ବିଜୁ ମହିଳା ଜନତା ଦଳ ଜିଲ୍ଲା କର୍ମକର୍ତ୍ତା ମାନଙ୍କ ସମାବେଶ.

ଦଳ ରେ ମହିଳା ମାନଙ୍କୁ ଅଧିକ ଦାୟିତ୍ୱ ଦିଆଯିବ.

ବିଜେଡି ମହିଳା ମାନଙ୍କ ସ୍ୱର ହୋଇ ରହିଛି ଓ ରହିବ.

ମା ମାନଙ୍କ ବିଶ୍ୱାସ ସହ ବିଜେପି ଖେଳୁଛି.
ମା ମାନେ ଉଚିତ ଜବାବ ଦେବେ.
ନିର୍ବାଚନ ରେ ହାତୀ ଦେବୁ ଘୋଡା ଦେବୁ କହିଲେ କିନ୍ତୁ କାମ ରେ zero.ମିଛ ବିଜେପି ର ବଡ ପରିଚୟ.

ବିଜେପି ର ମିଛ କୁ expose କରିବାକୁ ନବୀନ ପଟନାୟକ ଙ୍କ ଆହ୍ୱାନ.
ଭୁବନେଶ୍ୱର 4/9/24ମିଛ ବିଜେପି ର ସବୁଠାରୁ ବଡ଼ ପରିଚୟ. ମିଛ ପ୍ରତିଶ୍ରୁତି ଦେଇ ବିଜେପି କ୍ଷମତା କୁ ଆସିଛି.ତେଣୁ ବିଜେପି ର ମିଛ କୁ expose କରିବାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆହ୍ୱାନ ଜଣାଇଛନ୍ତି.

ଆଜି ଶଙ୍ଖ ଭବନ ରେ ଆୟୋଜିତ ବିଜୁ ମହିଳା ଜନତା ଦଳ ର ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ଓ ରାଜ୍ୟ ନେତୃବୃନ୍ଦ କୁ ସମ୍ବୋଧିତ କରିବା ଅବସରରେ ଶ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି.ଶ୍ରୀ ପଟ୍ଟନାୟକ କହିଲେ ଯେ ନିର୍ବାଚନ ବେଳେ ସାରା ଦେଶ ରୁ ବିଜେପି ର ବଡ଼ ବଡ଼ ନେତା ଓଡିଶା ଆସିଲେ ହାତୀ ଦେବୁ ଘୋଡା ଦେବୁ କହିଲେ. କିନ୍ତୁ କାମ ରେ zero.ଏ ସମ୍ପର୍କ ରେ ସୂଚନା ଦେଇ ସେ କହିଲେ ଯେ ବିଜେପି ସୁଭଦ୍ରା ଯୋଜନା ରେ ଦୁଇ ବର୍ଷ ରେ ସବୁ ମାଙ୍କୁ ପଚାଶ ହଜାର ଟଙ୍କା ଦେବ ବୋଲି କହିଥିଲେ. କିନ୍ତୁ ଏବେ ଅଳ୍ପ କିଛି ମା ମାନଙ୍କୁ ସୁଭଦ୍ରା ଯୋଜନା ରେ ଛଅ ମାସରେ ଦେବେ ମାତ୍ର ପାଞ୍ଚ ହଜାର ଟଙ୍କା. ସେହିପରି 300 ୟୁନିଟ ମାଗଣା ବିଜୁଳି ମଧ୍ୟ ମିଛ. ମା ମାନଙ୍କ ବିଶ୍ୱାସ ସହ ସାଧାରଣ ଲୋକଙ୍କ ବିଶ୍ୱାସ ସହ ବିଜେପି ଖେଳିବା ଉଚିତ ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ.ରାଜ୍ୟ ର ପ୍ରତି ଘରେ ଘରେ ବିଜେପି ର ମିଛ କୁ expose କରାଯିବା ଦରକାର.ସାରା ଦେଶ ରେ ମହିଳା ମାନଙ୍କ ବିରୋଧ ରେ ହେଉଥିବା ଅତ୍ୟାଚାର ଘଟଣା ରେ ଚିନ୍ତା ପ୍ରକଟ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆମ ସଂସ୍କୃତି ରେ ମା ମାନଙ୍କୁ ଆମେ ଦେବୀ ଭାବ ରେ ପୂଜା କରୁ.ତେଣୁ ମା ମାନଙ୍କ ଉପରେ ଅତ୍ୟାଚାର ଇଶ୍ୱର ଙ୍କ ସହ ଦ୍ରୋହ , ମାନବିକତା ବିରୁଦ୍ଧରେ ଦ୍ରୋହ ଭାବେ ଶ୍ରୀ ପଟ୍ଟନାୟକ ବର୍ଣ୍ଣନା କରି ଥିଲେ ଏବଂ ଏଭଳି ଅପରାଧୀ ଙ୍କୁ କଠୋର ରୁ କଠୋର ତମ ଦଣ୍ଡ ଦେବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ. ଅତ୍ୟାଚାର ର ଶିକାର ହେଉଥିବା ମହିଳା ମାନଙ୍କୁ ସାହାଯ୍ୟ ସହଯୋଗ କରିବା ପାଇଁ ଶ୍ରୀ ପଟ୍ଟନାୟକ ଦଳ ର ସଦସ୍ୟ ମାନଙ୍କୁ ପରାମର୍ଶ ଦେଇଥିଲେ.ଆମ ସମସ୍ତଙ୍କ ସାମୁହିକ ଉଦ୍ୟମ ହିଁ ମା ମାନଙ୍କ ପାଇଁ ଏକ ନିରାପଦ ଦୁନିଆ ସ୍ଥାପନ କରିବାରେ ସହାୟକ ହେବ ବୋଲି ଆଶା କରିଥିଲେ.ସାରା ଦେଶ ରେ ମହିଳା ସଶକ୍ତିକରଣ ର ମୂଳଦୁଆ ବିଜୁ ବାବୁ ହିଁ ପକାଇଥିଲେ ବୋଲି ଶ୍ରୀ ପଟ୍ଟନାୟକ ସ୍ମରଣ କରାଇଦେବା ସହ

ବିଜୁ ଜନତା ଦଳ ସବୁବେଳେ ମା ମାନଙ୍କ ସ୍ୱର ହୋଇ ରହିଛି ଓ ରହିବ ବୋଲି କହିଥିଲେ.ଲୋକସଭା ଓ ବିଧାନସଭା ମାନଙ୍କ ରେ ମହିଳା ମାନଙ୍କ ସ୍ଥାନ ସଂରକ୍ଷଣ ବିଷୟରେ ରେ ବିରୋଧୀ ଦଳ ନେତା କହିଥିଲେ ଯେ it is expected that finally reservation for women may come in loksabha and state Assemblies. So we should be fully prepared and our membership drive should focus on enrolling more and more women.

I would be actively giving more responsibilities to women in party organisation .
ଏହି କାର୍ଯ୍ୟକ୍ରମ ରେ ବିଧାୟିକା ପ୍ରମିଳା ମଲ୍ଲିକ ଶ୍ରୀ ଦେବୀପ୍ରସାଦ ମିଶ୍ର ପ୍ରମୁଖ ଉଦବୋଧନ ଦେଇଥିଲେ.ପୂର୍ବତନ ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ସ୍ୱାଗତ ଭାଷଣ ଦେଇଥିଲେ.

Leave A Comment

All fields marked with an asterisk (*) are required