ସୃଜନୀ ଭୁବନେଶ୍ବର ଆୟୋଜିତ ନାରାୟଣ ନାଟ୍ୟ ମହୋତ୍ସବ ୨୦୨୩
ସୃଜନୀ ଭୁବନେଶ୍ବର ଆୟୋଜିତ ନାରାୟଣ ନାଟ୍ୟ ମହୋତ୍ସବ 2023
ଭୁବନେଶ୍ୱର:ଓଡ଼ିଶାର ଅଗ୍ରଣୀ କଳା,ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସୃଜନୀ ଆନୁକୁଲ୍ୟରେ ଆସନ୍ତା ଡିସେମ୍ବର ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ରବିନ୍ଦ୍ର ମଣ୍ଡପଠାରେ ନାରାୟଣ ନାଟ୍ୟ ମହୋତ୍ସବ ଆୟୋଜନ ହେବ l ବିଶିଷ୍ଟ ନାଟ୍ୟକାର,କଳାକାର,କବି,ନିର୍ଦ୍ଦେଶକ, ସଂଗଠକ ଓ ଶ୍ରଷ୍ଠା ଶ୍ରୀ ନାରାୟଣ ଚନ୍ଦ୍ର ରାୟ ମହାପାତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ସମର୍ପିତ ଏହି ନାଟ୍ୟ ମହୋତ୍ସବରେ ଓଡ଼ିଶାର ଅଗ୍ରଣୀ ଆଠଗୋଟି ନାଟ୍ୟ ସଂସ୍ଥା ଏହି ମହୋତ୍ସବରେରେ ଅଂଶଗ୍ରହଣ କରୁଛନ୍ତି,ପ୍ରତ୍ୟେକ ସନ୍ଧ୍ୟାରେ ଦୁଇଗୋଟି ନାଟକ ପରିବେଷଣ ହେବ I ପ୍ରତେକ ସନ୍ଧ୍ୟାରେ ନାଟ୍ୟ ଜଗତର କଳାକାର ଓ ନିର୍ଦ୍ଦେଶକଙ୍କୁ ସମ୍ବର୍ଦ୍ଧନା କରାଯିବ I ଏହି ମହୋତ୍ସବରେ ଓଡ଼ିଶାର ପ୍ରତିଷ୍ଟିତ ବ୍ୟକ୍ତିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି,ଶ୍ରୀ ରାୟ ମହାପାତ୍ର ସୃଜନୀ ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ଥିଲେ,ତାଙ୍କରି ଉପସ୍ଥିତିରେ ସୃଜନୀ ଅନୁଷ୍ଠାନ ଅନେକ ଗୀତିନାଟ୍ୟ,ନାଟକ,ଶିଶୁ ଗୀତିନାଟ୍ୟ,ଓଡ଼ିଶୀ ନୃତ୍ୟ,ବୃନ୍ଦଗାନ ସହିତ ଶିଶୁ ପ୍ରତିଯୋଗୀତା ଆୟୋଜନ ସଫଳତାର ସହ କରାଯାଇଛି I ଶ୍ରୀ ରାୟ ମହାପାତ୍ର ଅନେକ କଳାକାର ଓ ନିର୍ଦ୍ଦେଶକ ସ୍ରୁଷ୍ଟି କରିବା ସହିତ ଅନେକ ସୁସଂଗଠନ ଗଠନ ମଧ୍ୟ କରିଯାଇଛନ୍ତି,ତାଙ୍କରି ସ୍ମୃତିକୁ ନେଇ ସୃଜନୀ ଓ ଅନ୍ୟ ଅନୁଷ୍ଠାନମାନେ ଏହି ନାଟ୍ୟ ମହୋତ୍ସବକୁ ପରିଚାଳନା ତଥା ପରିବେଷଣ କରୁଛନ୍ତି I ଏହି ନାଟ୍ୟ ମହୋତ୍ସବରେ ପ୍ରଥମ ସନ୍ଧ୍ୟା ୧୧ ତାରିଖରେ ୫.୩୦ ସମୟରେ ନାଟକ “ନାରୀର କଙ୍କାଳ “ପରିବେଷଣ କରୁଛନ୍ତି ଅସୀମ ବସୁ ଫାଉଣ୍ଡେସନ ଏବଂ ଦ୍ଵିତୀୟ ପର୍ଯ୍ୟାୟ ନାଟକ “ପରି “ପରିବେଷଣ କରିବେ ଟିମ ନାଟ୍ୟସଂସ୍ଥା I ସେହିପରି ୧୨ ତାରିଖ ପ୍ରଥମ ପର୍ଯ୍ୟାୟରେ ନାଟକ “ଶେଷ ଅଧାୟ “ପରିବେଷଣ କରିବେ ଉତ୍ତରପୁରୁଷ ଅନୁଷ୍ଠାନ ଏବଂ ଦ୍ଵିତୀୟ ପର୍ଯ୍ୟାୟ ନାଟକ “ସମାନ୍ତର “ପରିବେଷଣ କରିବେ ରଙ୍ଗଭୂମୀ ଅନୁଷ୍ଠାନ ୧ ଆସନ୍ତା ୧୩ ତାରିଖରେ ପ୍ରଥମ ନାଟକ “ଜୀବନ୍ୟାସ “ପରିବେଷଣ କରିବେ ଶତାବ୍ଦୀର କଳାକାର ଏବଂ ଦ୍ଵିତୀୟ ନାଟକ ପରିବେଷଣ କରିବେ ଅର୍ପଣ ଅନୁଷ୍ଠାନ I ନାଟ୍ୟ ମହୋତ୍ସବର ଶେଷ ଦିବସରେ ନାଟକ “ଅନାଗତା” ପରିବେଷଣ କରିବେ ଲାବଣ୍ୟ ଥିଏଟର ଓ ଦ୍ଵିତୀୟ ନାଟକ “ଅବସର “ପରିବେଷଣ କରିବେ ପଞ୍ଚମବେଦ ଅନୁଷ୍ଠାନ I ଏହି ନାଟ୍ୟ ମହୋତ୍ସବ ସମ୍ପର୍କରେ ନିଜର ବିବରଣୀ ଦେବା ସହିତ ସୃଜନୀର ସାଧାରଣ ସମ୍ପାଦକ ଶ୍ରୀ ଚିତ୍ତରଞ୍ଜନ ରାୟ ମହାପାତ୍ର ସମସ୍ତ ନାଟ୍ୟ ପ୍ରେମୀଙ୍କୁ ଏହି ମହୋତ୍ସବରେ ଯୋଗଦେବା ସହିତ ସୃଜନୀ ଅନୁଷ୍ଠାନ ଓ ନାଟ୍ୟ କଳାକାରମାନଙ୍କୁ ଉତ୍ସାହିତ କରିବା ସହିତ ନାଟ୍ୟ ମହୋତ୍ସବକୁ ସଫଳ କରିବା ପାଇଁ ନିବେଦନ କରିଛନ୍ତି I ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସୃଜନୀର ଉପସଭାପତି ଶ୍ରୀ ପ୍ରସନ୍ନ ରଥ ଓ ମାନସ ରଞ୍ଜନ ରାୟ ମହାପାତ୍ର ଏବଂ ସାଂସ୍କୃତିକ ସମ୍ପାଦକ ଅବିକ୍ଷଣ ମହାରଣା ଓ ସଭ୍ୟା ଶଶୀପ୍ରଭା ଦାସଙ୍କ ସହ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ I
ଚିତ୍ତ ରଞ୍ଜନ ରାୟ ମହାପାତ୍ର