ଲଢ଼ିବେ ଅର୍ଚ୍ଚନା ନାଗ !
ଭୁବନେଶ୍ୱର ଉତ୍ତରରୁ ଲଢ଼ିବେ ଅର୍ଚ୍ଚନା ନାଗ !
ସେକ୍ସ ସ୍କାଣ୍ଡାଲ୍ଠାରୁ ଆରମ୍ଭ କରି ବଟି ଆଦାୟ ପର୍ଯ୍ୟନ୍ତ କେତେ କ’ଣ ବଦନାମ ମୁଣ୍ଡାଇ ଥିଲେ ଅର୍ଚ୍ଚନା ନାଗ।
ଭୁବନେଶ୍ୱର:ବିବାଦରେ ଫସିବା ପରେ ଜେଲ ଯାଇଥିଲେ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ। ଦୀର୍ଘ ସମୟ ଧରି ଭୁବନେଶ୍ୱର ଝାରପଡ଼ା ଜେଲ୍ରେ ବନ୍ଦୀ ଜୀବନ କାଟି ଥିଲେ। ଜେଲରେ ରହି ଓକିଲାତି ପାଠ ପଢ଼ିଲେ। ହାଇକୋର୍ଟରୁ ବେଲ୍ ପାଇବା ପରେ ଆଗ ପଛ ହୋଇ ଜେଲ୍ରୁ ବାହାରିଥିଲେ ଚାନ୍ଦ ଦମ୍ପତି। ଏବେ ଅର୍ଚ୍ଚନା ଓ ତାଙ୍କ ପୂରା ପରିବାର ଭୁବନେଶ୍ୱର ସତ୍ୟ ବିହାରରେ ଥିବା ନିଜର ନଭଶ୍ଚୁମ୍ଭୀ ଅଟ୍ଟାଳିକାରେ ରହୁଛନ୍ତି। ଯେଉଁ ଅଟ୍ଟାଳିକାକୁ ନେଇ ସେ ବିବାଦରେ ଫସି ଥିଲେ।ଆଜି କିନ୍ତୁ ଅର୍ଚ୍ଚନା ନାଗଙ୍କୁ ଦେଖିବାକୁ ମିଳିଥିଲା ଭିନ୍ନ ଏକ ଅନ୍ଦାଜରେ। ସେ ସତ୍ୟବିହାରରେ ଏକ ବସ୍ତିକୁ ଯାଇଥିଲେ। ବସ୍ତିବାସୀଙ୍କୁ ଭାତ ଓ ଡାଲ୍ମା ଖାଇବାକୁ ଦେଇଥିଲେ। କେବଳ ସେତିକି ନୁହେଁ, ଯେଉଁ ପିଲା ଖାଇପାରୁନଥିଲେ, ତାଙ୍କୁ ଖୁଆଇ ଦେଉଥିବା ଦେଖିବାକୁ ମିଳିଥିଲା। ବସ୍ତି ବାସିନ୍ଦାମାନେ ଖାଇସାରିବା ପରେ ଅର୍ଚ୍ଚନା ଲୁଗା ବାଣ୍ଟିଥିଲେ। ୧୫୦ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ଶାଢ଼ୀ ଓ ୫୦ରୁ ଅଧିକ ପିଲାଙ୍କୁ ଶାର୍ଟ ଏବଂ ପ୍ୟାଣ୍ଟ ବାଣ୍ଟିଥିଲେ। ଯାହାକୁ ନେଇ ରାଜଧାନୀରେ ଜୋରଦାର ଚର୍ଚ୍ଚା ଚାଲିଛି।