Search for:
  • Home/
  • ରାଜ୍ୟ/
  • କେନ୍ଦୁଝର ସଦରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର

କେନ୍ଦୁଝର ସଦରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର

Spread the love

Loading

କେନ୍ଦୁଝର ସଦରରେ
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର

 

• ମିଛ ଓ ଅପପ୍ରଚାର ବିରୋଧୀଙ୍କ ଅସ୍ତ୍ର, ବିକାଶ ବିଜେଡିର ଆସ୍ତ୍ର। କୁମ୍ଭୀର କାନ୍ଦଣା ଚଳିବନି
• କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ସାଂସଦ ଓ ସମସ୍ତ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଆଶୀର୍ବାଦ କରିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ
• BSKY, ମିଶନ ଶକ୍ତି, ଲକ୍ଷ୍ମୀ ବସ୍‌, ମମତା, 5T ସ୍କୁଲ, ଛାତ୍ରବୃତ୍ତି, କାଳିଆ, ମଧୁବାବୁ ପେନ୍‌ସନ, ଚାଉଳ କାର୍ଡ ଇତ୍ୟାଦି ବିଭିନ୍ନ ଜଲକଲ୍ୟାଣକାରୀ ଯୋଜନାର ସୁଫଳ ସଂପର୍କରେ ଜନମତ ନେଲେ
• ନବୀନ ପଟ୍ଟନାୟକ ଭଲ କି ? ଭାବବିହ୍ବଳପୂର୍ଣ୍ଣ ‘ହଁ’ ରେ ପ୍ରତିଧ୍ବନିତ ହେଲା ସଭାସ୍ଥଳ
• ଜୁଲାଇରୁ ବିଜୁଳ ବିଲ୍‌ ଆସିବ ନାହିଁ, ବିଜୁ ଜନତା ଦଳ ସରକାର ମାଗଣାରେ ବିଜୁଳି ଦେବ, ଆପଣଣାନେ ଖୁସି ତ?
• ପୁରୀ ପରିକ୍ରମା ପ୍ରକଳ୍ପ କାମ ଓ ମା ସମଲେଇ ପ୍ରକଳ୍ପ କାମ ଭଲ ହୋଇଛି କି ନାହିଁ ପଚାରିଥିଲେ
• ବହୁତ ଭଲ ବୋଲି ଉଚ୍ଚ ସ୍ବରରେ ଉତ୍ତର ଦେଲେ ଜନତା

 

କାର୍ତ୍ତିକ ପାଣ୍ଡିଆନ

• ମୁଖ୍ୟମନ୍ତ୍ରୀଙ୍କ ବିଶାଳ ହୃଦୟରେ ସବୁଠାରୁ ଭଲ ଜାଗାରେ ଅଛନ୍ତି ଆଦିବାସୀ ଭାଇଭଉଣୀମାନେ
• ସେମାନଙ୍କର କଳା, ସଂସ୍କୃତି, ପୂଜାସ୍ଥଳୀର ରକ୍ଷଣାବେକ୍ଷଣ ଓ ବିକାଶ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି, ଭାରତବର୍ଷର କୌଣସି ରାଜ୍ୟରେ ହୋଇନାହିଁ
• ଆଦିବାସୀ ଭାଇଭଉଣୀ ମାନଙ୍କ ଉପରୁ ୫୦ ହଜାର ଛୋଟ ବଡ ପୋଲିସ କେସ୍‌ ରଦ୍ଦ କରିଛନ୍ତି
• ଜଙ୍ଗଲ ଉପରେ ନିର୍ଭରଶୀଳ ଆଦିବାସୀ ଭାଇଭଉଣୀମାନେ ଠକାମୀର ଶିକାର ନ ହେବା ପାଇଁ ‘ଲାଭ’ ଯୋଜନା ଆରମ୍ଭ କରିଛନ୍ତି, ଏହାଦ୍ବାରା ସେମାନେ ଜଙ୍ଗଲ ଜାତ ଦ୍ରବ୍ୟର ଉଚିତ ମୂଲ୍ୟ ପାଉଛନ୍ତି
• ହଜାର ହଜାର ହଷ୍ଟେଲ ମାଧ୍ୟମରେ ଲକ୍ଷ ଲକ୍ଷ ଆଦିବାସୀ ପିଲା ପାଠ ପଢୁଛନ୍ତି
• ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଆସି ନିର୍ବାଚନ ପାଇଁ ଏଠାରେ ବୁଲୁଛନ୍ତି
• ସେମାନଙ୍କୁ ପଚାରନ୍ତୁ, ତାଙ୍କ ରାଜ୍ୟରେ ସେମାନେ ଏଭଳି କିଛି କରିଛନ୍ତି କି? ଏଠାରେ ଆସି ବଡ ବଡ କଥା କହୁଛନ୍ତି
• ୧୦ ବର୍ଷ ତଳେ ବିଜେପି ଦଳ କହିଥିଲା ଆମେ କ୍ଷମତାକୁ ଆସିଲେ ଦରଦାମ କମାଇବୁ, ରୋଜଗାର ବୃଦ୍ଧି କରିବୁ, କିଛି କଲେ ନାହିଁ, ଏବେ ଆସି ଭୋଟ ପାଇଁ ମିଛ କଥା କହୁଛନ୍ତି, ଅପପ୍ରଚାର କରୁଛନ୍ତି
• ଏମାନେ ଲୋକଙ୍କ ପାଇଁ କାମ କରନ୍ତି ନାହିଁ, ଭୋଟ ପାଇଁ ମିଛ କଥା କୁହନ୍ତି
• ଆମ ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଇଁ କାମ କରିଥାନ୍ତି
• ଜୁନ ୯ ରେ ୧୧.୩୦ ରୁ ୧.୦୦ ମଧ୍ୟରେ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ
• ଶପଥ ନେବା ପରେ ପ୍ରଥମ ଦସ୍ତଖତ ହେବ ଓଡିଶାର ୯୦ ପ୍ରତିଶତ ପରିବାର ପାଇଁ ବିଜୁଳି ବିଲ୍ ଛାଡ
• ଦ୍ବିତୀୟ ଦସ୍ତଖତ ହେବ ସମସ୍ତେ BSKYରେ ସାମିଲ ହେବେ, ସମସ୍ତଙ୍କୁ ମିଳିବ ସ୍ବାସ୍ଥ୍ୟ ସୁରକ୍ଷା
• ତୃତୀୟ ଦସ୍ତଖତ ହେବ ୬୦ ବର୍ଷ ପରେ ମିଶନ ଶକ୍ତି ସଦସ୍ୟା ଓ କର୍ମୀମାନଙ୍କ ପାଇଁ ପେନ୍‌ସନ ବ୍ୟବସ୍ଥା
• ମୁଖ୍ୟମନ୍ତ୍ରୀଙ୍କ ଏହି ବାର୍ତ୍ତାକୁ ଘରେ ଘରେ ପହଞ୍ଚାନ୍ତୁ
• ବିଜେପି କହୁଛି ମାଗଣା ବିଜୁଳି ଦେବ, ଏଥିପାଇଁ ଆପଣଙ୍କୁ ୫୦ ହଜାର ଖର୍ଚ୍ଚ କରିବାକୁ ପଡିବ, ତା ପରେ ସୂର୍ଯ୍ୟକିରଣରୁ ପାଇବେ ମାଗଣା ବିଜୁଳି, ଦିନରେ ଲଣ୍ଠନ ଦେଖାଉଛି ବିଜେପି ଦଳ

Leave A Comment

All fields marked with an asterisk (*) are required