Search for:
  • Home/
  • ରାଜ୍ୟ/
  • ବିଜେଡିର ବରିଷ୍ଠ ନେତାମାନଙ୍କ ଷଡଯନ୍ତ୍ର ପାଇଁ ନୂଆ ବିଧାୟକମାନେ ପ୍ରଶିକ୍ଷଣରୁ ବଂଚିତ ନହୁଅନ୍ତୁ :ଡ.ମୁକେଶ ମହାଲିଙ୍ଗ୍‌

ବିଜେଡିର ବରିଷ୍ଠ ନେତାମାନଙ୍କ ଷଡଯନ୍ତ୍ର ପାଇଁ ନୂଆ ବିଧାୟକମାନେ ପ୍ରଶିକ୍ଷଣରୁ ବଂଚିତ ନହୁଅନ୍ତୁ :ଡ.ମୁକେଶ ମହାଲିଙ୍ଗ୍‌

Spread the love

Loading

_ବିଧାନସଭାର ‘ଜ୍ଞାନ ସଂସ୍କାର ଅଭ୍ୟାସ’ କାର୍ଯ୍ୟକ୍ରମକୁ ବିଜେଡ଼ିର ବହିଷ୍କାର ପ୍ରସଙ୍ଗରେ_

ବିଜେଡିର ବରିଷ୍ଠ ନେତାମାନଙ୍କ ଷଡଯନ୍ତ୍ର ପାଇଁ ନୂଆ ବିଧାୟକମାନେ ପ୍ରଶିକ୍ଷଣରୁ ବଂଚିତ ନହୁଅନ୍ତୁ :ଡ.ମୁକେଶ ମହାଲିଙ୍ଗ୍‌

 ବିଧାନସଭାର ପରମ୍ପରାକୁ ସମ୍ମାନ ଦିଅନ୍ତୁ ବିରୋଧୀ ଦଳ
 ନୂଆ କରି ନିର୍ବାଚିତ ହୋଇଥିବା ୮୪ ଜଣ ବିଧାୟକମାନଙ୍କୁ ପ୍ରଶିକ୍ଷଣ ପାଇଁ ସମସ୍ତେ ସହଯୋଗ କରିବା ଉଚିତ୍
 ଏହି କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢୀ, ଉପବାଚସ୍ପତି ଭବାନୀ ଭୋଇ, ଗୃହର ନେତା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ, ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ, କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ବରିଷ୍ଠ ସାଂସଦ ଭର୍ତୃହରି ମହାତାବଙ୍କ ସମେତ ଅନୁଭବୀ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ଓ ନରସିଂହ ମିଶ୍ର ପ୍ରମୁଖ ଯୋଗଦେବେ

ଭୁବନେଶ୍ୱର, ତା ୧୬/୦୮: ବିଧାନସଭାରେ ନୂଆ ବିଧାୟକମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ‘ଜ୍ଞାନ ସଂସ୍କାର ଅଭ୍ୟାସ’ କାର୍ଯ୍ୟକ୍ରମର ଏକ ଆଦର୍ଶ ପରମ୍ପରା ରହିଛି । ଏଥିରେ ନୂଆ ବିଧାୟକମାନଙ୍କୁ ବିଧାନସଭାର ବିଭିନ୍ନ ନିୟମାବଳି, ମୁଲତବୀ, ବିଭିନ୍ନ ବିଧେୟକ ଉପରେ ଆଲୋଚନା ପାଇଁ ପ୍ରଶିକ୍ଷଣ ଦିଆଯାଏ । ବର୍ତମାନ ବିଧାନସଭାରେ ୮୪ ଜଣ ନୂଆ ବିଧାୟକ ଅଛନ୍ତି । ସେମାନଙ୍କ ସୁବିଧା ପାଇଁ ଏହି କାର୍ଯ୍ୟକ୍ରମର ବହୁତ ବଡ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କିନ୍ତୁ, ବିଜୁ ଜନତା ଦଳର ବରିଷ୍ଠ ବିଧାୟକମାନଙ୍କର ଷଡଯନ୍ତ୍ର ଓ ଶସ୍ତା ରାଜନୀତି ପାଇଁ ଏଥର ଯଦି ବିଜୁ ଜନତା ଦଳ ଏହି କାର୍ଯ୍ୟକ୍ରମରେ ସାମିଲ ନହୁଏ , ତା ହେଲେ ଅନେକ ନୂଆ ବିଧାୟକ ପ୍ରଶିକ୍ଷଣରୁ ବଂଚିତ ହେବେ । ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଥିବା ବିଜୁ ଜନତା ଦଳ ବିଧାନସଭାର ପରମ୍ପରାକୁ ନଷ୍ଟ କରିବା ସହ ନୂଆ ବିଧାୟକ ମାନଙ୍କର ସଂସଦୀୟ ଜ୍ଞାନ ଆରୋହଣରେ ବାଧା ସୃଷ୍ଟି କରୁଛି । ନୂଆ ବିଧାୟକମାନଙ୍କର ସ୍ୱାର୍ଥ ଦୃଷ୍ଟିରୁ ବିରୋଧୀ ଦଳମାନେ ରାଜନୀତିରୁ ବାହାରକୁ ବାହାରନ୍ତୁ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ଶ୍ରୀ ମହାଲିଙ୍ଗ୍ କହିଛନ୍ତି ଯେ ଆସନ୍ତା ଦୁଇ ଦିନ ୧୭, ୧୮ ତାରିଖ ଦିନ ବିଧାନସଭାରେ ଜ୍ଞାନ ସଂସ୍କାର ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ବାଚସ୍ପତି ସୁରମା ପାଢୀ, ଉପ ବାଚସ୍ପତି ଭବାନୀ ଭୋଇ, ଗୃହର ନେତା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ, ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ, କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ବରିଷ୍ଠ ସାଂସଦ ଭର୍ତୃହରି ମହତାବଙ୍କ ସମେତ ଅନୁଭବୀ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ଓ ନରସିଂହ ମିଶ୍ର ପ୍ରମୁଖ ଯୋଗଦେବେ । ଅନୁଭବୀ ନେତାମାନେ ନବନିର୍ବାଚିତ ବିଧାୟକମାନଙ୍କୁ ମହାନ ସଂସଦୀୟ ପରମ୍ପରା ଉପରେ ଅବଗତ କରାଇବା ସହ ନିଜର ଅଭିଜ୍ଞତା ବଖାଣିବେ । ଏହାକୁ ନେଇ ବିଜୁ ଜନତା ଦଳ ରାଜନୀତି କାହିଁକି କରୁଛି, ତାହା ବଡ ଆଶ୍ଚର୍ଯ୍ୟଜନକ ?
ଶ୍ରୀ ମହାଲିଙ୍ଗ୍ ବିରୋଧୀ ଦଳର ସମସ୍ତ ବିଧାୟକମାନଙ୍କୁ ଆସନ୍ତାକାଲିର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଅନୁରୋଧ କରିଛନ୍ତି ।

Leave A Comment

All fields marked with an asterisk (*) are required