msme ଆଣ୍ଡ ଷ୍ଟାର୍ଟ ଅପ୍ ଯାତ୍ରା।
ଭୁବନେଶ୍ୱର:100 ଦିନରେ 100ଟି ସହରକୁ ବୁଲିବ msme ଆଣ୍ଡ ଷ୍ଟାର୍ଟ ଅପ୍ ଯାତ୍ରା ଯାନ । ଏନେଇ ଭୁବନେଶ୍ୱରର ଆଇ ସି ଏ ଆଇ କାର୍ଯ୍ୟାଳୟରେ ଏହି ଏମ୍ ଏସ ଏମ ଇ ଯାତ୍ରା ଯାନ ପହଞ୍ଚିଛି । ଏହା ଗତ ଜୁନ 27 ତାରିଖରୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର 7 ତାରିଖ ରେ ସମାପ୍ତ ହେବ । ଏହି ଯାନ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ସୁବିଧା ମୂଳକ ଯୋଜନା ସମ୍ପର୍କ ରେ ଅବଗତ କରିବ । ଉଦ୍ୟମ ଯୋଜନା ମାଧ୍ୟମରେ କିଭଳି ଲୋକଙ୍କ ପାଇଁ ସରକାର ଲୋନ ସୁବିଧା କରିଛନ୍ତି ସେନେଇ ଏହି ଏଲ ଇ ଡି ମାଧ୍ୟମରେ ଭିଡିଓ ସହ ଜଣେ ଜଣେ ସହାୟତା ପାଇଁ ଆସିଷ୍ଟାଣ୍ଟ ରହିଛନ୍ତି । ଆଇ ସି ଏ ଆଇ ର ପ୍ରଚେଷ୍ଟା ଯୋଗୁଁ ବହୁ ଲୋକେ ବିଭିନ୍ନ ପ୍ରକାର ଯୋଜନା ସମ୍ପର୍କରେ ଅବଗତ ହୋଇପାରିଛନ୍ତି । ଗତବର୍ଷ 75 ଦିନରେ 75ଟି ସହର ବୁଲି ଲୋକଙ୍କୁ ଅବଗତ କରାଇଛନ୍ତି । ଏହି ଏମ୍ ଏସ ଏମ ଇ ଯାତ୍ରା ଯାନଟି ବାଙ୍ଗାଲୋରରୁ ଭୁବନେଶ୍ୱରରେ ପହଞ୍ଚିଛି । ଦେଶର ସବୁ ସିଟିରେ ଏହି ଯାନଟି ବୁଲିବ । ଏହି ଏମ୍ ଏସ ଏମ ଇ ଆଣ୍ଡ ଷ୍ଟାର୍ଟ ଅପ୍ ଯାତ୍ରା ପାଇଁ ବହୁ ଆଇ ସି ଏ ଆଇ member & ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଛନ୍ତି । ଷ୍ଟାର୍ଟ ଅପ୍ ଦ୍ଵାରା ଜଣେ ଲୋକ କିଭଳି ପଞ୍ଜିକରଣ କରିବେ । କଣ କଣ ନିଜର କାଗଜପତ୍ର ଆବଶ୍ୟକ ରହିଛି । ଉଦ୍ୟମ ପଞ୍ଜିକରଣ ଦ୍ଵାରା କେମିତି ଜଣେ ଟଙ୍କା ପାଇପାରିବେ। ଏ ସମସ୍ତ ଦିଗ ପ୍ରତି ଆଲୋଚନା ହୋଇଥଲା । ଏହାସହିଟ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା , ଯେଉଁଥିରେ Chairperson, ଚାଟର୍ଡ ଆକାଉଣ୍ଟାଣ୍ଟ ଜାହ୍ନବୀ ଦେଓ , ଭାଇସ ଚେଆୟରମ୍ୟାନ ମହେନ୍ଦ୍ର ସାହୁ , ପୂର୍ବତନ ଚେଆୟର ମ୍ୟାନ ମିହିର କୁମାର ସାହୁ ଏବଂ ଭାରତ ସରକାରଙ୍କ ଏମ୍ ଏସ ଏମ ଇ ବିଭାଗର ଏସ କେ ରଥ ଯୋଗଦେଇଥିଲେ ।