ମଦର୍ସ ପବ୍ଲିପ ସ୍କୁଲ ପକ୍ଷରୁ ଡିପ୍ଲୋମାଟିକ ଫ୍ୟୁଜନ ଫୋରମ ଆୟୋଜିତ
ମଦର୍ସ ପବ୍ଲିପ ସ୍କୁଲ ପକ୍ଷରୁ ଡିପ୍ଲୋମାଟିକ ଫ୍ୟୁଜନ ଫୋରମ ଆୟୋଜିତ
ଭୁବନେଶ୍ୱର : ଗାନ୍ଧୀ ଜୟନ୍ତୀ ଏବଂ ଶାସ୍ତ୍ରୀ ଜୟନ୍ତୀ ଅବସରରେ ମଦର୍ସ ପବ୍ଲିକ ସ୍କୁଲ, ୟୁନିଟ-୧, ଭୁବନେଶ୍ୱର ପକ୍ଷରୁ ସାମାଜିକ ବିଜ୍ଞାନ ବିଭାଗ ଅଧିନରେ ଡିପ୍ଲୋମାଟିକ ଫ୍ୟୁଜନ ଫୋରମ(ଡିଏଫଏଫ)ର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଐତିହାସିକ କାର୍ଯ୍ୟକ୍ରମ ବିଶ୍ୱସ୍ତରୀୟ ସଚେତନତା ଏବଂ ଆନ୍ତର୍ଜାତୀୟ ସହଯୋଗକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ବିଦ୍ୟାଳୟର ପ୍ରତିବଦ୍ଧତାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟକୁ ଚିହ୍ନିତ କରିଛି । ଜି୨୦ କନସଲଟାନ୍ସିର ସମ୍ମାନିତ ଅତିଥି ଯେପରିକି କଲ୍ୟାଣୀ ପରନ୍ଜପି, ମିନାକ୍ଷୀ ଅଜିଥ ଏବଂ ଶିବାନୀ କୋୱଡକରଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରାଯାଇଛି । ଏହି ଅବସରରେ ପ୍ରତ୍ୟେକ ଅତିଥି ଗୁରୁତ୍ୱପୂର୍ଣ୍ଣ ବୈଶ୍ୱିକ ସମସ୍ୟା ଏବଂ ଏକ ସୌହାଦ୍ର୍ଦ୍ୟପୂର୍ଣ୍ଣ ବିଶ୍ୱ ପାଇଁ ରଣନୀତିଗୁଡ଼ିକ ଉପରେ ସେମାନଙ୍କର ମୂଲ୍ୟବାନ ଚିନ୍ତାଧାରା ବାଂଟିଛନ୍ତି ।
ଜେନେଭାର ଗ୍ରାଜୁଏଟ ଇନଷ୍ଟିଚ୍ୟୁଟରୁ ଆନ୍ତର୍ଜାତୀୟ ବ୍ୟାପାରରେ ସ୍ନାତକୋତର ଡିଗ୍ରୀ ହାସଲ କରିଥିବା ତଥା ବର୍ତମାନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅଧିନରେ ଥିବା ଜି୨୦ ସଚିବାଳୟରେ ଜଣେ ଜି୨୦ ରଣନୀତି ପରାମର୍ଶଦାତ୍ରୀ ଭାବେ କାର୍ଯ୍ୟରତ ଶ୍ରୀମତୀ କଲ୍ୟାଣୀ ପରନ୍ଜପି ବୈଶ୍ୱିକ ବିକାଶରେ ବ୍ୟକ୍ତିଗତ ପ୍ରୟାସର ମହତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି । ବିଶ୍ୱ ଶାନ୍ତି ହାସଲ କରିବା ପାଇଁ ପ୍ରତିଯୋଗୀତା ସହଯୋଗୀତାକୁ ବିକଶିତ ହେବା ଦରକାର ବୋଲି ସେ ପରାମର୍ଶ ଦେଇଛନ୍ତି ।
ଦିଲ୍ଳୀ ବିଶ୍ୱବିଦ୍ୟାଳୟର ଲେଡି ଶ୍ରୀ ରାମ କଲେଜରୁ ରାଜନୀତି ବିଜ୍ଞାନରେ ସ୍ନାତକ ଏବଂ ଜି୨୦ ସଚିବାଳୟର ଅନ୍ୟ ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱ ଶ୍ରୀମତୀ ମୀନାକ୍ଷୀ ଅଜିଥ, ସଦସ୍ୟ ରାଷ୍ଟ୍ରଗୁଡ଼ିକ ପାଇଁ ଜଳବାୟୁ ଏବଂ ପରିବେଶର ଗୁରୁତ୍ୱପୂର୍ଣ୍ଣ ସମସ୍ୟାଗୁଡ଼ିକୁ ଆଲୋକପାତ କରିଛନ୍ତି । ସେ ଅର୍ଥନୈତିକ ବିକାଶ ଏବଂ ପରିବେଶ ସ୍ଥାୟୀତ୍ୱ ମଧ୍ୟରେ ସନ୍ତୁଳନ ରକ୍ଷା କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ।
ଶ୍ରୀମତୀ ଶିବାନୀ ମୁମ୍ବାଇ ସେଂଟ ଜାଭିୟର କଲେଜରୁ ଜଣେ ଅର୍ଥନୀତିରେ ସ୍ନାତକଧାରୀ ତଥା ମୁମ୍ବାଇର ପ୍ରତିଷ୍ଠିତ ଟାଟା ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସର ଜଣେ ପୂର୍ବତନ ଛାତ୍ରୀ ଅଟନ୍ତି ଏବଂ ସେ ମଧ୍ୟ ଜଣେ ଜି୨୦ ରଣନୀତି ପରାମର୍ଶଦାତ୍ରୀ ଭାବେ କାର୍ଯ୍ୟରତ ଅଟନ୍ତି । ସେ ବିଶ୍ୱ ଶାନ୍ତି ସୁନିଶ୍ଚିତ କରିବା ଲାଗି ଶାନ୍ତିପୂର୍ଣ୍ଣ ଆଲୋଚନା ଏବଂ ନିରପେକ୍ଷ ଚୁକ୍ତି ମାଧ୍ୟମରେ ବର୍ତମାନର ସଂଘର୍ଷ ଏବଂ ସାମାଜିକ ପ୍ରତିନ୍ଦ୍ୱନ୍ଦିତା ସମାଧାନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ।
ସେମାନଙ୍କର ଉପସ୍ଥିତି ଏବଂ ପ୍ରେରଣାଦାୟୀ ଶବ୍ଦ ଡିଏଫଏଫର ଯୁବ ପ୍ରତିନିଧିମାନଙ୍କୁ ଗଭୀର ଭାବେ ଅନୁପ୍ରାଣିତ କରିଛି, ଯାହାକି ବିଶ୍ୱ ରାଜନୀତି କ୍ଷେତ୍ରରେ ଭବିଷ୍ୟତର ନେତାମାନଙ୍କୁ ପ୍ରସ୍ତୁତ କରିବା ପାଇଁ ବିଦ୍ୟାଳୟର ପ୍ରତିବଦ୍ଧତାକୁ ଦୃଢ଼ୀଭୁତ କରିଛି । ଏହି କାର୍ଯ୍ୟକ୍ରମରେ ମଦର୍ସ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ପୋଲି ପଟ୍ଟନାୟକ ଏବଂ ଉପାଧ୍ୟକ୍ଷା ଶ୍ରୀମତୀ ଆଶା ଟିଆର ଉପସ୍ଥିତ ଥିଲେ । ଡିପ୍ଲୋମାଟିକ ଫ୍ୟୁଜନ ଫୋରମର ଏହି ଉଦଘାଟନୀ ଉତ୍ସବ ସଦସ୍ୟ ପ୍ରତିନିଧି, ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନଙ୍କ ମଧ୍ୟରେ ଯଥେଷ୍ଟ ଆଗ୍ରହ ଉତ୍ପର୍ଣ୍ଣ କରିଛି । ଏହି ଡିଏଫଏଫ କାର୍ଯ୍ୟକ୍ରମ ୧୦ ଅକ୍ଟୋବର ୨୦୨୩ରେ ବିଦ୍ୟାଳୟ ପରିସର ମଧ୍ୟରେ ଶେଷ ହେବ । ମଦର୍ସ ପବ୍ଲିକ ସ୍କୁଲ, ୟୁନିଟ-୧, ଭୁବନେଶ୍ୱର ଯୁବପୀଢ଼ିଙ୍କୁ ବିଶ୍ୱ ସମସ୍ୟାଗୁଡ଼ିକରେ ସକ୍ରିୟ ଯୋଗଦାନ ପାଇଁ ପ୍ରସ୍ତୁତ କରିବା ଲାଗି ଏହିଭଳି ପଦକ୍ଷେପକୁ ଆଗକୁ ବଢ଼ାଇ ଗର୍ବ ଅନୁଭବ କରୁଛି ଏବଂ ଏଭଳି ଏକ ବିଶ୍ୱକୁ ସଶକ୍ତ କରୁଛି ଯେଉଁଠାରେ କୂଟନୀତି ଓ ସହଯୋଗ ସ୍ଥାୟୀ ଶାନ୍ତି ଏବଂ ସମୃଦ୍ଧି ଆଣିଥାଏ ।